ମୁମ୍ୱାଇ : ଆକ୍ସନ ଥ୍ରୀଲର ଫିଲ୍ମ ‘ସିକନ୍ଦର’ ଦ୍ୱିତୀୟ ଦିନ ବକ୍ସ ଅଫିସରେ ଭଲ ଆୟ କରିଛି। ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସ ଠାରୁ ମିଶ୍ର ପ୍ରତିକ୍ରିୟା ମିଳିଛି। ଏହି ଫିଲ୍ମ ସାରା ବିଶ୍ୱରେ ବକ୍ସ ଅଫିସ୍ରେ ୧୦୦କୋଟି ଟଙ୍କାର ସଂଖ୍ୟା ଅତିକ୍ରମ କରିବାରେ ସଫଳ ହୋଇଛି। ଆସନ୍ତୁ ଜାଣିବା ଫିଲ୍ମଟି ଦୁଇ ଦିନରେ କେତେ କୋଟି ଆୟ କରିଛି।
ପ୍ରଥମ ଦିନର କଲେକ୍ସନ : ପ୍ରଡକ୍ସନ ହାଉସ୍ ଦ୍ୱାରା ଜାରି କରାଯାଇ ଥିବା ତଥ୍ୟ ମୁତାବିକ , ସିକନ୍ଦର ପ୍ରଥମ ଦିନ ଭାରତୀୟ ବକ୍ସ ଅଫିସରୁ ୩୫.୪୭ କୋଟି ଟଙ୍କା କଲେକ୍ସନ କରିଛି। ସେପଟେ ସାରା ବିଶ୍ୱରେ ବକ୍ସ ଅଫିସରୁ ଫିଲ୍ମ ୧୯.୨୫ କୋଟି ଟଙ୍କା ଆୟ କରିଛି। ଏହାର ଅର୍ଥ ପ୍ରଥମ ଦିନ ଫିଲ୍ମଟି ୱାର୍ଲ୍ଡୱାଇଡ୍ ବକ୍ସ ଅଫିସ୍ରୁ ମୋଟ ୫୪.୭୨ କୋଟି ଟଙ୍କା ଆୟ କରିଛି।
ଦ୍ୱିତୀୟ ଦିନର କଲେକ୍ସନ :
ଦ୍ୱିତୀୟ ଦିନର କଥା ଯଦି କହିବା ତ ଫିଲ୍ମ ଭାରତୀୟ ବକ୍ସ ଅଫିସରୁ ୩୯.୩୭ କୋଟି ଟଙ୍କା ଓ ୱାର୍ଲ୍ଡୱାଇଡ୍ ବକ୍ସ ଅଫିସରୁ ୧୧.୮୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏହିପରି ଦ୍ୱିତୀୟ ଦିନ ଫିଲ୍ମର ୫୧.୧୭ କୋଟି ଟଙ୍କାର ଆୟ କରିଛି। ସେପଟେ ଫିଲ୍ମର ମୋଟ କଲେକ୍ସନ ୧୦୫.୮୯ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି।
ଭାଙ୍ଗିଛି ରେକର୍ଡ :
ସଲମାନଙ୍କ ଫିଲ୍ମ ସିକନ୍ଦର ଭିକି କୌଶଳଙ୍କର ଫିଲ୍ମ ଛାବାର ରେକର୍ଡ ଭାଙ୍ଗି ଦେଇଛି। ସିକନ୍ଦର ଦୁଇ ଦିନରେ ୧୦୫.୮୯ କୋଟି ଟଙ୍କାର ଆୟ କରିଛି। ସେପଟେ ଅଫିସିଆଲି ତଥ୍ୟ ମୁତାବିକ , ଛାବା ଦୁଇ ଦିନରେ ୱାର୍ଲ୍ଡୱାଇଡ୍ ବକ୍ସ ଅଫିସରୁ ୧୦୦ କୋଟି ଟଙ୍କା ଆୟ କରିଥିଲା। ହେଲେ , Sacnilkର ଅନୁସାରେ , ଛାବା ଦୁଇ ଦିନରେ ଭାରତୀୟ ବକ୍ସ ଅଫିସରୁ ୫୫ କୋଟି ଟଙ୍କା (ପ୍ରଥମ ଦିନ -୨୬ କୋଟି ଓ ୨ୟ ଦିନ -୨୯) କୋଟି ଓ ସାରା ବିଶ୍ୱର ବକ୍ସ ଅଫିସରୁ ୯୫.୭୫ କୋଟି ଟଙ୍କାର କଲେକ୍ସନ କରି ଥିଲା।