ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଅଣଶୁଦ୍ଧିଆ ପାଇଁ ପିଲାଙ୍କୁ ଦଣ୍ଡ, ଶ୍ରେଣୀଗୃହ ବାହାରେ ବସିଲେ ୩ ଛାତ୍ର

Published By : Prameya | March 10, 2025 12:10 PM

ଜଗତସିଂହପୁର,୧୦/୦୩: ଅଣଶୁଦ୍ଧିଆ ହୋଇଥିବାରୁ ଶ୍ରେଣୀଗୃହ ଭିତରକୁ ପୂରାଇ  ଦିଆଗଲା ନାହିଁ । ଶ୍ରେଣୀ ବାହାରେ ବସି  ପାଠ ପଢ଼ିଲେ ପିଲା । ପ୍ରଧାନଶିକ୍ଷକଙ୍କ ଛୁଆଁ ଅଛୁଆଁ ମନୋଭାବରୁ ଏଭଳି ମାନସିକ ଦଣ୍ଡ  ମିଳିଛି ବାଲିକୁଦା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ  ନାଗପୁର କ୍ଲଷ୍ଟର ଠାକୁରପାଟଣା ପ୍ରାଥମିକ  ବିଦ୍ୟାଳୟରେ । 

ପରିବାରରେ ଅଶୌଚ  (ଅଣଶୁଦ୍ଧିଆ) ଚାଲିଥିବାରୁ ୩ ଜଣ  ଛାତ୍ରଛାତ୍ରୀଙ୍କୁ ଏଭଳି ଦଣ୍ଡ ଭୋଗିବାକୁ  ପଡ଼ିଛି । ନିଜ ସାଙ୍ଗ ସାଥୀଙ୍କଠାରୁ ଅଲଗା  ରହି ଶ୍ରେଣୀଗୃହ ବାହାରେ ପାଠ ପଢ଼ୁଥିବାର  ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସମୟର  ଭିଡିଓ ଏବେ ଭାଇରାଲ୍‌ ହେବା ସହିତ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାକୁ  ନେଇ ଅଭିଭାବକ ମହଲରେ ତୀବ୍ର  ଅସନ୍ତୋଷ ଦେଖା ଦେଇଛି । ଯେଉଁଠି ଛୁଆଁ  ଅଛୁଆଁ ଭେଦଭାଦ ଭୁଲି ମଣିଷ ଜାତି ଏକ ବୋଲି ନାରା ଦିଆଯାଉଛି ଓ ବିଶେଷ କରି ବିଦ୍ୟାଳୟ ଭଳି ମନ୍ଦିରରେ ଏହି ମନୋବୃତ୍ତି  କାହାରି ମନରେ ନ ଆସିବା ପାଇଁ କାହିଁ  ସରକାର ସଚେତନ କରି ଆସୁଛନ୍ତି  ସେଠାରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପିଲାଙ୍କ ମନରେ ଭେଦଭାବ ସୃଷ୍ଟି କରିବା କେତେ  ଯଥାର୍ଥ ବୋଲି ପ୍ରଶ୍ନ ଉଠିଛି । 

ଏହି ଘଟଣା  ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଆରମ୍ଭ କରି ମଣ୍ଡଳ  ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ସବୁଠି ଆଲୋଚନାର  ବିଷୟ ପାଲଟିଛି । ଘଟଣାର ଆପୋସ ସମାଧାନ  କରାଯାଇଥିବା କେତେକ ଅଭିଭାବକ ମତ  ଦେଇଥିବା ବେଳେ ବିଇଓ ବିଜୟ ସ୍ୱାଇଁ ଘଟଣା  ସମ୍ପର୍କରେ ଅବଗତ ଥିବା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.