ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଋଷକୁ ଡରାଉଥିଲେ ଟ୍ରମ୍ପ ଏବେ ଔକାତ୍ ଦେଖାଇଦେଲେ ପୁଟିନ୍, ବୁଡ଼ାଜାହାଜ ଜବାବରେ ବାହାର କଲେ ବ୍ରହ୍ମୋସ୍‌ର ବାପା

Published By : Rasmita Pradhan | August 2, 2025 12:55 PM

ନୂଆଦିଲ୍ଲୀ, ୦୨/୦୮ : ଚରମ ସୀମାରେ ଋଷ-ଆମେରିକା ବିବାଦ। ବଡ଼ ଯୁଦ୍ଧ ମୁହାଁ ଦୁଇ ମହାଶକ୍ତି। ଦୁଇ ଦେଶ ମଧ୍ୟରେ ହେବ କି ଘମାଘୋଟ ଲଢେଇ ? ଋଷକୁ ଡରାଉଥିଲେ ଟ୍ରମ୍ପ ଏବେ ଔକାତ୍ ଦେଖାଇଦେଲେ ପୁଟିନ୍। ଆମେରିକାର ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ ଜବାବରେ ବାହାର କଲେ ବ୍ରହ୍ମୋସ୍‌ର ବାପା। ବେଲାଋଷରେ ହାଇପରସୋନିକ ମିସାଇଲ୍ ଓରେଶ୍ନିକ୍ ମୁତୟନ କରିବେ ପୁଟିନ୍। ଏବେ ଓରେଶ୍ନିକ୍ ନାଁ ଶୁଣି ଥରହର ପୁରା ୟୁରୋପ। ଗୋଟିଏ ଚୁଟ୍‌କିରେ କରିବ ବିଧ୍ଵଂସଲୀଳା। 

ଓରେଶ୍ନିକ୍ ଏକ ମଧ୍ୟବର୍ତ୍ତୀ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍। ଯାହାର ଗତି ଘଣ୍ଟା ପ୍ରତି ୧୨ ହଜାର କିଲୋମିଟର । ଏହା ଏକାଧିକ ଯୁଦ୍ଧାସ୍ତ୍ର ସହିତ ସମଗ୍ର ୟୁରୋପକୁ ଟାର୍ଗେଟ କରିପାରିବ। ଏହା ଯେକୌଣସି ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମାତ୍ ଦେଇପାରିବ। ଏହା ପାରମ୍ପରିକ ଆକ୍ରମଣ କରିବାରେ ନିପୁଣ। ଏହାର କ୍ଷମତା କୌଣସି ପରମାଣୁ ଯୁଦ୍ଧାସ୍ତ୍ର ଠାରୁ କମ୍ ନୁହେଁ। ବ୍ରହ୍ମୋସ୍ ସହ ଏହାକୁ ତୁଳନା କଲେ ବ୍ରହ୍ମୋସ୍ ଏକ ସୁପରସୋନିକ୍ କ୍ରୁଜ୍ ମିସାଇଲ୍। ଯାହା ପ୍ରାୟ ଘଣ୍ଟା ପ୍ରତି ୩୭୦୦ କିଲୋମିଟର ପର୍ଯ୍ୟନ୍ତ ସଠିକତାର ସହିତ ଟାର୍ଗେଟ୍ କରିପାରିବ। ଓରେଶ୍ନିକ୍‌କୁ ଏକ ବିଶାଳ ଅଞ୍ଚଳକୁ ଟାର୍ଗେଟ୍ କରିବା ପାଇଁ ବ୍ୟବହାର କରିହେବ। ବ୍ରହ୍ମୋସ୍ ଶତ୍ରୁ ଜାହାଜ କିମ୍ବା ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳକୁ ଭେଦ କରିବା ପାଇଁ ଡିଜାଇନ୍ କରାଯାଇଛି। ଉଭୟ କ୍ଷେପଣାସ୍ତ୍ର ନିଜ ନିଜ ମୋର୍ଚ୍ଚାରେ ଅତ୍ୟନ୍ତ ଘାତକ। ୨ ଅସ୍ତ୍ରକୁ ତୁଳନା କରିବା ଅର୍ଥ ବନ୍ଧୁକ ଏବଂ ତୋପକୁ ନିକିତିରେ ଓଜନ କରିବା ପରି।

