ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଘୃଣାର ରାଜନୀତି ସତ୍ତ୍ୱେ, ଦେଶର ଦୁଇ-ତୃତୀୟାଂଶ ଜନସଂଖ୍ୟା ହିନ୍ଦୁ ରାଷ୍ଟ୍ର ସପକ୍ଷରେ ନାହାଁନ୍ତି ।ଏଥି ସହ ଆୟାର ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏପରି ଏକ ଦେଶ ଯେଉଁଠାରେ ସମସ୍ତଙ୍କୁ ଖୋଲା ହୃଦୟରେ ସ୍ୱାଗତ କରାଯାଏ ଏବଂ ସମସ୍ତଙ୍କୁ ଆଲିଙ୍ଗନ କରାଯାଏ। ଆମେ ପରସ୍ପର ସହିତ ସଦଭାବର ସହ ରହିବା ଉଚିତ।
କଂଗ୍ରେସ ନେତା ମଣି ଶଙ୍କର ଆୟାର କହିଛନ୍ତି ଯେ ମୁଁ ଭାରତ, ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଏସୀୟ ଦେଶ ଏବଂ ଦୁବାଇ, ସାଉଦି ଆରବ, ବ୍ରିଟେନ କିମ୍ବା ଆମେରିକା ପରି ଅନ୍ୟାନ୍ୟ ଦେଶରେ ରହୁଥିବା ମୋର ମୁସଲମାନ ଭାଇଭଉଣୀ ମାନଙ୍କୁ ଇଦ୍ ମୁବାରକ୍ ଶୁଭେଚ୍ଛା ଜଣାଉଛି। ମୁଁ ସେହି ଭାରତରୁ କହୁଛି, ଯେଉଁଠାରେ ଏହି ଭୂମି ସମସ୍ତଙ୍କୁ ସ୍ୱାଗତ କରେ। ଏହି ଦେଶରେ ସମସ୍ତେ ଖୁସିରେ ରହିବା ଉଚିତ, ସମସ୍ତେ ପରସ୍ପର ସହିତ ଶାନ୍ତିରେ ରହିବା ଉଚିତ ଏବଂ ଆମେ ପରସ୍ପର ଠାରୁ ବହୁତ କିଛି ଶିଖିବା ଉଚିତ। ଏଥିରେ କୌଣସି ଘୃଣାର ଆବଶ୍ୟକତା ନାହିଁ, ଦେଶରେ ଘୃଣା ପ୍ରସାର କରାଯାଉଛି । କିନ୍ତୁ ଏହା ସତ୍ତ୍ୱେ, ଦୁଇ-ତୃତୀୟାଂଶ ଭାରତୀୟ, ଯେଉଁଥିରେ ଅତି କମରେ ୫୦ ପ୍ରତିଶତ ହିନ୍ଦୁ ମଧ୍ୟ ଅଛନ୍ତି, କେବେବି ସେହି ରାଜନୈତିକ ଶକ୍ତି ଗୁଡ଼ିକୁ ସମର୍ଥନ କରି ନାହାଁନ୍ତି, ଯେଉଁମାନେ ଏହି ଦେଶକୁ ଏକ ହିନ୍ଦୁ ରାଷ୍ଟ୍ର କରିବାକୁ ଚାହୁଁଥିଲେ।
ସେ କହିଛନ୍ତି ଯେ, ଏହା ଏକ ଧର୍ମନିରପେକ୍ଷ ଦେଶ ଏବଂ ଏଠାରେ ସମସ୍ତେ ଏକାଠି ରୁହନ୍ତି । ଆଜି, ଇଦ୍ ଅବସରରେ, ମୁଁ ମୋର ସମସ୍ତ ମୁସଲିମ ଭାଇ ମାନଙ୍କୁ ଏବଂ ଭାରତର ମୁସଲିମ ସମ୍ପ୍ରଦାୟକୁ ଏହି ବାର୍ତ୍ତା ଦେବାକୁ ଚାହୁଁଛି ଯେ ମୋତେ ଏହା କହିବାର ସୁଯୋଗ ମିଳିଛି ।