ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଚନ୍ଦନେଶ୍ୱର ମହାଦେବଙ୍କ ଆୟ ଉତ୍ସ ନିଲାମ ଶେଷ: ବଜାର ସାଢ଼େ ୨୨ ଲକ୍ଷ, ଗାଡ଼ି ପାର୍କିଂ ୨୦ ଲକ୍ଷରେ ନିଲାମ

Published By : Prameya | March 31, 2025 8:31 AM

ଚନ୍ଦନେଶ୍ୱର,୩୧/୦୩: ଭୋଗରାଇର ଚନ୍ଦନେଶ୍ୱର ମହାଦେବଙ୍କ ବିଭିନ୍ନ ଆୟ ଉତ୍ସ  ନିଲାମ ରବିବାର ଶୃଙ୍ଖଳିତ ଭାବେ ଶେଷ ହୋଇଛି । ଦୈନିକ ବଜାରକୁ ୨୨ଲକ୍ଷ ୫୦ହଜାର  ଟଙ୍କାରେ ନିଲାମ ହୋଇଥିବା ବେଳେ ଗାଡ଼ି ପାର୍କିଂ ୨୦ଲକ୍ଷ ହୋଇଛି । ଅପରପକ୍ଷରେ ସୋମବାର ଠାରୁ ପ୍ରସିଦ୍ଧ ଚଡ଼କ  ପର୍ବ ଶୁଭାରମ୍ଭ ହେଉଥିବାରୁ ରାସ୍ତା ଉପରକୁ ହେଉଥିବା ଜବର ଦଖଲ ଉଚ୍ଛେଦ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି । 

ବିବରଣୀରୁ ପ୍ରକାଶ, ବାବା ଚନ୍ଦନେଶ୍ୱର ଜିଉଙ୍କ ବିଭିନ୍ନ ଆୟ ଉତ୍ସ ମଧ୍ୟରୁ ଚଳିତ ବର୍ଷ ଦୈନିକ ବଜାର, ଗାଡ଼ି ପାର୍କିଂ, ଜୋତାଷ୍ଟାଣ୍ଡ  ଓ ନୂତନ ହାକାଣ୍ଡ ପୋଖରୀ(କିଆଁଗଡ଼ିଆ) ପ୍ରକାଶ୍ୟରେ ନିଲାମ  ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ତେବେ  ପ୍ରଥମ ଦିନରେ ସେବାୟତ ଓ ବିଜେପି କର୍ମୀଙ୍କ ମୁହାଁମୁହିଁ  ପରିସ୍ଥିତି ପରେ ରବିବାର ପ୍ରଶାସନ ବେଶ ଗୁରୁତ୍ୱର ସହିତ ଏହି  କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ପ୍ରଥମେ ହାକାଣ୍ଡ ପୋଖରୀକୁ ସରକାରୀ  ସର୍ବନିମ୍ନ ମୂଲ୍ୟ ଠାରୁ ବଢି ୩୮ହଜାର ଟଙ୍କାରେ ଚନ୍ଦନ ଜେନା  ନେଇଥିଲେ । ଏହାପରେ ୯୮ହଜାର ଟଙ୍କାରେ  ଜୋତାଷ୍ଟାଣ୍ଡକୁ କେହି ନେବାକୁ ଆଗଭର  ହୋଇ ନଥିଲେ । ୫ଲକ୍ଷ ୩୦ହଜାର ଟଙ୍କାରେ  ନିର୍ଦ୍ଧାରିତ ଗାଡ଼ି ପାର୍କିଂକୁ ୭ଜଣ ନିଲାମ ନେବାକୁ  ଯାଇ ଗୋଛିଦା ତେଘରି ସରପଞ୍ଚ ରାଜେଶ୍ୱରୀ  କାମିଲା ସର୍ବାଧିକ ୨୦ଲକ୍ଷ ଟଙ୍କାରେ ନେଇଥିଲେ  ା ଶେଷରେ ୪ଲକ୍ଷ ୮୦ହଜାର ୫ଶହ ଟଙ୍କାର  ଦୈନିକ ବଜାରକୁ ୬ଜଣଙ୍କ ମଧ୍ୟରେ ଟକ୍କର  କରି ଗିରିଜା ଶଙ୍କର ଦାସ ସର୍ବାଧିକ ୨୨ଲକ୍ଷ  ୫୦ହଜାର ଟଙ୍କାରେ ନିଲାମ ନେଇଥିବା ଜଣାପଡିଛି । ତେବେ ଗାଡ଼ି ପାର୍କିଂ କିମ୍ବା ଦୈନିକ ବଜାରରୁ ଟ୍ରଷ୍ଟ  ବୋର୍ଡ ପକ୍ଷରୁ ଧାର୍ଯ୍ୟ ମୂଲ୍ୟ ଠାରୁ କେହି ଅଧିକ ଟଙ୍କା ଆଦାୟ କରି ପାରିବେ ନାହିଁ ବୋଲି ନିର୍ବାହୀ ଅଧିକାରୀ ତଥା ତହସିଲଦାର  ସୂର୍ଯ୍ୟ କୁମାର ନାୟକ ପ୍ରକାଶ କରିଛନ୍ତି । ଏଥିରେ ତାଳସାରୀ  ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ, ଟ୍ରଷ୍ଟ ବୋର୍ଡର  ସୁପରଭାଇଜର ବରେନ୍ଦ୍ର ପ୍ରହରାଜ, ମୌରସୀ-ନ୍ୟାସୀ ତପନ  କୁମାର ପଣ୍ଡ, ସେବାୟତ ବୁଦ୍ଧଦେବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.