ପ୍ରମୂଖ ଖବର
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ନିଷ୍ପତ୍ତି ଉପରେ ରହିଛି ଉଭୟ ରାଜ୍ୟର ନଜର
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ

Published By : Tapas Panda | August 1, 2025 10:19 PM

Image Courtesy: wionews

ନୂଆଦିଲ୍ଲୀ: ଆୟର୍ଲାଣ୍ଡର ଡବଲିନ୍‌ରେ ଥିବା ଭାରତୀୟ ଦୂତାବାସ ଏକ ପରାମର୍ଶମୂଳକ ସତର୍କତା ଜାରି କରିଛି । ଆୟର୍ଲାଣ୍ଡରେ ଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଭାରତୀୟ ଦୂତାବାସ । ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି । ଆୟର୍ଲାଣ୍ଡରେ ଏବେ ବର୍ଣ୍ଣବୈଷମ୍ୟକୁ ନେଇ ଆକ୍ରମଣ ବୃଦ୍ଧି ପାଇବା ପରେ ସେଠାରେ ରହୁଥିବା ଭାରତୀୟଙ୍କୁ ନେଇ ଚିନ୍ତା ପ୍ରକାଶ ପାଇଛି । ନିକଟରେ ଜଣେ ୩୨ ବର୍ଷୀୟ କ୍ୟକ୍ତିଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି । 

ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇଛି । ଦୂତାବାସ ଏହି ସମ୍ପର୍କରେ ଆୟର୍ଲାଣ୍ଡରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି । ଆୟର୍ଲାଣ୍ଡରେ ଥିବା ଭାରତୀୟମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ପାଇଁ ଉପଯୁକ୍ତ ସତର୍କତା ଅବଲମ୍ବନ କରିବାକୁ ଏବଂ ବିଚ୍ଛିନ୍ନ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି ।’ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀକାଳୀନ ଯୋଗାଯୋଗ ସୂଚନା ମଧ୍ୟ ସେୟାର କରିଛି । 

ଜୁଲାଇ ୧୯ରେ ଡବଲିନର ତାଲାଘଟରେ ଜଣେ ଭାରତୀୟ ନାଗରିକଙ୍କ ମୁହଁରେ ଅନେକ ଥର ଛୁରା ମାଡ଼ ହେବା ଘଟଣା ସାମ୍ନାକୁ ଆସିଥିଲା ।  ତାଙ୍କୁ ଉଲଗ୍ନ କରାଯାଇଥିଲା ଏବଂ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ରକ୍ତାକ୍ତ ଅବସ୍ଥାରେ ରଖାଯାଇଥିଲା । ଏହି ଘଟଣା ପରେ ସାରା ଦେଶରେ ତୀବ୍ର ଅସନ୍ତୋଷ ଏବଂ ପ୍ରତିବାଦ ଦେଖିବାକୁ ମିଳିଥିଲା । ପାକିସ୍ତାନୀ, ବାଂଲାଦେଶୀ ଏବଂ ଆୟର୍ଲାଣ୍ଡର ନାଗରିକ ଏହି ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ନ୍ୟାୟ ଦାବି କରିଥିଲେ । ୮୦୦ ରୁ ଅଧିକ ଲୋକ ଡବଲିନ୍ ସିଟି ହଲରୁ ଜାତୀୟ ଗ୍ୟାଲେରୀ ପର୍ଯ୍ୟନ୍ତ ରାଲି କରିଥିଲେ ।  ବର୍ଣ୍ଣବୈଷମ୍ୟକୁ ନା ଏବଂ ଆୟର୍ଲାଣ୍ଡ ଆମ ଘର ଭଳି ବ୍ୟାନର ଧରି ପ୍ରତିବାଦ କରିଥିଲେ ଲୋକେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.