ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ରେଲଓ୍ବେ ଷ୍ଟେସନ ଡଷ୍ଟବିନରୁ ଉଦ୍ଧାର ହୋଇଥିଲେ, ଆଜି ଦକ୍ଷତା ବଳରେ ହାସଲ କରିଛନ୍ତି ଏତେ ବଡ଼ ସଫଳତା...

Published By : Swapna Ray | April 28, 2025 3:47 PM

ମୁମ୍ୱାଇ, ୨୮।୪: ଝିଅଟିଏ ଜନ୍ମ ହେଉ ହେଉ ଘରକୁ ନ ନେଇ ରେଳଷ୍ଟେସନର ଡଷ୍ଟବିନ୍‌ରେ ଫୋଫାଡ଼ି ଦେଇଆସିଥିଲେ । ଆଉ ଆଜି ସେ ଝିଅ MPSC ପରୀକ୍ଷାରେ ହୋଇଛନ୍ତି ଉତ୍ତୀର୍ଣ୍ଣ । କଲେକ୍ଟର ଅଫିସରେ ପାଇଛନ୍ତି ସରକାରୀ ଚାକିରି । ସେହି ସଫଳ ଝିଅ ହେଉଛନ୍ତି ମାଲା ପାପଲକର । କ’ଣ ତାଙ୍କ କାହାଣୀ, କେମିତି ପାଇଲେ ଏତେ ବଡ଼ ସଫଳତା । ଆସନ୍ତୁ ଜାଣିବା । ପ୍ରାୟ ଅଢ଼େଇ ଦଶନ୍ଧି ପୂର୍ବର ଘଟଣା । ମହାରାଷ୍ଟ୍ରର ଜଳଗାଓଁ ରେଳ ଷ୍ଟେସନରେ ଗୋଟିଏ ନବଜାତ ଶିଶୁଟିଏ କାନ୍ଦୁଥିବାର ଲୋକ ଦେଖିବାକୁ ପାଇଲେ । କେହି ଶିଶୁକନ୍ୟାଟିକୁ ଫୋଫାଡ଼ିଦେଇ ଚାଲିଯାଇଥିଲେ ପରିବାର । ଏନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଦୃଷ୍ଟିହୀନ ଝିଅଟିକୁ ନିଜ ହେପାଜତକୁ ନେଇ ଶିଶୁଟିର ବାପାମାଆଙ୍କୁ ବହୁତ ଖୋଜାଖୋଜି କରିଥିଲା କିନ୍ତୁ ସଫଳ ହୋଇନଥିଲା । ପରେ ଶିଶୁକନ୍ୟାଟିକୁ ଜଳଗାଁଓର ଏକ ରିମାଣ୍ଡ ହୋମକୁ ଅଣାଗଲା । ପରେ ମାଲାଙ୍କୁ ୨୭୦ କିଲୋମିଟର ଦୂର ଅମରାବତୀର ପାରତୱାଡ଼ାରେ ବଧିର ଏବଂ ଦୃଷ୍ଟିହୀନଙ୍କ ପାଇଁ ଉନ୍ନତ ସୁବିଧା ସହିତ ଏକ ପୁନର୍ବାସ ଗୃହକୁ ପଠାଗଲା । ଯେଉଁଠାରୁ ଆରମ୍ଭ ହୋଇଥିଲା ତାଙ୍କର ପ୍ରକୃତ ଯାତ୍ରା । ସେଠାରେ ତାଙ୍କ ନାମ ରଖାଗଲା ମାଲା ପାପଲକର । 

ଜନ୍ମ ଦେଇଥିବା ବାପା-ମାଆ ସିନା ଫୋପାଡ଼ିଦେଲେ, ହେଲେ ମାଲାଙ୍କୁ ଆଦୋରି ନେଇଥିଲେ ଦୁଇ ଦମ୍ପତ୍ତି । ଯିଏ ମାଆ-ବାପାର ସ୍ନେହ ଦେଲେ । ପରେ ସେ ଦ୍ରୋଣାଚାର୍ଯ୍ୟ ଭଳି ଗୁରୁ ମଧ୍ୟ ପାଇଲେ, ବାପା-ମାଆ-ଗୁରୁ ଝିଅଟିକୁ କଠୋର ଦୁନିଆ ସହ ଲଢ଼ିବାକୁ ସକ୍ଷମ କଲେ । ମାଲାଙ୍କ ଗୁରୁ ପଦ୍ମ ପୁରସ୍କାର ବିଜେତା, ୮୧ ବର୍ଷୀୟ ଶଙ୍କରବାବା ପାପଲକର । ଯିଏ ମାଲାଙ୍କୁ ତାଙ୍କର ଉପନାମ ଦେଇଥିଲେ । ସେ ତାଙ୍କୁ ବ୍ରେଲିରେ ଶିକ୍ଷା ଦେଇଥିଲେ । ଦୃଷ୍ଟିହୀନ ହୋଇ ମଧ୍ୟ ଆତ୍ମନିର୍ଭଶୀଳ ହେବା ଶିଖାଇଥିଲେ । ଅମରାବତୀର ୟୁନିକ ଏକାଡେମୀର ନିର୍ଦ୍ଦେଶକ ପ୍ରଫେସର ଅମୋଲ ପାଟିଲ । ଯିଏ ମାଲାଙ୍କୁ MPSC ପରୀକ୍ଷା ପାଇଁ ମାଲାଙ୍କୁ ପ୍ରଶିକ୍ଷଣ ଦେବାର ଦାୟିତ୍ୱ ନେଇଥିଲେ । ଆଉ ମାଲା ଏଥିରେ ସଫଳ ହେବେ ବୋଲି ତାଙ୍କ ଦୃଢ଼ ବିଶ୍ୱାସ ଥିଲା । ଶେଷରେ ତାହା ହିଁ ହେଲା । 

ମାଲା ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କଲେକ୍ଟର ଅଫିସରେ ସରକାରୀ ଚାକିରି ପାଇଛନ୍ତି । ଏବେ ସେ ନାଗପୁର କଲେକ୍ଟର ଅଫିସରେ ତାଙ୍କର ପ୍ରଥମ ପୋଷ୍ଟିଂ ନେବାକୁ ଯାଉଛନ୍ତି । ମାଲା ପାପଲକର ଗତ ବର୍ଷ ମେ ମାସରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC)ର କ୍ଲର୍କ-କମ୍-ଟାଇପିଷ୍ଟ ପରୀକ୍ଷା (ଗ୍ରୁପ-C) ଉତ୍ତୀର୍ଣ୍ଣ ହୋଇ ଖବର ଶିରୋନାମାରେ ସ୍ଥାନ ପାଇଥିଲେ । ୨୬ ବର୍ଷୀୟା ମାଲାଙ୍କୁ ନାଗପୁର କଲେକ୍ଟରେଟରେ ରାଜସ୍ବ ସହାୟକ ଭାବେ ନିଯୁକ୍ତି ପତ୍ର ମିଳିଛି । ଯଦି ସେଦିନ ମାଲାଙ୍କ ବାପା ମାଆ ଝିଅଟିକୁ ଡଷ୍ଟବିନ୍‌ରେ ନଫୋଫାଡ଼ି ଆଦରି ନେଇଥାନ୍ତେ । ଆଜି ବୋଧହୁଏ ଉଭୟେ ନିଜ ଝିଅ ପାଇଁ ଗର୍ବ ଅନୁଭବ କରୁଥାନ୍ତେ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.