ମୁମ୍ବାଇ ୩୧/୦୩: ନିକଟରେ ବରୁଣ ଧୱନ୍ଙ୍କ ସହ ‘ବେବି ଜନ୍’ ମାଧ୍ୟମରେ ବଲିଉଡ୍ ଡେବ୍ୟୁ କରିଥିଲେ ଦକ୍ଷିଣ ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶ । ଫିଲ୍ମଟି ବକ୍ସ ଅଫିସ୍ରେ ବିଫଳ ହୋଇଥିଲେ ମଧ୍ୟ ସେଥିରେ କୀର୍ତ୍ତିଙ୍କର ଦମ୍ଦାର ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଆଗକୁ କୀର୍ତ୍ତି ରଣବୀର କପୁରଙ୍କ ସହିତ ଏକ ପ୍ରୋଜେକ୍ଟରେ କାମ କରିପାରନ୍ତି ବୋଲି ଖବର ସାମ୍ନାକୁ ଆସିଛି । ତାହା ଏକ ବିଗ୍ ବଜେଟ୍ର ଫିଲ୍ମ ହେବ । ଫିଲ୍ମଟି ଏକ ରୋମାଣ୍ଟିକ କମେଡି ହୋଇପାରେ ବୋଲି ମଧ୍ୟ କିଛି ରିପୋର୍ଟରେ କୁହାଯାଉଛି ।
ତେବେ କୀର୍ତ୍ତି କିମ୍ବା ରଣବୀରଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ଏହି ଖବର ସତ ହୋଇଥାଏ ତେବେ ଏହି ଫିଲ୍ମ ମାଧ୍ୟମରେ କୀର୍ତ୍ତି ପୁଣି ବଲିଉଡ୍ରେ ନିଜର ଭାଗ୍ୟପରୀକ୍ଷା କରିବେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ କୀର୍ତ୍ତିଙ୍କୁ ଆଗକୁ ‘ଆକ୍କା’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ରାଧିକା ଆପ୍ତେ, ତନଭି ଆଜମିଙ୍କ ଭଳି କଳାକାର ସ୍କ୍ରିନ୍ ସେୟାର କରିବେ । ସେହି ଥ୍ରିଲର ଫିଲ୍ମରେ କୀର୍ତ୍ତି ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ ।