ଫିରିଙ୍ଗିଆ ୧୧/୦୩ : ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମାଡି ବସିଲା ପୋଲିସ। ଜବତ କଲା ୩୬୭୫କେଜି ଗଞ୍ଜେଇ।
ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଗୋଛାପଢ଼ା ଥାନା ଅଞ୍ଚଳରେ। ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶରେ ସୋମବାର ଗୋଚ୍ଛାପଡ଼ା ପୋଲିସ ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନେତୃତ୍ବରେ ସମ୍ପୂର୍ଣ୍ଣ ଥାନା ଇଲାକା ଜଙ୍ଗଲରେ ଚଢଉ କରାଯାଇଥିଲା। ଏହି ସମୟରେ ପୋଲିସ ଚଢାଉ କରି ୩୬୭୫କେଜି ଗଞ୍ଜେଇ ଜବତ କରିଛନ୍ତି I ଗୋଛାପଡ଼ା ପୋଲିସ କଟ୍ରୀଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ବୁଡେନି ପାଂଗା ଜଙ୍ଗଲ କୁଡିଆ ଘରେ ରଖା ଯାଇଥିବା ୧୪୭ ଟି ବସ୍ତା ଗଞ୍ଜେଇ ଚଢ଼ାଉ କରାଯାଇ ପ୍ରାୟ ୩୬୭୫କେଜି ଗଞ୍ଜେଇ ଜବତ ହୋଇଛି I ଘଟଣା ସ୍ଥଳରୁ ଚାରି ଗଞ୍ଜେଇ ମାଫିଆ ଫେରାର୍ ହୋଇଯାଇଛନ୍ତି । ଏ ନେଇ ୬୮/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ I ଏଥି ସହିତ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଚୋରା ଗଞ୍ଜେଇ ମାଫିଆଙ୍କୁ ସାବାଡ କରିବା ପାଇଁ ପୋଲିସ ପ୍ରୟାସ ଚଳାଇଥିବା ଏସପି ହରିଶ ବିଶି କହିଛନ୍ତି ।