ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ-୨’ର ଫାର୍ଷ୍ଟ ଲୁକ୍‌ ଜାରି, ମିଷ୍ଟ୍ରି ଗାର୍ଲ ସହ ନଜର ଆସିଲେ କପିଲ

Published By : Prameya | April 1, 2025 11:07 AM

ମୁମ୍ବାଇ ୦୧/୦୪: ସୋମବାର ଇଦ୍‌ ଅବସରରେ ଫିଲ୍ମ ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ-୨’ର ନିର୍ମାତା ଫାର୍ଷ୍ଟ ଲୁକ୍‌ ଜାରି କରିଛନ୍ତି । ହାସ୍ୟରସରେ ଭରପୂର ପ୍ରେମ କାହାଣୀର ଏକ ଝଲକ୍‌ ଏଥିରେ ରହିଛି । ଫିଲ୍ମର ମୁଖ୍ୟ ଅଭିନେତା କପିଲ ଶର୍ମା ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଫାର୍ଷ୍ଟ ଲୁକ୍‌ ଶେୟାର କରିଛନ୍ତି । 




ଏଥିରେ ଜଣେ ରହସ୍ୟମୟୀ ଝିଅ ସହ ସେ ନଜର ଆସିଛନ୍ତି । ଉଭୟ ପାରମ୍ପରିକ ଭାରତୀୟ ବିବାହ ପୋଷାକ ପିନ୍ଧିଛନ୍ତି । କପିଲ ଏକ ଶେରୱାନି ପିନ୍ଧି ମୁଣ୍ଡରେ ଶେହରା ବାନ୍ଧିଛନ୍ତି ଏବଂ ଶେହରାର ଗୋଟିଏ ପଟକୁ ଟେକି ଦ୍ୱନ୍ଦ୍ୱରେ ଥିବାଭଳି ଲୁକ୍‌ ଦେଇଛନ୍ତି । ତାଙ୍କ ପାଖରେ ନୀଳ ରଙ୍ଗର ବିବାହ ପୋଷାକରେ ଥିବା ଝିଅ ନିଜ ମୁହଁକୁ ଓଢ଼ଣିରେ ଲୁଚାଇଛି । ଏଥିରେ ଫିଲ୍ମର ଟାଇଟଲ୍‌ ସ୍ପଷ୍ଟ ପ୍ରଦର୍ଶିତ ହୋଇଛି । ଏଥିସହିତ ଇଦ୍‌ ମୁବାରକ୍‌ ମଧ୍ୟ ଲେଖାଯାଇଛି । କପିଲ ଓ ମନଜୋତ ସିଂହଙ୍କ ଅଭିନୀତ ଏହି ସିକ୍ୱେଲ ମୂଳ ଫିଲ୍ମ ଭଳି ଦମ୍‌ଦାର କମେଡିର ଖୋରାକ ଦର୍ଶକଙ୍କୁ ଦେବ ବୋଲି ନିର୍ମାତା କହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁକଳ୍ପ ଗୋସ୍ୱାମୀ । ୨୦୧୫ରେ ମୁକ୍ତିପ୍ରାପ୍ତ ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁଁ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ କପିଲ । ଏହାର ନିର୍ଦ୍ଦେଶନା ଦେଇଥିଲେ ଅବ୍‌ବାସ ମସ୍ତାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.