ଭୁବନେଶ୍ଵର, ୧୧/୦୩ : ଜଗତସିଂହପୁର ଜିଲ୍ଲାରେ ଅଣଶୁଦ୍ଧିଆ ଯୋଗୁଁ ୩ ପିଲାଙ୍କୁ ସ୍କୁଲ ବାରଣ୍ଡାରେ ବସାଇବା ଘଟଣା। ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ଶିକ୍ଷା ବିଭାଗ। ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସ୍ଵାଇଁଙ୍କ ଦରମା ବନ୍ଦ କରାଯିବା ସହ ପ୍ରୋସିଡିଙ୍ଗ୍ ଜାରି ରହିବ ବୋଲି ସୂଚନା ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା।
ସୂଚନାନୁଯାୟୀ, ବାଲିକୁଦା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ନାଗପୁର କ୍ଲଷ୍ଟର ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ପରିବାରରେ ଅଣଶୁଦ୍ଧିଆ ଚାଲିଥିବାରୁ ୩ ଜଣ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ବାହାରେ ବସି ପାଠ ପଢିବାକୁ ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ। ଏହି ଘଟଣା ବେଳର ଭିଡିଓ ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶିକ୍ଷା ମନ୍ଦିରରେ ଶିକ୍ଷୟିତ୍ରୀଙ୍କ ଏଭଳି ଛୁଆଁ ଅଛୁଆଁ ମନୋଭାବକୁ ସମାଲୋଚନା କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ପର୍ଯ୍ୟନ୍ତ ସବୁଠି ଆଲୋଚନାର ବିଷୟ ପାଲଟିଥିଲା। ଏହି ଘଟଣାରେ ଏବେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଅଣଶୁଦ୍ଧିଆ ପାଇଁ ପିଲାଙ୍କୁ ଦଣ୍ଡ, ଶ୍ରେଣୀଗୃହ ବାହାରେ ବସିଲେ ୩ ଛାତ୍ର