ପ୍ରମୂଖ ଖବର
  • ପାକିସ୍ତାନରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୫ ମୃତ
  • ||
  • ଚାକିରି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ୫୦ ପ୍ରତିଶତକୁ ବୃଦ୍ଧି କରିବେ ଉତ୍ତର ପ୍ରଦେଶ ସରକାର
  • ||
  • ଅଷ୍ଟ୍ରେଲିଆରେ ଭାରତ ବିରୋଧୀ ସ୍ଲୋଗାନ, ସ୍ୱାଧୀନତା ଦିବସରେ ଖଲିସ୍ତାନ ସମର୍ଥକଙ୍କ ଦାଦାଗିରି
  • ||
  • ଦୟାନଦୀରେ ବୁଡ଼ିଗଲେ ଦୁଇ ନାବାଳକ; ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ
  • ||
  • ଭବାନୀପାଟଣା : ମାଣିକେଶ୍ଵରୀ ହାଇସ୍କୁଲର ଛାତ୍ରଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

FEMA ଆଇନ୍ ଉଂଲଘନ ପାଇଁ ଚଢାଉ କରିଥିଲା ED, ଅଭିଯୁକ୍ତ କହିଲେ ୫୦ କୋଟି ଟଙ୍କା ଦେଇ କିଣିଛି ଦାମୀ କୁକୁର…

Published By : Ladu Kishor | April 17, 2025 8:11 PM

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କୁକୁର ପ୍ରଜନନକାରୀ (ଡଗ୍ ବ୍ରିଡର) ସତୀଶ୍‌ଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଉଲ୍ଲଂଘନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍ ଏହି ଚଢାଉ କରିଛି । ଏହି ସମୟରେ ସତୀଶ ନାମକ ଏହି ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ, ସେ ୫୦ କୋଟି ଟଙ୍କାରେ ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣିଛନ୍ତି।

ଏହି ମାମଲାରେ, ଇଡି ତଦନ୍ତ କରୁଛି ଯେ, ଯଦି କୁକୁର କିଣିବା ପାଇଁ ୫୦ କୋଟି ଟଙ୍କା ଦିଆଯାଇଥିଲା, ତେବେ ତାହା କିପରି ଦିଆଯାଇଥିଲା। ଯେତେବେଳେ ସତୀଶଙ୍କ ଆକାଉଣ୍ଟର ବିବରଣୀ ଯାଞ୍ଚ କରାଗଲାସ ସେଥିରୁ ଜଣାପଡିଲା ଯେ, ଆକାଉଣ୍ଟରୁ କୌଣସି କାରବାର ହୋଇନାହିଁ। ଏପରି ପରିସ୍ଥିତିରେ, ଇଡି ସନ୍ଦେହ କରୁଛି ଯେ, ଏଥିପାଇଁ ହାୱାଲା ରୁଟ୍ ବ୍ୟବହାର କରାଯାଇଥିଲା କି ନାହିଁ । 

ଯେତେବେଳେ ଇଡି ଟିମ୍ ତଦନ୍ତ ପାଇଁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା, ସେତେବେଳେ ଜଣାପଡ଼ିଥିଲା ଯେ ସତୀଶ ତଦନ୍ତକାରୀ ଦଳକୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିଲେ। ଯେତେବେଳେ ED ଟିମ୍ ସତୀଶଙ୍କୁ ମୁହାଁମୁହିଁ ପଚରାଉଚରା କଲା, କାହାଣୀ ଅନ୍ୟ କିଛି ଥିଲା। ତଦନ୍ତରେ ସତୀଶଙ୍କ ଦାବି ମିଥ୍ୟା ପ୍ରମାଣିତ ହୋଇଥିଲା। ପ୍ରକୃତରେ, ପ୍ରାରମ୍ଭିକ ତଦନ୍ତରେ, ଯେଉଁ କୁକୁରକୁ ବିଦେଶୀ ପ୍ରଜାତିର ବୋଲି ଦାବି କରାଯାଇଥିଲା, ତାହା ମଧ୍ୟ ଭାରତୀୟ ବୋଲି ଜଣାପଡ଼ିଛି। ଏହି ମାମଲା ସମ୍ପର୍କରେ ଇଡି ତଦନ୍ତ ଜାରି ରଖିଛି । 

ତାଙ୍କ କୁକୁର ବିଷୟରେ ଏକ ଜାତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ସତୀଶ କହିଥିଲେ ଯେ, ଏହା ଏକ ଅତ୍ୟନ୍ତ ବିରଳ ପ୍ରଜାତିର କୁକୁର ଯାହା ଅବିକଳ ଗଧିଆ ପରି ଦେଖାଯାଏ। ଏହି ପ୍ରଜାତିର ଏକ କୁକୁର ପ୍ରଥମ ଥର ପାଇଁ ବିକ୍ରି ହୋଇଛି। ସତୀଶ କହିଥିଲେ ଯେ କୁକୁରଟି ଆମେରିକାରେ ପାଳିତ ହୋଇଥିଲା ଏବଂ ଏହା ଅସାଧାରଣ। ମୁଁ କୁକୁର ପ୍ରେମୀ ହୋଇଥିବାରୁ ଏହି କୁକୁର ଛୁଆ କିଣିବା ପାଇଁ ୫୦ କୋଟି ଟଙ୍କା ଖର୍ଚ୍ଚ କରିଛି। ମୁଁ ଏପରି ସ୍ବତନ୍ତ୍ର କୁକୁର ମାନଙ୍କୁ ପ୍ରଜନନ କରି ଭାରତରେ ଆଣିବାକୁ ଚାହୁଁଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.