ପ୍ରମୂଖ ଖବର
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ନିଷ୍ପତ୍ତି ଉପରେ ରହିଛି ଉଭୟ ରାଜ୍ୟର ନଜର
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା; 'ଜବାନ୍‌' ପାଇଁ ଶାହାରୁଖ ଖାନ୍‌, 'ଟ୍ବେଲ୍‌ଥ୍ ଫେଲ୍‌' ପାଇଁ ବିକ୍ରାନ୍ତ ମାସେ ସମ୍ମାନୀତ

Published By : Soubhagya Ranjan | August 1, 2025 6:58 PM

ନୂଆଦିଲ୍ଲୀ,୦୧/୦୮: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଏଥର ଏହି ପୁରସ୍କାରଗୁଡ଼ିକ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପାଇଁ ଦିଆଯାଇଛି। ଏଥର ଜାତୀୟ ପୁରସ୍କାରରେ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପାଇଁ 'କଟହଲ'କୁ ପୁରସ୍କାର ଦିଆଯାଇଛି। ଏହି ଚଳଚ୍ଚିତ୍ରଟି ୧୯ ମଇ ୨୦୨୩ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା। 'କଟହଲ'ରେ ସାନ୍ୟା ମାଲହୋତ୍ରା, ଅନନ୍ତ ଭି ଜୋଶୀ, ବିଜୟ ରାଜ, ରାଜପାଲ ଯାଦବ, ବ୍ରିଜେନ୍ଦ୍ର କାଲା ଏବଂ ନେହା ସରାଫଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ 'ଜବାନ' ପାଇଁ ଶାହରୁଖ ଖାନ ଏବଂ ଫିଲ୍ମ 'ଟ୍ବେଲ୍‌‌ଥ ଫେଲ୍' ପାଇଁ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଫିଲ୍ମ 'ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ' ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି।

'କେରଳ ଫାଇଲ୍ସ' ସିନେମା ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ପୁରସ୍କାର ଜିତିଛି। ଯଦି ଆମେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକଙ୍କ କଥା କହିବା, ତେବେ ବୈଭବୀ ମର୍ଚାଣ୍ଟଙ୍କୁ 'ରକି ରାନୀ କି ପ୍ରେମ କାହାନି' ଚଳଚ୍ଚିତ୍ରର "ଢ଼ିଣ୍ଡୋରା ବାଜେ"ରେ ଗୀତ ପାଇଁ ପୁରସ୍କାର ମିଳିଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ "ଆନିମଲ୍" ଚଳଚ୍ଚିତ୍ରକୁ ଏକ ସ୍ୱତନ୍ତ୍ର ଉଲ୍ଲେଖ ମିଳିଛି। ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର 'ବାଗୱନ୍ତ କେଶରୀ' ସମ୍ନାନୀତ ହୋଇଛି। ଶ୍ରେଷ୍ଠ ଅଣ ଫିଚର ଫିଲ୍ମ ପୁରସ୍କାର "ଦି ସାଇଲେଣ୍ଟ ଏପିଡେମିକ୍" କୁ ଦିଆଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ସ୍କ୍ରିପ୍ଟ ପାଇଁ "ସନଫ୍ଲାୱାର୍ ୱେର୍ ଦି ଫାଷ୍ଟ ୱନ୍ସ ଟୁ ନୋ" ଚଳଚ୍ଚିତ୍ରକୁ ଚୟନ କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର କ୍ରିଟିକ୍ ପୁରସ୍କାର ଉତ୍ପଲ୍ ଦତ୍ତଙ୍କୁ ଦିଆଯାଇଛି।

ଶୁକ୍ରବାର ଘୋଷିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ତାଲିକା ନିମ୍ନରେ ଦିଆଗଲା:

ଶ୍ରେଷ୍ଠ ଫିଚର ଫିଲ୍ମ: 12th ଫେଲ୍

ଶ୍ରେଷ୍ଠ ଫିଚର ହିନ୍ଦୀ ଫିଲ୍ମ: କଟହଲ

ଶ୍ରେଷ୍ଠ ଅଭିନେତା ମୁଖ୍ୟ ଭୂମିକା: ଶାହରୁଖ ଖାନ (ଜବାନ)

