ମୁମ୍ୱାଇ : ନିକଟରେ ସିଙ୍ଗର ନେହା କାକ୍କର ଖୁବ୍ ଚର୍ଚ୍ଚାରେ ଥିଲେ, ଏହା କାରଣରୁ ମେଲବୋର୍ଣ୍ଣରେ ଅର୍ଗାନାଇଜ ହୋଇଥିବା ତାଙ୍କର ଏକ ଶୋ ଥିଲା। ଉଲ୍ଲେଖନୀୟ ଯେ , ଏହି ସପ୍ତାହର ଆରମ୍ଭରେ ନେହା ମେଲବର୍ଣ୍ଣରେ ପ୍ରଦର୍ଶନ କରିଥିଲେ, କିନ୍ତୁ ସେ ନିଜର କନସର୍ଟର ଟାଇମିଂର ପାଖାପାଖି ୩ଘଣ୍ଟା ବିଳମ୍ୱରେ ଭେନ୍ୟୁରେ ପହଞ୍ଚି ଥିଲେ। ସିଙ୍ଗରଙ୍କର ଏହି ହରକତର କାରଣରୁ ତାଙ୍କର ଶୋ ଦେଖିବାକୁ ଆସିଥିବା ଲୋକେ ତାଙ୍କୁ ଫେରି ଯିବାକୁ କହିବା ଆରମ୍ଭ କରିଦେଲେ, ଏହାପରେ ନେହା ଷ୍ଟେଜ୍ରେ ହିଁ କାନ୍ଦିବାକୁ ଲାଗିଲେ। ହେଲେ ଏହା ପରେ ନେହା ନିଜର ସୋସିଆଲ ମିଡ଼ିଆରେ ଅର୍ଗାନାଇଜରଙ୍କ ଉପରେ ଅନେକ ଗୁଡ଼ିଏ ଦୋଷାରୋପ କରିଥିଲେ, କିନ୍ତୁ ଏବେ ଏହି ମାମଲାରେ ଅର୍ଗାନାଇଜରଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ମେଲବୋର୍ଣ୍ଣରେ ବିଳମ୍ୱରେ ଆସି ପରେ ନେହା ନିଜର ଅଫିସିଆଲି ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, ଅର୍ଗାନାଇଜରଙ୍କ ମିସମ୍ୟାନେଜମେଣ୍ଟ କାରଣରୁ ତାଙ୍କ ସହ ଏମିତି ହୋଇଛି। କେବଳ ଏତିକି ନୁହେଁ , ସିଙ୍ଗର ଏହା ମଧ୍ୟ କହିଛନ୍ତି କି, ସେ ତାଙ୍କର ପଇସା ମଧ୍ୟ ନେଇ ପଳାଇଲେ ଏବଂ ହୋଟେଲ ଓ ଖାଇବା ପିଇବାର ଖର୍ଚ୍ଚ ମଧ୍ୟ ସେମାନେ ଦେଲେ ନାହିଁ। ଅନ୍ୟପଟେ ଏହି ମାମଲାରେ ରିଆକ୍ଟ କରି ଅର୍ଗାନାଇଜରମାନେ ଏହିସବୁ ଅଭିଯୋଗକୁ ଭୁଲ୍ ଦର୍ଶାଇଛନ୍ତି । ସିଙ୍ଗରଙ୍କ ଯୋଗୁଁ ହୋଇଥିବା ନିଜର କ୍ଷତି ବିଷୟରେ ମଧ୍ୟ ଜଣାଇଛନ୍ତି।
ଅର୍ଗାନାଇଜର୍ସ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟା କରି ଲେଖିଛନ୍ତି , ନେହା କାକ୍କରଙ୍କ ଶୋ ସହ ଯାହା କିଛି ବି ହୋଇଛି, ଏହାର ସବୁ ପ୍ରମାଣ ଓ ଡିଟେଲ୍ ସହ ଆମେ ଆସିବୁ। ଆମେ କାଲି ଏହି ମାମଲାରୁ ପରଦା ଉଠାଇବୁ, ଏହା ଲାଇଭ୍ ହେବ। ଏହାପରେ ଶୋ’ର ରିପ୍ରେଜେଣ୍ଟେଟିଭ୍ ନେହା କାକ୍କରଙ୍କ କନସର୍ଟକୁ ଡିଜାଷ୍ଟର ଦର୍ଶାଇ କହିଛନ୍ତି କି ଶୋ’ର ସବୁ ବନ୍ଦୋବସ୍ତ ପୂରା ଠିକ୍ ଥିଲା। ଏହାସହ ହିଁ ସେ ଏହି କଥାକୁ ମଧ୍ୟ କ୍ଲିୟର କରିଛନ୍ତି ଯେ ସିଙ୍ଗରଙ୍କ ପକ୍ଷରୁ ଲଗାଯାଇ ଥିବା ସବୁ ଅଭିଯୋଗ ମିଛ।
ଅର୍ଗାନାଇଜରମାନେ କହିଛନ୍ତି କି କନସର୍ଟ କାରଣରୁ ସେମାନେ ସବୁ କରଜରେ ବୁଡ଼ିଛନ୍ତି। ଏହାସହ ସେମାନେ କହିଛନ୍ତି , ନେହା କାକ୍କରଙ୍କୁ ହିଁ ଆମକୁ ପଇସା ଦେବା ଉଚିତ୍। ତାଙ୍କ ସହ କାମ କରିବା ହିଁ ଆମ ପାଇଁ ଭୁଲ୍ ଥିଲା। ପରେ ତାଙ୍କ ଦ୍ୱାରା ଇନଷ୍ଟାଗ୍ରାମ୍ରେ ଆଉ ଏକ ପୋଷ୍ଟ ସେୟାର କରାଗଲା , ଯେଉଁଥିରେ ଅର୍ଗାନାଇଜରଙ୍କ ପକ୍ଷରୁ ନେହାଙ୍କ କନସର୍ଟରେ ହୋଇଥିବା ସବୁ ଖର୍ଚ୍ଚର ଡିଟେଲ ଥିଲା।
ଏହାସହ ତାଙ୍କ ପକ୍ଷରୁ କ୍ୟାପସନରେ ଲେଖା ଯାଇଛି ଯେ, ଏହା ସବୁ ଖର୍ଚ୍ଚ ଓ ଆମେ ୪,୫୩,୪୬,୧୧୧ଟଙ୍କା କରଜରେ ଅଛି। ଏହାସହ ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଅନପ୍ରଫେସନାଲ ଉପାୟ ଓ ବିଳମ୍ୱରେ ପହଞ୍ଚିବାର କାରଣରୁ ତାଙ୍କୁ ଭେନ୍ୟୁରୁ ବ୍ୟାନ ମଧ୍ୟ କରି ଦିଆ ଯାଇଛି।