ପ୍ରମୂଖ ଖବର
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ଋଣ ନାଁରେ ୨.୫ ଲକ୍ଷ ଠକେଇ, ଜଣେ ଗିରଫ

Published By : Prameya | March 31, 2025 11:33 PM

Image source: Internet

ବ୍ରହ୍ମପୁର, ୩୧/୦୩: ଋଣ କରାଇଦେବା ନାଁରେ ଅଢ଼େଇ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବଡ଼ବଜାର ଥାନା ପୁଲିସ ଛତ୍ରପୁରର ଧନଞ୍ଜୟ ପଣ୍ଡା (୫୧)ଙ୍କୁ ଗିରଫ କରିଛି । ସୂଚନା ମୁତାବକ, ବଡ଼ବଜାର ଥାନା ସରସ୍ୱତୀ ନଗର ୨ୟ ଲେନ୍‌ର ସୀମାଞ୍ଚଳ ଚୌଧୁରୀ ୨୦୨୩ ମସିହାରେ ଏକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସ୍ଥାପନ କରିବାକୁ  ଡିଆଇସିରେ ଆବେଦନ କରିଥିଲେ । ବ୍ୟାଙ୍କରୁ ଋଣ ନେବା ପାଇଁ ମଧ୍ୟ ଯୋଜନା ଆରମ୍ଭ କରିଥିଲେ । ଏହି ସମୟରେ ଧନଞ୍ଜୟଙ୍କ ସହ ସୀମାଞ୍ଚଳଙ୍କ ପରିଚୟ ହୋଇଥିଲା । ବଡ଼ ଧରଣର ଲୋନ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ଧନଞ୍ଜୟ କହିଥିଲେ । ଲୋନ୍‌ କରାଇଦେବା ପ୍ରତିଶ୍ରୁତି ଦେଇ ଦୁଇଟି ପର୍ଯ୍ୟାୟରେ ଅଭିଯୁକ୍ତ ୨ ଲକ୍ଷ ୫୦ ହଜାର ଟଙ୍କା ସୀମାଞ୍ଚଳଙ୍କ ଠାରୁ ନେଇଥିଲେ । ବହୁ ମାସ ପର୍ଯ୍ୟନ୍ତ ଲୋନ୍‌ ଆବେଦନ ପାସ୍‌ ହୋଇ ନଥିଲା । ନିରାଶ ହୋଇ ସୀମାଞ୍ଚଳ ଟଙ୍କା ଫେରାଇବାକୁ କହିଥିଲେ । ଧନଞ୍ଜୟ ଟଙ୍କା ଫେରାଇବା ବଦଳରେ ଧମକ ଦେଉଥିବା ସୀମାଞ୍ଚଳ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.