ଶ୍ରେଷ୍ଠ ଅଭିନେତା ମୁଖ୍ୟ ଭୂମିକା: ବିକ୍ରାନ୍ତ ମାସେ (12th ଫେଲ୍)

ଶ୍ରେଷ୍ଠ ଅଭିନେତ୍ରୀ ମୁଖ୍ୟ ଭୂମିକା: ରାଣୀ ମୁଖାର୍ଜୀ (ମିସେସ୍‌ ଚାଟାର୍ଜୀ ଭର୍ସେସ୍‌ ନରୱେ)

ଫିଚର୍‌ ଫିଲ୍ମ:

ସ୍ପେଶାଲ ମେନ୍ସନ୍‌: ଏମ.ଆର ରାଜକ୍ରିଷ୍ଣନ୍ (ଆନିମଲ - ରି - ରେକର୍ଡିଂ)

ଶ୍ରେଷ୍ଠ ତାଇ ଫାକେ ଫିଲ୍ମ: ପାଏ ଟାଙ୍ଗ ... ଷ୍ଟେପ୍ ଅଫ୍ ହୋପ୍

ଶ୍ରେଷ୍ଠ ଗାରୋ ଚଳଚ୍ଚିତ୍ର: ରିମଡୋଟିଆଙ୍ଗା

ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର: ଭଗବନ୍ତ କେସରୀ

ସର୍ବୋତ୍ତମ ତାମିଲ ଚଳଚ୍ଚିତ୍ର: ପାର୍କିଂ

ସର୍ବୋତ୍ତମ ପଞ୍ଜାବୀ ଚଳଚ୍ଚିତ୍ର: ଗୋଡ୍ଡେ ଗୋଡ୍ଡଷ ଖା

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର: ପୁଷ୍କରା

ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର: ଶ୍ୟାମଚି ଆଏ

ଶ୍ରେଷ୍ଠ ମାଲାୟାଲମ୍ ଚଳଚ୍ଚିତ୍ର: ଉଲ୍ଲୋଜୁକ୍କୁ

ସର୍ବୋତ୍ତମ କନ୍ନଡ ଚଳଚ୍ଚିତ୍ର: କାଣ୍ଡିଲୁ

ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର: କଟହଲ୍

ସର୍ବୋତ୍ତମ ଗୁଜୁରାଟୀ ଚଳଚ୍ଚିତ୍ର: ଭାସ୍

ସର୍ବୋତ୍ତମ ବଙ୍ଗାଳୀ ଚଳଚ୍ଚିତ୍ର: ଡିପ ଫ୍ରିଜ୍

ଶ୍ରେଷ୍ଠ ଆସାମୀ ଚଳଚ୍ଚିତ୍ର: ରଙ୍ଗଟାପୁ 1982

ଶ୍ରେଷ୍ଠ ଆକ୍ସନ ନିର୍ଦ୍ଦେଶନା: ନନ୍ଦୁ-ପ୍ରଦୂଭି (ହନୁମାନ)

ଶ୍ରେଷ୍ଠ କୋରିଓଗ୍ରାଫି: ବୈଭବୀ ମର୍ଚାଣ୍ଟ (ଢ଼ିଣ୍ଡୋରା ବାଜେରେ - ରକି ଅର୍ ରାନୀ କି ପ୍ରେମ୍ କାହାନୀ)

ଶ୍ରେଷ୍ଠ ଗୀତିକାର: କାସରଲା ଶ୍ୟାମ (ଓରୁ ପାଲେଟୁରୁ) ବାଲାଗାମ)

ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ: ଜି.ଭି ପ୍ରକାଶ କୁମାର (ଭାଥୀ), ହର୍ଷବର୍ଦ୍ଧନ ରମେଶ୍ୱର (ଆନିମଲ୍)

ଶ୍ରେଷ୍ଠ ମେକ୍ଅପ୍: ଶ୍ରୀକାନ୍ତ ଦେଶାଇ (ସାମ୍ ବାହାଦୂର)

