ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

କ୍ରିଶ୍-୪କୁ ନିର୍ଦ୍ଦେଶନା ଦେବେ ହ୍ରିତିକ୍ ରୋଶନ୍, ୨୨ ବର୍ଷ ପରେ ଫେରିପାରେ ‘ଜାଦୁ’

Published By : Prameya | March 30, 2025 2:42 PM

ମୁମ୍ବାଇ ୩୦/୦୩: ଫିଲ୍ମ ‘କ୍ରିଶ୍‌-୪’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନେତା ଋତ୍ୱିକ ରୋଶନ୍‌ । ଋତ୍ୱିକଙ୍କ ବାପା ରାକେଶ ରୋଶନ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏଥର ନିର୍ଦ୍ଦେଶନା ଦାୟିତ୍ୱ ସେ ପୁଅ ଋତ୍ୱିକଙ୍କୁ ଦେଇଛନ୍ତି । ରାକେଶ ରୋଶନ ଓ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନାରେ ‘କ୍ରିଶ୍‌-୪’ ନିର୍ମାଣ ହେବ । ରାକେଶ ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଋତ୍ୱିକଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ କ୍ୟାପ୍‌ସନ ଲେଖିଛନ୍ତି ‘୨୩ ବର୍ଷ ପୂର୍ବେ ମୁଁ ତୁମକୁ ଜଣେ ଅଭିନେତା ଭାବେ ଲଞ୍ଚ୍‌ କରିଥିଲି । ଆଜି ୨୫ ବର୍ଷ ପରେ ମୁଁ ତୁମକୁ ଜଣେ ନିର୍ଦ୍ଦେଶକ ଭାବେ ଲଞ୍ଚ୍‌ କରିବାକୁ ଯାଉଛି ।’

ସିନେ ସମୀକ୍ଷକ ତରନ ଆଦର୍ଶ ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ ଶେୟାର କରି ସ୍ପଷ୍ଟ କରିଛନ୍ତି ଯେ ‘କ୍ରିଶ୍‌-୪’ ଜରିଆରେ ଋତ୍ୱିକ ନିର୍ଦ୍ଦେଶନା କ୍ଷେତ୍ରରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ, ଫିଲ୍ମର ପଟ୍ଟକଥା ପ୍ରସ୍ତୁତି ଶେଷ ହୋଇଛି । ଏହାର ପ୍ରାକ୍‌- ପ୍ରଯୋଜନା କାମ ଚାଲିଛି । ଆସନ୍ତା ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.