ପ୍ରମୂଖ ଖବର
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

କେନ୍ଦ୍ରମନ୍ତ୍ରୀଙ୍କ ପ୍ରେରଣାଦାୟୀ ଭିଡିଓ; ବ୍ୟସ୍ତ ବହୁଳ ଜୀବନରେ ଶରୀର ପାଇଁ ସମୟ କାଢ଼ିବା ଜରୁରୀ

Published By : Manash Sahoo | August 1, 2025 3:15 PM

ଭୁବନେଶ୍ବର,୦୧/୦୭: ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀରେ ଦାୟିତ୍ୱ ଅନେକ । ଜଣେ କେନ୍ଦ୍ରମନ୍ତ୍ରୀ ନିଜ ପାଇଁ କିଛି ସମୟ କାଢିବା ଯେତିକି କଷ୍ଟ ସେତିକି ଚ୍ୟାଲେଞ୍ଜିଂ । ତଥାପି ନିଜ ଶରୀର, ନିଜ ଦକ୍ଷତା ଏବଂ ନିଜ ନିଷ୍ଠା ବୃଦ୍ଧି ଲାଗି ଶାରିରୀକ ଫୁର୍ତ୍ତି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଏକ ସଂଗଠିତ ଏବଂ ସମସ୍ତ ଦିଗକୁ ଗୁରୁତ୍ୱ ସହ ଜୀବନଶୈଳୀ ନିର୍ଦ୍ଧାରଣ କରିବା ଗୁରୁତ୍ୱପୂର୍ଣ୍ଣ । ଏହା ହିଁ ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ସଫଳତାର ଚାବିକାଠି । 

ଆଉ ଏହାକୁ ଯଥାର୍ଥ ଭାବେ ଅନୁସରଣ କରିବାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ ଭାବେ ଗୁରୁତ୍ୱ ଦେଇଥାନ୍ତି । ଏହାର ଏକ ପ୍ରମାଣ ଭାବେ ଏହି ଭିଜୁାଲକୁ ନିଆଯାଇପାରେ । ଭିଡିଓଟି ହେଉଛି ଧାନବାଦ IIT(ISM) କ୍ୟାମ୍ପସରେ କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାତଃଭ୍ରମଣର । ଧାନବାଦକୁ ଏକ କାର୍ଯ୍ୟକ୍ରମ ପାଇଁ ଆସିଥିବା ବେଳେ ସକାଳୁ ପ୍ରାତଃଭ୍ରମଣର ଚିତ୍ର ସାମ୍ନାକୁ ଆସିଛି । ନିଜ X ହ୍ୟାଣ୍ଡେଲରେ ମନ୍ତ୍ରୀ ଏହାକୁ ସେୟାର କରିଛନ୍ତି । ୟୁଜର୍ସ ମାନେ ଏହା ଉପରେ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି । ଜଣେ ସଫଳ ବ୍ୟକ୍ତିଙ୍କ ପାଇଁ ସୁସ୍ଥ ଏବଂ ଶାରିରୀକ ଦକ୍ଷତାର ଗୁରୁତ୍ୱ ବଖାଣିଛନ୍ତି । ନିଜର ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ କାଢି ପରିବେଶ ବୁଲି ଦେଖିଥିଲେ । ନିଜକୁ ଫିଟ୍ ରଖିବାକୁ ହେଲେ କେମିତି ଜୀବନଶୈଳୀ ବଞ୍ଚିବାକୁ ହୁଏ ସେ ପ୍ରମାଣ କରି ଦେଖାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.