ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା

Published By : Prameya | March 29, 2025 6:06 PM

ଭୁବନେଶ୍ବର, ୨୯।୩ : ସୁଭଦ୍ରା ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ଏକ ଲକ୍ଷ ୮୩ ହଜାର ୭୮୫ ମହିଳା । ଏକ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ପାଇଥିଲେ। ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮  ଲକ୍ଷ ୮୨ହଜାର ୯୨ ଜଣ ମହିଳା। ପ୍ରଥମ କିସ୍ତିରେ ସରକାର ସୁଭଦ୍ରା ହିତାଧିକାରୀଙ୍କୁ ମୋଟ ୫ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ପଠାଇଥିଲେ। ତେବେ  ଦ୍ଵିତୀୟ କିସ୍ତିରେ ୪  ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି।  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିଧାନସଭାରେ ବିଧାୟକ ମନୋହର ରନ୍ଧାରୀଙ୍କ ପ୍ରଶ୍ନର  ଏହି ଉତ୍ତର ରଖିଛନ୍ତି।

ଆବେଦନକାରୀଙ୍କୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଯେଉଁ ମହିଳାମାନେ ୧।୭।୨୦୨୪ ସୁଦ୍ଧା ୨୧ ବର୍ଷ କିମ୍ବା ଅଧିକ ଓ ୬୦ ବର୍ଷରୁ କମ ହୋଇଥିବ ସେମାନେ ସୁଭଦ୍ରା ସହାୟତା ପାଇଁ ଆବେଦନ କରିପାରିବେ। ଯେଉଁ ମହିଳା ୨ଟି କିସ୍ତି ପାଇସାରିବା ପରେ ୫୯ ବୟସ ଅତିକ୍ରାନ୍ତ କରୁଛନ୍ତି ସେ ୬୦ ବୟସ ପହଞ୍ଚିବା ପର୍ଯ୍ୟନ୍ତ କିସ୍ତି ପାଇ ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସୁଭଦ୍ରା ଯୋଜନାରେ ରାଜ୍ୟ ସରକାର ମୋଟ ୨ଟି କିସ୍ତିରେ କେତେ ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ କେତେ ଟଙ୍କା ଦେଇଛନ୍ତି। ଆଉ କେତେ ମହିଳାଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ମହିଳାମାନେ ଏବେ ୨୧ ବର୍ଷରେ ପହଞ୍ଚିବେ ସେମାନେ ନୂତନ ଭାବେ ଆବେଦନ କରିବେ କି। ଯେଉଁ ମହିଳା ୨ଟି କିସ୍ତି ପାଇ ସାରିବା ପରେ ୫୯ ବର୍ଷ ଅତିକ୍ରମ କରୁଛନ୍ତି ସେ ମହିଳା ଆଉ ସୁଭଦ୍ରା କିସ୍ତି ପାଇବେ କି ବିଧାନସଭାରେ ବିଧାୟକ ମନୋହର ରନ୍ଧାରୀ  ଉପମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ପ୍ରଶ୍ନ ପଚାରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.