ନୂଆଦିଲ୍ଲୀ, ୧।୮: ବ୍ରିଟେନର ୭/୭ ବିସ୍ଫୋରଣ ଏବଂ ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ୯/୧୧ ଆତଙ୍କବାଦୀ ଆକ୍ରମଣ । ଏହି ଉଭୟ ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାରୁନ୍ ଅସ୍ୱତ୍ ଖୁବଶୀଘ୍ର ଜେଲରୁ ମୁକୁଳିବ । "ଦି ସନ୍" ର ଏକ ରିପୋର୍ଟରେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏହି ଆତଙ୍କବାଦୀଙ୍କ ମୁକ୍ତି ଖବର ପ୍ରସାରଣ ହେବା ପରେ ବ୍ରିଟେନବାସୀ ଆକ୍ରୋଶ ବଢ଼ିଛି । ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀର ମୁକ୍ତି ସମ୍ଭାବନା ସମସ୍ତଙ୍କୁ ଚକିତ କରିଛି । ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଲଣ୍ଡନରେ ୯/୧୧ ଏବଂ ୭/୭ ବୋମା ବିସ୍ଫୋରଣର ଷଡ଼ଯନ୍ତ୍ର ରଚିଥିବା ସ୍ୱୀକାର କରିଛି । କିନ୍ତୁ, ଆଗକୁ ବ୍ରିଟେନର ରାସ୍ତାରେ ସେ ମୁକ୍ତ ଭାବରେ ବୁଲୁଥିବାର ଦେଖାଯାଇପାରେ । ବ୍ରିଟିଶ ପୋଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକର ଗଭୀର ଚିନ୍ତାରେ ଥିବା ବେଳେ ଏ ଆତଙ୍କୀକୁ ନେଇ ଦେଶରେ କ୍ରୋଧ ଏବଂ ଅସନ୍ତୋଷ ସୃଷ୍ଟି କରିଛି ।
ମୌଳବାଦୀ ଇସଲାମିକ ଉଗ୍ରବାଦର ସମର୍ଥକ ହାରୁନ୍:
୨୦୨୨ ମସିହାରେ ଏକ ରିପୋର୍ଟରେ କୁହାଯାଇଛି ଯେ, ଅସ୍ୱତ୍ ଏବେ ବି ମୌଳବାଦୀ ଇସଲାମିକ ଉଗ୍ରବାଦକୁ ସମର୍ଥନ କରେ । କୋର୍ଟର ଦଲିଲରୁ ଜଣାପଡ଼ିଛି ଯେ, ସେ ୯/୧୧ ଏବଂ ୨୦୦୫ ଲଣ୍ଡନ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ମାନସିକ ସ୍ୱାସ୍ଥ୍ୟ ଆଇନ ଅନୁଯାୟୀ, ଦକ୍ଷିଣ ଲଣ୍ଡନର ବେଥଲେମ ରୟାଲ ହସ୍ପିଟାଲରେ ତାକୁ ବନ୍ଦୀ ଭାବେ ରଖାଯାଇଛି । ତଥାପି, ସେ ହେପାଜତରେ ଥିବା ସମୟରେ, ତାଙ୍କ ଉପରେ ଏକ ଆନୁଷ୍ଠାନିକ ଆତଙ୍କ ବିପଦ ମୂଲ୍ୟାଙ୍କନ କରାଯାଇପାରିବ ନାହିଁ ।
ଅଲକାଏଦାର ଆତଙ୍କବାଦୀ ଅସ୍ୱତ୍:
ଆମେରିକାର କୋର୍ଟର ଦଲିଲ ଅନୁଯାୟୀ, ଅସ୍ୱତ୍ ୨୦୧୭ ମସିହାରେ କହିଥିଲେ ଯେ ସେ ଅଲ-କାଏଦା ସହିତ ଜଡ଼ିତ ଥିଲା । ଓସାମା ବିନ୍ ଲାଡେନଙ୍କୁ ତାର "କମାଣ୍ଡର" । ସେ କହିଥିଲା "ମୁଁ ତୁମ ସମସ୍ତଙ୍କ ମୁଣ୍ଡ କାଟିଦେବି"। ମେଟ୍ ପୋଲିସର ଆତଙ୍କବାଦ ବିରୋଧୀ ୟୁନିଟ୍ SO15ର ମୁଖ୍ୟ ଡିଟେକ୍ଟିଭ୍ ଚିଫ୍ ସୁପରିଣ୍ଟେଣ୍ଡେଣ୍ଟ ଗାରେଥ୍ ରିସ୍ କହିଛନ୍ତି, "ଅଲ-କାଏଦା ସହିତ ଦେଇଥିବା ସମୟ ପାଇଁ ହାରୁନ ଗର୍ବିତ ଏବଂ ସେମାନଙ୍କ ସହିତ ସେ ପୁଣି ଯୋଗ ଦେବାକୁ ଚାହୁଁଛି ।"
ଅବୁ ଆକ୍ରମଣ ସହିତ ଆମେରିକାରେ ଆତଙ୍କବାଦୀ ଶିବିର ଖୋଲିଥିଲା:
ହାରୁନ୍ ଅସ୍ୱତ୍ ୧୯୯୯ ମସିହାରେ ମୌଳବାଦୀ ପ୍ରଚାରକ ଅବୁ ହମଜାଙ୍କ ସହିତ ଆମେରିକାରେ ଏକ ଆତଙ୍କୀ ଶିବିର ସ୍ଥାପନ କରିଥିଲା । ୨୦୦୫ ଲଣ୍ଡନ ଆକ୍ରମଣକାରୀଙ୍କ ସହ ତାର ସମ୍ପର୍କ ଥିଲା । ମାନସିକ ସ୍ୱାସ୍ଥ୍ୟ କାରଣରୁ ଅସ୍ୱତ୍ ୯ ବର୍ଷ ଧରି ଆମେରିକାକୁ ପ୍ରତ୍ୟର୍ପଣ ପାଇଁ ଲଢ଼ିଥିଲେ, କିନ୍ତୁ ୨୦୧୪ ମସିହାରେ ଆମେରିକାରେ ତାଙ୍କୁ ମୁକ୍ତ କରାଯାଇଥିଲା । ଯେଉଁଠାରେ ସେ ଆତଙ୍କବାଦ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତଥାପି ତାଙ୍କର ୨୦ ବର୍ଷର ଦଣ୍ଡକୁ ୭ ବର୍ଷକୁ ହ୍ରାସ କରାଯାଇଥିଲା ।
"ନୋଟିଫିକେସନ୍ ଅର୍ଡର" ଅନୁଯାୟୀ, ଏବେ ତାକୁ କେବଳ ପୋଲିସକୁ ତାର ଠିକଣା ଏବଂ ଯାତ୍ରା ଯୋଜନା ଜଣାଇବାକୁ ପଡ଼ିବ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି, "ଜାତୀୟ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଯଦି କୌଣସି ବ୍ୟକ୍ତି ବିପଦ ସୃଷ୍ଟି କରେ, ତେବେ ପୋଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କିନ୍ତୁ, ବିଶେଷଜ୍ଞମାନେ ଏବେ ବି ଚେତାବନୀ ଦେଉଛନ୍ତି ଯେ, ପର୍ଯ୍ୟାପ୍ତ ବିପଦ ସ୍କ୍ରିନିଂ ବିନା ହାରୁନ୍ ଅସ୍ୱତଙ୍କ ପରି ଆତଙ୍କୀକୁ ମୁକ୍ତ କରିବା ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ ।"