ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ସ୍କୁଲ ଛାତ୍ର ଛାତ୍ରୀ ସ୍ୱାଭିମାନ ଅଞ୍ଚଳର ଘଞ୍ଚ ଜଙ୍ଗଲ ବୁଲି ବିଭିନ୍ନ ଚାରା ବୃକ୍ଷ ଚିହ୍ନିବା ସହ ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କ ରେ ଜ୍ଞାନ ଅର୍ଜନ କଲେ

Published By : Bijay Swain | April 1, 2025 11:30 PM

ମାଲକାନଗିରି /ଚିତ୍ରକୋଣ୍ଡା,୧/୪ (ଆପ୍ର): ସଭ୍ୟ ଶିକ୍ଷିତ ମଣିଷ ମାନେ ନିଜର ଶୁଖ ପାଇଁ ଘଞ୍ଚ ଜଙ୍ଗଲ ଓ ପରିବେଶ କୁ ନଷ୍ଠ କରିବାରେ ଲାଗିଛନ୍ତି, ଆଗାମୀ ପୀଡି କିପରି ଜଙ୍ଗଲ ଓ ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବେ ଓ ବିଭିନ୍ନ ଚାରା ଗଛ ଚିହ୍ନି ତାର ଉପକାରିତା ସମ୍ପର୍କ ରେ ଜାଣିବେ ସେ ନେଇ ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀ ଙ୍କ ନିର୍ଦ୍ଦେଶ କ୍ରମେ  ପ୍ରଶିକ୍ଷଣ ଇଁ ସଚେତନା କାର୍ଯ୍ୟକ୍ରମ ଚାଲିଛି। ଚିତ୍ରକୋଣ୍ଡା ବନାଞ୍ଚଳ ପକ୍ଷରୁ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଛାତ୍ର ଛାତ୍ରୀ ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳର ଘଞ୍ଚ ଜଙ୍ଗଲ ଓ ନର୍ସରୀ ବୁଲି ବିଭିନ୍ନ ଚାରା ବୃକ୍ଷ ଚିହ୍ନିବା ସହ ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କ ରେ ଜ୍ଞାନ ଅର୍ଜନ କରିଛନ୍ତି .           ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା କନ୍ୟା ଆଶ୍ରମ ଓ ଉଚ୍ଚ ବିଦ୍ୟାଳୟ ଚିତ୍ରକୋଣ୍ଡା ର  ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ନେଇ ଚିତ୍ରକୋଣ୍ଡା ବନାଞ୍ଚଳ ତରଫରୁ  ନେଚର କ୍ୟାମ୍ପ ଇକୋ ପାର୍କ ଚିତ୍ରକୋଣ୍ଡା ଠାରେ ଆୟୋଜନ କରାଯାଇଥିଲା,   ଜଙ୍ଗଲ କ୍ଷୟ ଓ ତାହାର ପ୍ରତିକାର ଉପରେ ଆଲୋଚନା ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ସଚେତନ ବାର୍ତ୍ତା ଦିଆଯାଇଥିଲା l 

ଏଥିସହିତ ଚିତ୍ରକୋଣ୍ଡା ସେଣ୍ଟ୍ରାଲ ନର୍ସରୀ ଛାତ୍ରଛାତ୍ରୀ ପରିଦର୍ଶନ କରିଥିଲେ,   ନର୍ସରୀରେ କିଭଳି ଓ କେଉଁ କେଉଁ ଚାରା ପ୍ରସ୍ତୁତ କରାଯାଉଅଛି ଓ ସେଗୁଡିକ ପ୍ରକୃତି ପାଇଁ କଣ ଆବଶ୍ୟକ ଓ ତାର ଉପକାରିତା ସମ୍ପର୍କ ରେ ବନାଞ୍ଚଳ ଅଧିକାରୀ ବଳରାମ ନାୟକ ବୁଝାଇଥିଲେ l ଏହା ବ୍ୟତିତ ଛାତ୍ରଛାତ୍ରୀଙ୍କୁ ବନ ଗୁରୁ ସଂରକ୍ଷିତ ଜଙ୍ଗଲ କୁ ନେଇ ବିଭିନ୍ନ ଗଛ ଚିନ୍ହାଇବା ସହିତ ଗଛଗୁଡିକର ଆବଶ୍ୟକତା ଉପକାରିତା ସମ୍ପର୍କ ରେ ବୁଝାଇବାସହିତ ବିଭାଗ ତରଫରୁ ହୋଇଥିବା ଏସ ଏମ ସି କାମ ଦେଖାଇବା ସହିତ ଜଙ୍ଗଲରେ  କାମ କରିବା ଉଦ୍ୟେଶ୍ୟ ଓ ଆବଶ୍ୟକତା ବୁଝାଇବା ସହିତ ଜଙ୍ଗଲ ନିଆଁ ଆୟତ୍ତ କେମିତି କରାଯାଉଅଛି ତାହା ପିଲାମାନଙ୍କୁ ଶିଖାଯାଇଥିଲା, ଏଥିସହିତ ଧନୁର୍ଜ୍ୟଗୁଡା ପାର୍କକୁ ନେଇଁ ସେଠାରେ ରୋପଣ କରାଯାଇଥିବା ଔଷଧୀୟ ବୃକ୍ଷ ଗୁଡିକୁ ଚିନ୍ହାଇବା ସହିତ ବ୍ୟବହାର ଉପରେ ବୁଝାଯାଇଥିଲା, ଶେଷରେ ଇକୋ ପାର୍କ ଚିତ୍ରକୋଣ୍ଡା ଠାରେ ଜଙ୍ଗଲ ଉପରେ ଆଧାରିତ ସାଧାରଣ ଜ୍ଞାନର ପରୀକ୍ଷା କରାଯାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅର୍ଜନ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ଛାତ୍ରୀ ମାନଙ୍କ ଦ୍ୱାରା ଜଙ୍ଗଲ ଓ ପରିବେଶ ସୁରକ୍ଷା ସମ୍ପର୍କ ରେ ସ୍ଥାନୀୟ ଦେଶିଆ ଭାଷା ରେ ନାଟକ ମଞ୍ଚସ୍ଥ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.