ଭୁବନେଶ୍ବର,୧୧/୩: ଯାଜପୁର ଅଘଟଣ । ଚଣ୍ଡିଖୋଲ ଛକ ଟାୟାର ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଗଲା ୭୦୦ ଟାୟାର। ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।
ଏହା ମଧ୍ୟ ପଢନ୍ତୁ- ସରଗରମ ରହିବ ବିଧାନସଭା, ବିଭିନ୍ନ ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବେ ବିରୋଧୀ
ସୂଚନା ଅନୁଯାୟୀ, ଚଣ୍ଡିଖୋଲ ଛକରେ ଥିବା ଟାୟାର ଗୋଦାମରେ ପୁରୁଣା ଓ ନୂଆ ଟାୟାର ରହିଥିବା ବେଳେ କୌଣସି କାରଣ ରୁ ଟାୟାରରେ ନିଆଁ ଲାଗି ଯାଇଥିଲା। ଯେଉଁଥି ପାଇଁ ଟାୟାର ସବୁ ଜଳିବାକୁ ଲାଗିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ରସୁଲପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ଉଦ୍ୟମ ଆରମ୍ଭ କରିଥିଲେ। ହେଲେ ନିଆଁର ପ୍ରକୋପ ଏତେ ପରିମାଣରେ ଥିଲା ଯେ ଅଗ୍ନିଶମ ବାହିନୀକୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିବାକୁ ୫ ଘଣ୍ଟା ସମୟ ଲାଗିଥିଲା। ବିଭିନ୍ନ ବ୍ୟବସାୟୀମାନେ ଏଠାରେ ପୁରୁଣା ଓ ନୂଆ ଟାୟାର ବ୍ୟବସାୟ କରି ଆସୁଛନ୍ତି ହେଲେ ଟାୟାର ଗୋଦାମରେ ନିଆଁ ଲାଗି ପାଖାପାଖି ୧୦ ରୁ ୧୫ ଲକ୍ଷ୍ୟ ଟଙ୍କା ନଷ୍ଟ ହୋଇଥିବା ସୂଚନା ମିଳିଛି। ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହୋଇଥିବା ଥିବା ଟ୍ରକ ଗୁଡ଼ିକ ଅଳ୍ପକେ ନିଆଁରୁ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ ।