ନୂଆଦିଲ୍ଲୀ,୦୨/୦୮: ଚଳିତବର୍ଷ ଜାନୁଆରୀ ୨୯ରେ ୱାଶିଂଟନ୍ ଡିସିରେ ମଝି ଆକାଶରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା । ଆମେରିକା ସେନା ହେଲିକପ୍ଟର ବ୍ଲାକ୍ ହକ୍ ଓ ଏକ ଯାତ୍ରୀବାହୀ ବିମାନ ପରସ୍ପର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ବିମାନ ଓ ହେଲିକପ୍ଟର ଜଳିଯାଇ ନଦୀକୁ ଖସି ପଡିଥିଲା । ଏଥିରେ ୬୭ଜଣଙ୍କର ମୃତ୍ୟୁ ହୋଇଥିଲା । ଭୟଙ୍କର ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ଦୁର୍ଘଟଣାର କାରଣ ନେଇ ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ (ଏନ୍ଟିଏସବି) ସୂଚନା ଦେଇଛି । ତ୍ରୁଟିପୂର୍ଣ୍ଣ ଉଡ଼ଣା ରିଡିଂ ଯୋଗୁଁ ହୋଇଥାଇ ପାରେ ବୋଲି କୁହାଯାଇଛି । ବ୍ଲାକ ହକ୍ ହେଲିକପ୍ଟର ୧୦୦ ଫୁଟ୍ ଉଚ୍ଚତାରେ ଉଡୁଥିବାକୁ ଦୁର୍ଘଟଣା ଘଟିଥିବା ରିପୋର୍ଟରେ କୁହାଯାଇଛି ।
ତ୍ରୁଟିପୂର୍ଣ୍ଣ ଅଲ୍ଟିମିଟର ରିଡିଂ ଏହାର କାରଣ ? ଏହି ସପ୍ତାହରେ ୩ ଦିନ ଧରି ଚାଲିଥିବା NTSBର ତଦନ୍ତରେ ବିଶେଷଜ୍ଞ, ବିମାନ ଟ୍ରାଫିକ୍ ନିୟନ୍ତ୍ରକ ଏବଂ ଫେଡେରାଲ୍ ନିୟାମକମାନଙ୍କୁ ପଚରାଉଚରା କରାଯାଇଥିଲା। ଶୁଣାଣିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ହେଲିକପ୍ଟରର ଦୁଇଟି ପ୍ରମୁଖ ଉପକରଣ - ରାଡାର ଅଲ୍ଟିମିଟର ଏବଂ ବାରୋମେଟ୍ରିକ୍ ଅଲ୍ଟିମିଟର ମଧ୍ୟରେ ତାଳମେଳ ନ ଥିଲା । ଏହି ସପ୍ତାହରେ ୩ ଦିନ ଧରି ଚାଲିଥିବା NTSBର ତଦନ୍ତରେ ବିଶେଷଜ୍ଞ, ବିମାନ ଟ୍ରାଫିକ୍ ନିୟନ୍ତ୍ରକ ଏବଂ ଫେଡେରାଲ୍ ନିୟାମକମାନଙ୍କୁ ପଚରାଉଚରା କରାଯାଇଥିଲା। ଶୁଣାଣିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ହେଲିକପ୍ଟରର ଦୁଇଟି ପ୍ରମୁଖ ଉପକରଣ - ରାଡାର ଅଲ୍ଟିମିଟର ଏବଂ ବାରୋମେଟ୍ରିକ୍ ଅଲ୍ଟିମିଟର ମଧ୍ୟରେ ତାଳମେଳ ନ ଥିଲା । ଜଣେ ମୁଖ୍ୟ ତଦନ୍ତକାରୀ ମାରି ମୋଲେର କହିଛନ୍ତି ଯେ, "ଉଡ଼ାଣରେ ୮୦ ରୁ ୧୩୦ ଫୁଟ ( ୨୪ ରୁ ୪୦ ମିଟର) ପାର୍ଥକ୍ୟ ଦେଖାଇଥିଲା । ରୋଟର ଲିଫ୍ଟ ବିନା ପରୀକ୍ଷଣରେ,୨୦ ରୁ ୫୫ ଫୁଟକୁ କମିଥିଲା । ହେଲିକପ୍ଟର ରୋଟରଗୁଡ଼ିକ ଉଠାଣ ଏବଂ ଥ୍ରଷ୍ଟ ପରେ, ଅଲ୍ଟିମିଟର ରିଡିଂ ହ୍ରାସ ପାଇଲା ଏବଂ ଉଡ଼ାଣ ସମୟରେ କମ୍ ରହିଲା । "
ଏନଟିଏସବି ଜେନିଫର ହୋମେଣ୍ଡି କହିଛନ୍ତି ଯେ, ଏହା ଚିନ୍ତାଜନକ । ୧୦୦ ଫୁଟ ତଳେ ଉଡ଼ିବା ଆଶ୍ଚର୍ଯ୍ୟଜନକ । ବିଶେଷକରି ଦୁର୍ଘଟଣା ଘଟିଥିବା ଆକାଶପଥରେ - ପୋଟୋମାକ୍ ନଦୀ ଉପରେ, ଯେଉଁଠାରେ ହେଲିକପ୍ଟରଗୁଡ଼ିକୁ ୨୦୦ ଫୁଟ ତଳେ ଉଡିବା କଥା ।
ଜାନୁଆରୀ ୨୯ରେ ୱାଶିଂଟନ୍ ଡିସିରେ ଘଟିଥିବା ଏହି ଦୁର୍ଘଟଣାରେ ୬୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆକାଶରେ ଭୟଙ୍କର ବିସ୍ଫେରଣ ହୋଇଥିଲା । ବିମାନ ଓ ହେଲିକପ୍ଟରେ ନିଆଁ ଲାଗି ଯାଇଥିଲା । ବିମାନଟି ୩ ଖଣ୍ଡ ହୋଇଯାଇଥିଲା । ପରେ ଉଭୟ ବିମାନ ପୋଟୋମାକ୍ ନଦୀକୁ ଖସି ପଡ଼ିଥିଲା। ଆମେରିକୀୟ ଏୟାରଲାଇନ୍ସର ବିମାନଟି କାନସାସରୁ ଆସୁଥିଲା । ରୋନାଲ୍ଡ ରିଗାନ୍ ବିମାନବନ୍ଦରରେ ଅବତରଣ କରିବାକୁ ଯାଉଥିଲା ଯେତେବେଳେ ପୋଟୋମାକ୍ ନଦୀ ଉପରେ ଏକ ସେନା ହେଲିକପ୍ଟର ସହିତ ଧକ୍କା ହୋଇଥିଲା। ହେଲିକପ୍ଟରରେ ୩ ଜଣ ଲୋକ ଥିଲେ। ବିମାନରେ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ । ବିମାନଟି ୪୦୦ଫୁଟ ଉଚ୍ଚରେ ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ଉଡୁଥିଲା । ହେଲିକପ୍ଟରଟି ଏକ ଟ୍ରେନିଂ ମିଶନରେ ଥିଲା ।