ପ୍ରମୂଖ ଖବର
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଆୟୋଜିତ

Published By : prameya | March 11, 2025 11:22 AM

ଭୁବନେଶ୍ବର,୧୧/୩:  ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଆୟୋଜିତ  । ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଦୁଇ ହଜାରରୁ ଉର୍ଦ୍ଧ ବିଭିନ୍ନ ଏସଏଚଜି ମହିଳା, ଏମବିକେ, ସିଆରପି ଆଦି ଯୋଗ ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ- ଏଥର ଦଣ୍ଡନାଚରେ ଅଶ୍ଲୀଳତା ବନ୍ଦ, ଆସନ୍ତାବର୍ଷରୁ ମହିଳା କଳାକାର ଓ ସାମାଜିକ ନାଟକ ମନା

ତେବେ ଏମାନଙ୍କୁ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିବା ମହିଳାମାନେ କିପରି ରୋଜଗାରକ୍ଷମ ହେବା ସହିତ ସ୍ୱାବଲମ୍ବୀ ହୋଇପାରିବେ ସେ ବାବଦରେ ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି କର୍ମଶାଳାରୁ ପ୍ରଶିକ୍ଷଣ ପାଇ ଯାଇଥିବା କର୍ମୀମାନେ ନିଜ ନିଜ ଅଞ୍ଚଳରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବେ। ଏଥି ସହିତ ସେମାନେ କିପରି ରୋଜଗାର କ୍ଷମ ହୋଇ ଲକ୍ଷପତି ହୋଇପାରିବେ ସେ ବାବଦରେ ପ୍ରଚେଷ୍ଠା କରିବେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.