ପ୍ରମୂଖ ଖବର
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ନିଷ୍ପତ୍ତି ଉପରେ ରହିଛି ଉଭୟ ରାଜ୍ୟର ନଜର
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ପ୍ରସୂତିଙ୍କୁ ମିଳିଲା ନୂଆ ଜୀବନ: ୧୦ ମିନିଟ୍‌ ବନ୍ଦ ପରେ ଚାଲିଲା ହୃତ୍‌ପିଣ୍ଡ୍, ନବଜାତକ ସୁସ୍ଥ

Published By : Manoj | April 1, 2025 10:47 AM

ଜୟପୁର,୦୧/୦୪: ଜିଲ୍ଲା ହସ୍ପିଟାଲ୍‌ରେ ଘଟିଛି ଏକ ବିରଳ ଘଟଣା । ୧୦ ମିନିଟ୍‌ ବନ୍ଦ ହେବା ପରେ ହୃତ୍‌ପିଣ୍ଡ(ହାର୍ଟ)  ପୁଣି କାମ କରିଛି । ଡାକ୍ତର ଏବଂ କର୍ମଚାରୀଙ୍କ  ଟିମ୍‌ ୱାର୍କରୁ ମିଳିଛି ସଫଳତା । ସହରର ଜଣେ ପ୍ରସୂତି ପାଇଛନ୍ତି ନୂଆ ଜୀବନ । ନବଜାତକ(ପୁଅ) ସୁସ୍ଥ ଥିବା ବେଳେ ପ୍ରସୂତିଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଏବଂ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।ରାତି ୭ଟା ପର୍ଯ୍ୟନ୍ତ ତାଙ୍କୁ ଆଇସିୟୁରେ  ରଖାଯାଇଛି ।  

ସହରର ଜଣେ ମହିଳାଙ୍କ ଗର୍ଭଜନିତ ବେଦନା ଆରମ୍ଭ ହୋଇଥିଲା । ଏହାଥିଲା ମହିଳାଙ୍କ ଦ୍ୱିତୀୟ ଗର୍ଭଧାରଣ । ଗର୍ଭବତୀଙ୍କ  ଶରୀରରୁ ତରଳ ପଦାର୍ଥ କମିଯାଇଥିବା ବିଭିନ୍ନ ପରୀକ୍ଷା ପରେ ଜଣାପଡ଼ିଥିଲା ଅସ୍ତ୍ରୋପଚାର ନକଲେ ମହିଳା ଏବଂ ଗର୍ଭସ୍ଥ ଶିଶୁଙ୍କ ଅବସ୍ଥା ସଙ୍ଗିନ ହୋଇଯିବ । ପୂର୍ବାହ୍ଣରେ ଗର୍ଭବତୀଙ୍କୁ ଅପରେସନ୍‌ ଥିଏଟର(ଓଟି)କୁ ନିଆଯାଇଥିଲା । ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ ପରେ ସାଢ଼େ ୧୦ଟାରେ ଆରମ୍ଭ ହୋଇଥିଲା  ଅସ୍ତ୍ରୋପଚାର । ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ  ଡାକ୍ତର ସସ୍ମିତା ଦାସ, ନିଶ୍ଚେତକ ବିଶେଷଜ୍ଞ  ଡାକ୍ତର ଆଶିଷ ପାଣିଗ୍ରାହୀ, ଡାକ୍ତର ସୋନାଲି  ସାବତ ଏବଂ ଅନ୍ୟ କର୍ମଚାରୀମାନେ କାମରେ  ଲାଗିଥିଲେ । ସଫଳତାର ସହ ଜନ୍ମ ନେଇଥିଲା  ଶିଶୁ। ୫ ମିନିଟ୍‌ ପରେ ଓଟି ଟେବୁଲ୍‌ରେ  ଅସୁସ୍ଥ ହୋଇପଡ଼ିଥିଲେ ପ୍ରସୂତି । କୌଣସି  ପାଶ୍ୱର୍ ପ୍ରତିକ୍ରିୟା ଆଶଙ୍କାରେ ଡାକ୍ତରମାନେ  ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ  ହେଉଥିଲେ । ହଠାତ୍‌  ହୃତ୍‌ପିଣ୍ଡ କାମ କରିବା  ବନ୍ଦ(କାଡିଆକ୍‌ ଆରେଷ୍ଟ୍‌)  ହୋଇଯାଇଥିଲା। ସମସ୍ତଙ୍କ  ଚିନ୍ତା ବଢ଼ିଯାଇଥିଲା ।  ଆରମ୍ଭ ହୋଇଥିଲା ଜୀବନରକ୍ଷା ଅଭିଯାନ ।  ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର  ଅରବିନ୍ଦ ନେପାକଙ୍କୁ ଡକାଯାଇଥିଲା ।  ସିଆର୍‌ଟି(କାର୍ଡିଆକ୍‌ ରିସିଙ୍କ୍ରୋନାଇଜେନସ୍‌  ଥେରାପି) ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଇଥିଲା । ଡାକ୍ତର ଆଶିଷ ଭେଣ୍ଟିଲେଟ୍‌  କରିଥିବା ବେଳେ ଡାକ୍ତର ନେପାକ କାର୍ଡିଆକ୍‌ ମ୍ୟାସେଜ୍‌ ଉପରେ ଗୁରୁତ୍ୱ ଦେଇଥିଲେ ।  

