ଭୁବନେଶ୍ବର,୧୧/୩: ଆଠଗଡ଼ରେ ଅଘଟଣ। ସଡକ ଦୁର୍ଘଟଣାରେ ଜଣେ ଯବାନ ମୃତ । ମୃତ ଯବାନ ହେଉଛନ୍ତି ଆଠଗଡ଼ ଥାନା ଅନ୍ତର୍ଗତ ଅରଖପାଟଣ ମୁକ୍ତାଦେଇପୁର ଗ୍ରାମର ସତ୍ୟବାନ ବେହେରା ବୋଲି ଜଣାପଡ଼ିଛି।
ଏହା ମଧ୍ୟ ପଢନ୍ତୁ- ସମ୍ବଲପୁରରେ ପୁଣି ଏନକାଉଣ୍ଟର, ବେଆଇନ ଗୋଚାଲାଣ ବେଳେ ୨ ମାଫିଆଙ୍କୁ ଗୁଳି
ଗତ ୨୦୧୭ ମସିହାରେ ସେ ସିଆରପିଏଫରେ କନଷ୍ଟେବଳ ଭାବରେ ଯୋଗ ଦେଇଥିଲେ। ଗତ ୨ ତାରିଖ ଦିନ ତାଙ୍କର ମୁଣ୍ଡଳୀ ତଳଗଡ ଠାରେ ସଡକ ଦୁର୍ଘଟଣା ହୋଇଥିଲା। ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲ ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେଠାରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି। ଗତ ୨୦୨୧ ମସିହାରେ ସେ ବିବାହ କରିଥିବା ବେଳେ ଘରର ବଡ଼ ପୁଅ ଥିଲେ। ତାଙ୍କର ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।