ସର୍ବୋତ୍ତମ ପୋଷାକ ଡିଜାଇନ୍: ସଚିନ୍, ଦିବ୍ୟା, ନିଧି (ସାମ୍ ବାହାଦୂର)

ସର୍ବୋତ୍ତମ ପ୍ରଡକ୍ସନ୍‌ ଡିଜାଇନ୍: ମୋହନଦାସ (୨୦୧୮)

ସର୍ବୋତ୍ତମ ସମ୍ପାଦନା: ମିଡୁନ୍ ମୁରଲୀ (ପୋକାକାଲମ୍)

ସର୍ବୋତ୍ତମ ସାଉଣ୍ଡ୍ ଡିଜାଇନ୍: ସଚିନ୍ ସୁଧାକରନ୍, ହରିହରନ୍ (ଆନିମଲ୍)

ସର୍ବୋତ୍ତମ ଚିତ୍ରନାଟ୍ୟ: ସାଇ ରାଜେଶ (ବେବି), ରାମକୁମାର ବାଲାକ୍ରିଷ୍ଣନ୍ (ପାର୍କିଂ)

ସର୍ବୋତ୍ତମ ସଂଳାପ: ଦୀପକ କିଙ୍ଗ୍ରାନି (ସିର୍ଫ ଏକ୍ ବୁନ୍ଦ୍‌ କାଫି ହୈ)

ଶ୍ରେଷ୍ଠ ସିନେମାଟୋଗ୍ରାଫି: ପ୍ରସନ୍ନାନୁ ମହାପାତ୍ର (କେରଳ ଷ୍ଟୋରୀ)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ଶିଳ୍ପା ରାଓ (ଚଲାୟା - ଜୱାନ୍), ରୋହିତ (ପ୍ରେମିସ୍ତୁନ୍ନା - ବେବି)

ଶ୍ରେଷ୍ଠ ଶିଶୁ କଳାକାର: ସୁକର୍ତ୍ତୀ ବାନ୍ଧବୀ (ଗାନ୍ଧୀ ଟାଟା ଚେଟୁ), କବୀର ଖାନ୍ଦେରେ (ଜିପ୍ସୀ), ତ୍ରିଶା | ତୋଶର, ଶ୍ରୀନିବାସ ପୋକଲେ, ଭାର୍ଗବ (ନାଲ୍ ଟୁ)

ଶ୍ରେଷ୍ଠ ସହାୟକ ଅଭିନେତା / ଅଭିନେତ୍ରୀ: ଉର୍ବଶୀ (ଉଲ୍ଲୋଜୁକ୍କୁ), ଜାନକୀ ବୋଡିୱାଲା (ଭାସ୍), ବିଜୟାରାଗବନ୍ (ପୁକ୍କାଲମ୍), ମୁଥୁପେଟାଇ ସୋମୁ ଭାସ୍କର (ପାର୍କିଂ)

ଶ୍ରେଷ୍ଠ ଲିଡ୍ ଅଭିନେତା / ଅଭିନେତ୍ରୀ: ରାନୀ ମୁଖାର୍ଜୀ (ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ), ଶାହରୁଖ ଖାନ୍ (ଜୱାନ୍), ବିକ୍ରାନ୍ତ ମାସେ (12th ଫେଲ୍)

ଶ୍ରେଷ୍ଠ ନିର୍ଦ୍ଦେଶକ: ସୁଦୀପ୍ତୋ ସେନ୍ (ଦ କେରଳ ଷ୍ଟୋରୀ)

ସର୍ବୋତ୍ତମ ଏଭିଜିସି ଫିଲ୍ମ : ହନୁମାନ

ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର: ନାଲ୍ ଟୁ 

ଜାତୀୟ ଏବଂ ସାମାଜିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ସର୍ବୋତ୍ତମ ଚଳଚ୍ଚିତ୍ର: ସାମ୍ ବାହାଦୂର