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ଋଷର ଅର୍ଥନୀତିକୁ ଡେଡ୍‌ ଇକୋନୋମି କହି ଆକ୍ଷେପ କରିଥିଲେ। ଭାରତ ଓ ଋଷ ନିଜର ମୃତ ଅର୍ଥ ବ୍ୟବସ୍ଥାକୁ ନେଇ ବୁଡନ୍ତୁ, ମୋର କିଛି ଯାଏଆସେ ନାହିଁ ବୋଲି କହିଥିଲେ। ଋଷର ରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରି ମେଦ୍‌ଭେଦେଭ ଏହାର ଜବାବ ଦେଇଥିଲେ। ମେଦ୍‌ଭେଦେଭ୍‌ କହିଥିଲେ, ଋଷକୁ ଏତେ ହାଲୁକାରେ ନେବା ଉଚିତ ନୁହେଁ। ମୃତ ଅର୍ଥ ବ୍ୟବସ୍ଥା କହିବା ପୂର୍ବରୁ ଟ୍ରମ୍ପ ନିଜ ପସନ୍ଦର ଫିଲ୍ମ ‘ୱାକିଂ ଡେଡ’ କଥା ମନେ ପକାଇବା ଉଚିତ। ବର୍ତ୍ତମାନ ଅସ୍ତିତ୍ୱରେ ନ ଥିଲେ ମଧ୍ୟ ‘ଡେଡ୍‌ ହ୍ୟାଣ୍ଡ’ର ଶକ୍ତି କେତେ ଯେ ବିପଜ୍ଜନକ ତାହା ଟ୍ରମ୍ପ ଭଲ ଭାବେ ଜାଣିବା ଆବଶ୍ୟକ। ମେଦ୍‌ଭେଦେଭ୍‌ଙ୍କ ଏହି ବୟାନ ପରେ ଟ୍ରମ୍ପ ବିଳିବିଳେଇ ଥିଲେ। ଆକ୍ରମଣ ଭୟରେ ଋଷ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ବୁଡାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଋଷକୁ ଧମକ ଦେଇଥିଲେ। 

ଟ୍ରମ୍ପଙ୍କ ଏଭଳି ବାଚାଳାମିର ଜବାବ ଦେବାକୁ ପୁଟିନ୍ ଘାତକ ଓରେଶ୍ନିକ୍ ମିସାଇଲ୍‌ର ଧମକ ଦେଇଛନ୍ତି। ବେଲାଋଷରେ ଏହି ଘାତକ ହାଇପରସୋନିକ ମିସାଇଲ୍ ମୁତୟନ କରିବେ ପୁଟିନ୍। ତେବେ ପୁଟିନଙ୍କ ଏହି ଘୋଷଣା ପରେ ଏବେ ଥରହର ପୁରା ୟୁରୋପ। ଗତ ବର୍ଷ ନଭେମ୍ଵରରେ ୟୁକ୍ରେନର ଡନିପ୍ରୋ ସହରରେ ଥିବା ଏକ ପୁରୁଣା କ୍ଷେପଣାସ୍ତ୍ର କାରଖାନାରେ ଋଷ ପ୍ରଥମ ଥର ପାଇଁ ଏହି ଓରେଶ୍ନିକ୍ ମିସାଇଲ୍‌ ନିକ୍ଷେପ କରିଥିଲା। ସେତେବେଳେ ଏହି 'ପରୀକ୍ଷାମୂଳକ ଅସ୍ତ୍ର'କୁ ସର୍ଜିକାଲ୍ ଷ୍ଟ୍ରାଇକ୍‌ରେ ବ୍ୟବହାର କରାଯାଇଥିଲା। ଏବେ ଏହାକୁ ସେବାରେ ନିୟୋଜିତ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.