ପ୍ରମୂଖ ଖବର
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦ୍ୱାରଶୁଣି ଘାଟିରେ ସିରିଜ ଦୁର୍ଘଟଣା, ଜଣେ ମୃତ ୩ ଗୁରୁତର

Published By : Prameya | March 11, 2025 11:49 AM

ବାଙ୍ଗିରିପୋଷି,୧୧/୩: ଦୀର୍ଘଦିନ ବ୍ୟବଧାନରେ ପୁଣି ରକ୍ତରଞ୍ଜିତ ହେଲା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ର ଦ୍ୱାରଶୁଣି ଘାଟି ରାସ୍ତା । ଏକ ସିରିଜ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ତିନ ଜଣ ଗୁରୁତର ଆହାତ ହୋଇଛନ୍ତି।

ସୂଚନା ମୁତାବକ, ଏକ କୋଇଲା ବୋଝେଇ ଟ୍ରକ (ଓଡ଼ି୦୧ଏଲ ୬୪୪୪) ଝାରସୁଗୁଡ଼ାରୁ କୋଇଲା ପରିବହନ କରି କଲିକତା ଅଭିମୁଖେ ଯାଉଥିବା ବେଳେ ବ୍ରେକ ଫେଲ ଯୋଗୁ ପ୍ରଥମେ ଏକ କାର ଓ ବାଇକକୁ ଧକ୍କାଦେଇ ରାସ୍ତା କଡ଼କୁ ସାଇଡ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଝାରଖଣ୍ଡ ରାଜ୍ୟ ବିରଭୁମ ଅଞ୍ଚଳର ସାଇଦ ମିଆଁ(୨୪) ଓ ହେଲପର ଖାଡ଼ଗପୁର ଅଞ୍ଚଳର ରାମପଦ ପାଲ(୨୨) ଗୁରୁତର ଆହତ ହୋଇଥିବା ବେଳେ ସାଙ୍ଗରେ ବୁଲିବାକୁ ଆସିଥିବା ଟ୍ରକ ଚାଳକଙ୍କ ଭାଇ ମୋହିତ ମିଆଁ ଦୁର୍ଘଟଣା ଭୟରେ ଟ୍ରକରୁ ଡିଆଁ ମାରିଦେବାରୁ ରାସ୍ତା କୋଡ଼ରେ ଥିବା କଂକ୍ରିଟ ବାଡ଼ରେ ପିଟିହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

ଅନ୍ୟପକ୍ଷେ ଏହି ଦୁର୍ଘଟଣାରେ ବିଶୋଇ ଅଭିମୁଖେ ଯାଉଥିବା ଚାନ୍ଦୁଆ ଥାନା ଅଞ୍ଚଳର ବାଇକ ଚାଳକ ସନାତନ ସରେନ(୩୦)ମଧ୍ୟ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରାଯଇଛି। ଖବର ପାଇ   ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାକୁ ଆଣି ତଦନ୍ତ ଜାରି ରଖି ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.