ସର୍ବୋତ୍ତମ ଲୋକପ୍ରିୟ ମନୋରଞ୍ଜନ ଚଳଚ୍ଚିତ୍ର: ରକି ଅର ରାନୀ କି ପ୍ରେମ କାହାନୀ

ସର୍ବୋତ୍ତମ ଡେବ୍ୟୁ ଚଳଚ୍ଚିତ୍ର: ଆଟମ୍ୟାମ୍ପଲେଟ୍

ସର୍ବୋତ୍ତମ ଚଳଚ୍ଚିତ୍ର: 12th ଫେଲ୍

ନନ୍‌ ଫିଚର୍‌ ଫିଲ୍ମ:

ସ୍ପେଶାଲ ମେନ୍ସନ୍‌: ନେକଲ୍-କ୍ରୋନିକାଲ୍‌ ଅଫ୍‌ ଦ ପେଡି ମ୍ୟାନ୍, ଦ ସି ଆଣ୍ଡ ଦ ସେଭେନ୍‌ ଭିଲେଜେସ୍

ଶ୍ରେଷ୍ଠ ସ୍କ୍ରିପ୍ଟ: ସନ୍‌ଫ୍ଳାଓ୍ବର୍ସ ଓୟାର ଦ ଫାର୍ଷ୍ଟ ଓ୍ବାନ୍ସ ଟୁ ନୋ 

ବେଷ୍ଟ ଭଏସ୍‌ଓଭର: ହରି କ୍ରିଷ୍ଣନ୍‌ ଏସ୍‌ (ଦ ସିକ୍ରେଟ୍‌ ଜ୍ୟାକ୍‌- ଏକ୍ପ୍ଳୋରିଙ୍ଗ ଦ ଟ୍ରି ଅଫ୍‌ ଓ୍ବିସେଜ୍)  

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା: ପ୍ରଣୀଲ ଦେଶାଇ (ଦ ଫାର୍ଷ୍ଟ ଫିଲ୍ମ)

ଶ୍ରେଷ୍ଠ ସମ୍ପାଦନା: ନୀଳାଦ୍ରି ରୟ (ମୁଭିଂ ଫୋକସ୍)

ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍: ଶୁଭାରୁଣ ସେନଗୁପ୍ତ (ଫ୍ଲାୱର୍ସ ଅଫ୍ ଧୁନ୍ଧଗିରି)

ଶ୍ରେଷ୍ଠ ସିନେମାଟୋଗ୍ରାଫି: ମୀନାକ୍ଷୀ ସୋମନ, ସରବଣମାରୁଥୁ (ଲିଟିଲ୍ ୱିଙ୍ଗସ୍)

ଶ୍ରେଷ୍ଠ ନିର୍ଦ୍ଦେଶକ: ପୀୟୁଷ ଠାକୁର (ଦ ଫାର୍ଷ୍ଟ ଫିଲ୍ମ)

ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର: ଗିଦ୍ଧ ଦି ସ୍କାଭେଞ୍ଜର

ସାମାଜିକ ଏବଂ ପରିବେଶଗତ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ସର୍ବୋତ୍ତମ ଅଣ-ଫିଚର ଚଳଚ୍ଚିତ୍ର: ଦି ସାଇଲେଣ୍ଟ ଏପିଡେମିକ୍

ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ: ଗଡ୍ ଭଲ୍ଚର ଆଣ୍ଡ୍ ହ୍ୟୁମାନ୍

ଶ୍ରେଷ୍ଠ କଳା/ସଂସ୍କୃତି ଚଳଚ୍ଚିତ୍ର: ଟାଇମଲେସ୍ ତାମିଲନାଡୁ

ଶ୍ରେଷ୍ଠ ଡେବ୍ୟୁ ଚଳଚ୍ଚିତ୍ର: ଦି ସ୍ପିରିଟ୍ ଡ୍ରିମ୍ସ ଅଫ୍ ଚେରୋ

ଶ୍ରେଷ୍ଠ ନନ୍-ଫିକ୍ସନ୍ ଚଳଚ୍ଚିତ୍ର: ଫ୍ଲାବରିଂ ମ୍ୟାନ୍


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.