ମୁମ୍ବାଇ,୦୧/୦୮: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। 'ବିଗ ବସ୍ ୧୯' ସହ ଫେରୁଛନ୍ତି ସଲମାନ ଖାନ୍ । ରିଲିଜ ହୋଇଯାଇଛି 'ବିଗ ବସ୍ ୧୯' ଟିଜର । ନିର୍ମାତାମାନେ ଶୋ'ର ପ୍ରିମିୟର ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଜୁଲାଇ ୩୧, ଗୁରୁବାର ଦିନ ଶୋ'ର ଟିଜର ରିଲିଜ୍ ହୋଇଥିବା ବେଳେ ହୋଷ୍ଟ ସଲମାନ ଖାନ୍ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହା ବହୁତ ମଜାଦାର ହେବ ।
'ବିଗ ବସ୍ ୧୯' ଟିଜରଟି ସଲମାନ ଖାନ ଦର୍ଶକଙ୍କୁ ଜଣେ ରାଜନେତା ଭାବରେ ସମ୍ବୋଧିତ କରିବା ସହିତ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ ଏଥର ଶୋ'ରେ 'ଘରୱାଲୋଁ କି ସରକାର' ରହିବ । ପ୍ରଥମ ଥର ପାଇଁ, ବିଗ୍ ବସ୍ ଘରେ ସମସ୍ତ ଘରର ସଦସ୍ୟଙ୍କ ସାମୂହିକ ମତାମତ ପ୍ରଚଳିତ ହେବ । ସଲମାନ ଖାନ ତାଙ୍କ ଇନଷ୍ଟାଗ୍ରାମରେ ବିଗ ବସ୍ ୧୯ର ଟିଜର ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ବିଗ ବସ୍ ନୂଆ ସିଜନ ଆସୁଛି । ଏଥର ଚାଲିବ ଘରୱାଲୋଁ କି ସରକାର । ବିଗ ବସ୍ ୧୯ ଅଗଷ୍ଟ ୨୪ରୁ ଦେଖନ୍ତୁ ।' ତେବେ ପ୍ରତିବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ପ୍ରିମିୟର ହେଉଥିବା ବିଗ ବସ୍ ଚଳିତ ବର୍ଷ ଅଗଷ୍ଟ ୨୪ରୁ ଆରମ୍ଭ ହେବ । ତେବେ ଶୋ' ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି, ଯାହା ପ୍ରାୟ ୬ ମାସ ଧରି ଚାଲିବା ସହ ସବୁଠାରୁ ଲମ୍ବା ସିଜିନ୍ ମଧ୍ୟରୁ ଗୋଟିଏ ହେବ। କିନ୍ତୁ ନିର୍ମାତାମାନେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।