ପ୍ରମୂଖ ଖବର
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

୩ ମିନିଟ୍‌ରେ ଡାକ୍ତରଖାନାରୁ ବାଇକ୍‌ ଚୋରି; ଥାନାରେ ଏତଲା

Published By : Prameya | March 31, 2025 11:55 PM

ଫାଇଲ ଫଟୋ

ଦାରିଙ୍ଗବାଡ଼ି,୩୧/୦୧: ବାଇକ୍‌ ରଖି ଡାକ୍ତରଖାନା ଭିତରକୁ ଯାଇଥିଲେ ମଜେଶ ବଡ଼ମାଝି । ଡାକ୍ତରଙ୍କ ପରାମର୍ଶ ପରେ ଫେରିଲା ବେଳକୁ ବାଇକ୍‌ ନାହିଁ । ବାଇକ୍‌ ରଖିବାର ତିନି ମିନିଟ୍‌ ମଧ୍ୟରେ ଦୁର୍ବୃତ୍ତ ବାଇକ୍‌ ଚୋରି କରି ଛୁ ହୋଇଯାଇଥିବା ସିସି କ୍ୟାମେରାରେ ଦୃଶ୍ୟ କଏଦ ହୋଇଛି । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଡାକ୍ତରଖାନାରେ । ଆଡ଼ବା ଥାନା ବିଥଲ ଗ୍ରାମର ମଜେଶ ବଡ଼ମାଝୀ ଦାରିଙ୍ଗବାଡ଼ି ସାରିଙ୍ଗ୍ର ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲେ । ତାଙ୍କ ପୁଅ ଆୟୁଷ ବଡ଼ମାଝୀଙ୍କ ଦାନ୍ତ ବଥା ହେଉଥିବାରୁ ସୋମାବାର ସକାଳ ୮ ଟାରେ ଦାରିଙ୍ଗବାଡ଼ ଡାକ୍ତରଖାନା ଯାଇଥିଲେ । ଡାକ୍ତରଖାନା ପରିସରରେ ବାଇକ୍‌ ରଖି ଡାକ୍ତରଙ୍କ ପାଖକୁ ଯାଇଥିଲେ । 

ଡାକ୍ତରଙ୍କ ପରାମର୍ଶ ପରେ ବାହାରୁ ଆସି ବାଇକ୍‌ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ସିସି ଟିଭିରେ ବାଇକ୍‌ ଚୋରି କରିବା ଦୃଶ୍ୟ କଏଦ ହୋଇଛି । ଦୁର୍ବୃତ୍ତ ଜଣଙ୍କ ଟୋପି ପିନ୍ଧି ଥିବା ବେଳେ ମୁହଁରେ କଳା ମାସ୍କ ପିନ୍ଧି‌‌ଥିବା ଦେଖିବାକୁ ମିଳିଛି। ବାଇକ୍‌ ରଖି ଯିବାର ୩ ମିନିଟ ମଧ୍ୟରେ ଚୋରି ହୋଇଯାଇଛି। ମଜେଶ ଏନେଇ ଦାରିଙ୍ଗବାଡ଼ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ କନକ ମାଝୀ ସୂଚନା ଦେଇଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.