ପ୍ରସୂତିଙ୍କ କଟାଯାଇଥିବା ସ୍ଥାନ ସିଲେଇ(ଷ୍ଟିଚିଂ) ରେ ଲାଗିଥିଲେ ଡାକ୍ତର ସସ୍ମିତା । ଡାକ୍ତର ସୋନାଲି ଏବଂ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ଜନ୍ମିତ ଶିଶୁକୁ ସୁରକ୍ଷିତ  ରଖାଯାଇଥିଲା । ଲଗାତାର ଉଦ୍ୟମ ଯୋଗୁ  ପ୍ରାୟ୧୦ ମିନିଟ୍‌ ପରେ ହୃତ୍‌ପିଣ୍ଡ ପୁଣି ଚାଲିବା  ଆରମ୍ଭ କରିଥିଲା । ଏହାର ପ୍ରାୟ ଘଣ୍ଟାଏ ପରେ ନିଶ୍ଚଳ ଶରୀରରେ ପ୍ରାଣ ସଂଚାର ହୋଇଥିଲା ।  ସମସ୍ତଙ୍କ ମୁହଁ ଉଜ୍ଜ୍ୱଳ ହୋଇଥିଲା । ଏ ଭିତରେ କୋରାପୁଟ ମେଡିକାଲ କଲେଜ  ସହ ଯୋଗାଯୋଗ କରାଯାଇ ଏକ ଆଇସିୟୁ  କୋଠରି ସଂରକ୍ଷିତ କରାଯାଇଥିଲା । ଅକ୍ସିଜେନ୍‌ ମାସ୍କ୍‌ ଲଗାଇ ଭେଣ୍ଟିଲେଟ୍‌ କରି  ଡାକ୍ତର ଆଶିଷ ପ୍ରସୂତିଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ  ଆଣିଥିଲେ । କୋରାପୁଟ ବଡ଼ ମେଡିକାଲ୍‌ରେ  ଚିକିତ୍ସା ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାରେ  ସାମାନ୍ୟ ସୁଧାର ଆସିଥିଲା । ତଥାପି ସେ  ସମ୍ପୂର୍ଣ୍ଣ ବିପଦମୁକ୍ତ ନ ଥିବା ଜଣାପଡ଼ିଛି ।   

ସୂଚନାଥାଉ କି, ଡିଏଚ୍‌ଏଚ୍‌ରେ କାର୍ଡିଆକ୍‌  ଆରେଷ୍ଟ୍‌ ଭଳି ଘଟଣା ଅନେକଥର ଘଟିଛି । ମାତ୍ର ୧ରୁ ୨ ମିନିଟ୍‌ ଉଦ୍ୟମ ପରେ ସଫଳତା ମିଳିଛି। ପ୍ରଥମ ଥର ଲାଗି କୌଣସି  ରୋଗୀଙ୍କ ହାର୍ଟ ୧୦ ମିନିଟ୍‌ ବନ୍ଦ ରହିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.