ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

କପିଲ ମିଶ୍ରଙ୍କୁ ବଡ଼ ଝଟକା , ଦିଲ୍ଲୀ ଦଙ୍ଗା ନେଇ କୋର୍ଟ ଦେଲେ FIR ଯାଞ୍ଚ ନିର୍ଦ୍ଦେଶ

Published By : Prameya | April 1, 2025 7:38 PM

ନୂଆଦିଲ୍ଲୀ : ଦିଲ୍ଲୀର ଆଇନ ମନ୍ତ୍ରୀ କପିଲ ମିଶ୍ରଙ୍କୁ ବଡ଼ ଝଟକା। ଦିଲ୍ଲୀ ଦଙ୍ଗା ସଂପର୍କିତ କେସ୍‌ରେ କପିଲ ମିଶ୍ରଙ୍କ ବିରୋଧରେ ଯାଞ୍ଚ ଆଦେଶ ଦେଲେ କୋର୍ଟ। ୨୦୨୦ରେ ଉତ୍ତର ପୂର୍ବ ଦିଲ୍ଲୀରେ ସାଂପ୍ରଦାୟିକ ଦଙ୍ଗାରେ କପିଲ ମିଶ୍ରଙ୍କ ଭୂମିକାର ଯାଞ୍ଚର ଦାବି କରି, ଦାଏର ଆବେଦନରେ ରାଉଜ ଏଭେନ୍ୟୁ କୋର୍ଟ ମଙ୍ଗଳବାର ଏହି ଆଦେଶ ଦେଇଛନ୍ତି। ଉତ୍ତର-ପୂର୍ବ ଦିଲ୍ଲୀରେ ୨୪ ଫେବ୍ରୁଆରୀ ,୨୦୨୦ରେ ଦଙ୍ଗା ହୋଇଥିଲା , ଯେଉଁଥିରେ ୫୩ ଜଣ ଲୋକଙ୍କ ଜୀବନ ଯାଇ ଥିଲା ଏବଂ ଅନେକ ଆହତ ହୋଇଥିଲେ।

କୋର୍ଟ କହିଛନ୍ତି କି , ଦିଲ୍ଲୀ ପୁଲିସ ପକ୍ଷରୁ ଉପଲବ୍ଧ କରାଯାଇ ଥିବା ସାମଗ୍ରୀ ଗୁଡ଼ିକର ଆଧାରରେ ଜଣାପଡ଼ିଛି ଯେ, କପିଲ ମିଶ୍ରଙ୍କ ଉପସ୍ଥିତି କର୍ଦମ ପୁରୀ ଅଞ୍ଚଳରେ ଥିଲା ଏବଂ ଜଣେ ଅପରାଧି ଭାବେ ତାଙ୍କର ଯାଞ୍ଚର ଆବଶ୍ୟକତା ରହିଛି। କପିଲ ମିଶ୍ର ଏବେ କରାୱଲ ନଗରରୁ ବିଧାୟକ ଏବଂ ଦିଲ୍ଲୀର ବିଜେପି ସରକାରରେ ତାଙ୍କୁ ମନ୍ତ୍ରୀ କରାଯାଇଛି। ମିଶ୍ର ଆଇନ ଓ ରୋଜଗାର ସମେତ ଅନେକ ପ୍ରମୁଖ ମନ୍ତ୍ରଣାଳୟର ଦାୟିତ୍ୱରେ ଅଛନ୍ତି।

ଆଡିସନାସ୍‌ ଚିଫ୍‌ ଜ୍ୟୁଡିସିଆଲ ମାଜିଷ୍ଟ୍ରେଟ୍‌ ବୈଭବ ଚୌରସିଆ ପ୍ରାଥମିକ ଭାବେ ସେ ଅପରାଧରେ ଥିବା କହିଛନ୍ତି ଏବଂ ଆଗକୁ ଯାଞ୍ଚର ଆବଶ୍ୟକତା ରହିଛି। ସେ କହିଛନ୍ତି ,ଏହା ସ୍ପଷ୍ଟ ଯେ , ସେ କଥିତ ଅପରାଧର ସମୟରେ ସେହି ଅଞ୍ଚଳରେ ଉପସ୍ଥିତ ଥିଲେ। ଆଗକୁ ଯାଞ୍ଚର ଆବଶ୍ୟକତା ରହିଛି। କୋର୍ଟ ଯମୁନା ବିହାର ନିବାସୀ ମହମ୍ମଦ ଇଲିୟାସଙ୍କ ଆବେଦନରେ ଶୁଣାଣି ପରେ ନିଜର ରାୟ ସୁରକ୍ଷିତ ରଖି ଥିଲେ।

ମହମ୍ମଦ ଇଲିୟାସ କପିଲ ମିଶ୍ରଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିବାର ଦାବିକୁ ନେଇ ଏହି ପିଟିସନ ଦାଏର କରିଥିଲେ। ଦିଲ୍ଲୀ ପୁଲିସ ଏହା କହି ଆବେଦନକର ବିରୋଧ କରିଥିଲା ଯେ, କପିଲ ମିଶ୍ରଙ୍କ ଦଙ୍ଗାରେ କୌଣସି ଭୂମିକା ନଥିଲା।

ପୁଲିସ କୋର୍ଟଙ୍କୁ କହିଛି ଯେ, ଏଫଆଇଆରରେ ମିଶ୍ରଙ୍କର ଭୂମିକାର ଯାଞ୍ଚ କରାଯାଇ ଥିଲା। ଅଭିଯୋଜନ ପକ୍ଷ କୋର୍ଟଙ୍କୁ କହିଥିଲେ, ଡିପିଏସଜି (ଦିଲ୍ଲୀ ପ୍ରୋଟେଷ୍ଟ ସପୋର୍ଟ) ଗ୍ରୁପ୍‌ର ଚ୍ୟାଟ୍‌ରୁ ଜଣାପଡ଼ିଛି ଯେ, ଚକା ଜାମ୍‌ର ଯୋଜନା ପୂର୍ବରୁ ହିଁ ତିଆରି କରାଯାଇ ଥିଲା, ୧୫ ଓ ୧୭ ଫେବ୍ରୁଆରୀ, ୨୦୨୦ର ଆରମ୍ଭରେ। ପୁଲିସ ଯାଞ୍ଚରୁ ଜଣା ପଡ଼ିଛି ଯେ, ମିଶ୍ରଙ୍କ ଉପରେ ଦୋଷ ଲଦିବାର ଏକ ଯୋଜନା ତିଆରି କରାଯାଇ ଥିଲା।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.