ମୁମ୍ୱାଇ : ରଶ୍ମିକା ମନ୍ଦାନା ଏହି ସମୟରେ ବଲିଉଡ୍ରେ ଚର୍ଚ୍ଚିତ ପାଲଟିଛନ୍ତି। ତାଙ୍କର ସଲମାନ ଖାନଙ୍କ ସହ ସିକନ୍ଦର ସିନେମା ରିଲିଜ୍ ହୋଇଛି। ଓପନିଂ ଡେ୍ ରେ ପ୍ରଶଂସକଙ୍କ କ୍ରେଜି ରିଆକ୍ସନ ଦେଖିବାକୁ ମିଳୁଛି। ଏହି ମଧ୍ୟରେ ରଶ୍ମିକା ଇଣ୍ଟଷ୍ଟ୍ରୀରେ ନିଜର କମ୍ପିଟିସନକୁ ନେଇ ଯାହା କହିଛନ୍ତି , ଆସନ୍ତୁ ସେ ବିଷୟରେ ଜାଣିବା ।
ରଶ୍ମିକା ମନ୍ଦାନା ଏନଡିଟିଭିକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି , ମୁଁ ଅଲଗା ଅଲଗା ଇଣ୍ଡଷ୍ଟ୍ରୀ କନ୍ନଡ , ତେଲୁଗୁ , ତାମି ଓ ହିନ୍ଦୀକୁ ଖୋଜିବାର ବିକଳ୍ପ ବାଛିଛି ଏବଂ ମୋତେ ଖୁବ୍ ଶୀଘ୍ର ମଲାୟାଲମ୍ (ଇଣ୍ଡଷ୍ଟ୍ରୀ) ରେ କାମ କରିବାର ଆଶା ରହିଛି।
‘ମୋର ଜର୍ଣ୍ଣି ଅଲଗା ’
ରଶ୍ମିକା ଆହୁରି କହିଛନ୍ତି , ମୋ ନିଷ୍ପତ୍ତି ମୋ ନିଜର , କାରଣ ମୋର ଜର୍ଣ୍ଣି ଅଲଗା ପ୍ରକାରର। ମୁଁ କୁର୍ଗର । ମୁଁ କନ୍ନଡରୁ ଆରମ୍ଭ କରିଛି ଏବଂ ତାମିଲ ଓ ହିନ୍ଦୀକୁ ଆସିଲି। ମୁଁ ନିଜର ବିକଳ୍ପ ଗୁଡ଼ିକ ଓ ଏଥିରୁ ହେବାକୁ ଥିବା ଭବିଷ୍ୟତର ପୂରା ଦାୟିତ୍ୱ ନେଇଛି।
ରଶ୍ମିକା ଇଣ୍ଡଷ୍ଟ୍ରୀରେ କମ୍ପିଟିସନକୁ ନେଇ କହିଛନ୍ତି ,ଏଥିପାଇଁ ମୋତେ ଏମିତି ଲାଗୁଛି ଯେ, ଯେମିତି ହିଁ ଆପଣ କମ୍ପିଟିସନ କୁହନ୍ତି , ମୋର ଏହା ସହ ଲେଣଦେଣ ନାହିଁ, କାରଣ ...। ଏହା ପୂର୍ବରୁ ମଝିରେ ସଲମାନ ଖାନ କହିଥିଲେ, ସମସ୍ତେ ନିଜ ନିଜର କାମ କରୁଛନ୍ତି। କମ୍ପିଟିସନରେ ହିଁ ଆପଣଙ୍କର ବିକାଶ ହୋଇଥାଏ। ଆପଣଙ୍କୁ ନିତି ନିଜ ଉପରେ କାମ କରିବା ଉଚିତ୍।
ରିଲିଜ୍ ହୋଇଛି 'ସିକନ୍ଦର'
ସିକନ୍ଦର ଫିଲ୍ମର କଥା ଯଦି କହିବା ତ ଏହା ଈଦ୍ର ଅବସରରେ ୩୦ ମାର୍ଚ୍ଚରେ ରିଲିଜ୍ ହୋଇ ଯାଇଛି। ଏଥିରେ ସଲମାନ ଓ ରଶ୍ମିକାଙ୍କ ବ୍ୟତୀତ କାଜଲ ଅଗ୍ରୱାଲ , ସତ୍ୟରାଜ , ପ୍ରତୀକ୍ ବବର ଓ ଶରମନ ଯୋଶୀଙ୍କ ଭଳି ଷ୍ଟାର ଅଛନ୍ତି। ଏହାର ନିର୍ଦ୍ଦେଶନା ଗଜନୀ ଫେସ୍ ଏଆର ମୁରୁଗାଦାସ ଦେଇଛନ୍ତି। ଫିଲ୍ମର ପ୍ରଥମ ଦିନ ୪୦ରୁ ୪୫ କୋଟି କମାଇବାର ଆଶା କରାଯାଉଛି। ଏହାର ବଜେଟ୍ ୨୦୦ କୋଟି ଟଙ୍କା ଥିବା କୁହାଯାଉଛି।