ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଆଦିବାସୀ ମହିଳା ଗୁରୁତର

Published By : Prameya | March 29, 2025 2:28 PM

ଭୁବନେଶ୍ଵର, ୨୯/୦୩ : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଜଣେ ଆଦିବାସୀ ମହିଳା ଗୁରୁତର। ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭୈରମଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡିମ୍ରାପାଳ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ତାଡୋପୋଟ୍ ଘାଟିରେ ଲ୍ୟାଣ୍ଡମାଇନ୍ ବିଛାଇଥିଲେ। ଜଙ୍ଗଲକୁ କାଠ ସଂଗ୍ରହ କରିବା ଲାଗି ଯାଇଥିବା ବେଳେ ମହିଳା ଜଣଙ୍କ ଏହାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି। 

ସୂଚନାନୁଯାୟୀ, ଦେଶରୁ ନକ୍ସଲବାଦ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀ ନକ୍ସଲଙ୍କ ଗଡ଼ରେ ଜୋରଦାର୍ ଅପରେଶନ ଚଳାଇଛନ୍ତି। ନକ୍ସଲଙ୍କୁ ଚାରିପଟୁ ଘେରି ଯାଇଛନ୍ତି। ଆଜି ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁକୁମା ଜିଲ୍ଲାରେ ୧୬ ରୁ ଅଧିକ ନକ୍ସଲ ନିପାତ ହୋଇଛନ୍ତି। ଏବେବି ସର୍ଚ୍ଚ ଅପରେଶନ ଜାରି ରହିଛି। ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ ହୋଇଛି। 

ପ୍ରକାଶ ଥାଉକି,  ଗତ ୩ ମାସରେ ୧୦୦ରୁ ଅଧିକ ନକ୍ସଲ ନିପାତ ହେଲେଣି । ନିକଟରେ ଛତିଶଗଡରେ ପୁଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ୩ ମାଓବାଦୀ ନିହତ ହୋଇଥିଲେ। ଦନ୍ତେଓ୍ବାଡା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ଏହି ଏନକାଉଣ୍ଟର ହୋଇଥିଲା ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିଲେ ।

ଏହି ଖବରଟିକୁ ପଢନ୍ତୁ-ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୧୬ରୁ ଅଧିକ ମାଓବାଦୀ ନିପାତ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.