ଭୁବନେଶ୍ଵର, ୨୦/୦୩ : ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର। ରାୟଗଡ଼ା ଜିଲ୍ଲା ଗୁଣପୁରର ସ୍ଥିତ ବାଲାଜି ନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ର ହେଲେ ସନ୍ଦିପ୍ ପାଲକା (୧୩ ବର୍ଷ)। ନାବାଳକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ପୁରୁଣା ଗୁଣପୁର ସ୍ଥିତ ବାଲିଜି ନଗର ଠାରେ ପ୍ରଦୀପ ପାଲକା ପରିବାର ସହ ଏକ ଭଡ଼ା ଘରେ ରୁହନ୍ତି। ପ୍ରଦୀପ ପାଲକା ଓ ତାଙ୍କ ପତ୍ନୀ ଉଭୟ ଶିକ୍ଷକତା କରୁଛନ୍ତି। ନିଜ ଘର ତିଆରି ଚାଲିଥିବା ଯୋଗୁ ଘର କାମରେ ଉଭୟ ସ୍ବାମୀ ଓ ସ୍ତ୍ରୀ ବାହାରକୁ ଯାଇଥିଲେ। ଘରକୁ ଫେରିବା ପରେ ପୁଅର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାପରେ ନାବାଳକଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପ୍ରଦୀପ ଗୁଣପୁର ଥାନାରେ ଅଭିଯୋଗ କରିଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଗୁଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ଖବରଟିକୁ ପଢନ୍ତୁ-ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