ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ମାଲକାନଗିରିରୁ ପୁରୀ ପ୍ରକୃତି ସୁରକ୍ଷା ପଦଯାତ୍ରା

Published By : Bijay Swain | March 30, 2025 12:35 AM

ଶେରଗଡ଼, ୨୯/୩(ଆପ୍ର): ପରିବେଶ ସୁରକ୍ଷା ପାଇଁ ମାଲକାନଗିରିରୁ ପୁରୀ ଅଭିମୁଖେ ୩୫ ଜଣ ବ୍ୟକ୍ତି ପଦଯାତ୍ରା କରୁଥିବା ବେଳେ ଶନିବାର ସେମାନେ ଶେରଗଡ଼ ଠାରେ ପହଞ୍ଚିଥିଲେ। ପରିବେଶ ବନ୍ଧୁ ନିରାକାର ବିଷୋୟୀ ଓ ଗୌରହରି ବିଷୋୟୀଙ୍କ ସମେତ ବହୁ ପରିବେଶପ୍ରେମୀ ସେମାନଙ୍କୁ ଜଗନ୍ନାଥପୁରରେ ସ୍ୱାଗତ କରିଥିଲେ। ସ୍ଥାନୀୟ ବିଜୁ ପଟ୍ଟନାୟକ ବିଦ୍ୟାଳୟକୁ ପାଛୋଟି ନେଇଥିଲେ। ସେଠାରେ ଆୟୋଜିତ ସଭାରେ ସମସ୍ତ ପଦଯାତ୍ରୀ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ। 

ଗତ ୩୫ ଦିନ ହେଲା ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସେମାନଙ୍କ ପଦଯାତ୍ରା ନେଇ ଅଭିଜ୍ଞତା ବଖାଣିଥିଲେ। ପ୍ରକୃତି ସୁରକ୍ଷା ପଦଯାତ୍ରୀ ଓ ରାଜ୍ୟ ପ୍ରଯୁକ୍ତି ବିଦ୍ୟା ପୂର୍ବତନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବଳରାମ ପଣ୍ଡା, ସୂର୍ଯ୍ୟନାରାୟଣ ପ୍ରଧାନ, ଯୋଗଗୁରୁ ସ୍ମୃତିଶେଖର ସାହୁ, ପ୍ରାକୃତିକ ଚିକିତ୍ସକ ଧନଞ୍ଜୟ କୁମାର, ନିହାର ଗାନ୍ଧୀ ପ୍ରମୁଖ ସାମିଲ ଅଛନ୍ତି। ସମସ୍ତ ସଦସ୍ୟ ଶନିବାର ଏଠାରେ ରାତ୍ରୀଯାପନ ପରେ ସକାଳୁ ପୁରୀ ଅଭିମୁଖେ ପଦଯାତ୍ରା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.