ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ଶ୍ରୀଜିଉଙ୍କ ବାଡ଼ି ନୃସିଂହ ବିଜେ ନୀତି, ଜାଣନ୍ତୁ ମାହତ୍ମ୍ୟ

Published By : Ankita S | April 1, 2025 11:20 AM

ପୁରୀ,୦୧/୦୪ : ଅନନ୍ୟ ଆମ ଜଗନ୍ନାଥ ଚେତନା ଓ ସଂସ୍କୃତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ବିଭିନ୍ନ ମାନବୀୟ ଲୀଳା କରିଥାନ୍ତି। ମଣିଷ ଉପରେ ଆସୁଥିବା ବିପତ୍ତି ସହ ଜଡିତ ମହାପ୍ରଭୁଙ୍କ କିଛି ନୀତି ଓ ପରମ୍ପରା ହୋଇଥାଏ । ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରରେ ରହିଛି ଏକ ଅନନ୍ୟ ପରମ୍ପରା ''ବାଡ଼ି ନୃସିଂହ ବିଜେ" । ପ୍ରତିବର୍ଷ ଚୈତ୍ର ମାସ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ପରିକ୍ରମା ଚାରି ଆଶ୍ରମକୁ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି । ଏହାବାଦ ପ୍ରତିବର୍ଷ ପଣ୍ଡୁ ପୂର୍ଣ୍ଣିମା ପୂର୍ବ ଦିନରେ ମଧ୍ୟ ବାଡ଼ି ନୃସିଂହ ବିଜେ କରିଥାନ୍ତି ।

ଆଜି ପବିତ୍ର ଚୈତ୍ର ମାସ ଶୁକ୍ଳ ଚତୁର୍ଥୀ ତିଥି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଦକ୍ଷିଣି ଘରୁ ନୃସିଂହ ବିଜେ କରି ଆଜ୍ଞାମାଳ ପ୍ରାପ୍ତ ହୋଇ ଝୁଲଣ ମଣ୍ଡପ (ମୁକ୍ତି ମଣ୍ଡପ) ତଳେ ଥିବା ବିମାନରେ ଅଧିଷ୍ଠିତ ହୋଇଥାନ୍ତି । ନୀତି ନିମନ୍ତେ ପର୍ବଯାତ୍ରା ଯୋଗାଣିଆ ଆବଶ୍ୟକୀୟ ଜିନିଷ ଆଦି ଯୋଗାଇଥାନ୍ତି ଓ ମହାଜନ (ପୁଷ୍ପାଳକ ସେବକ) ନୃସିଂହଙ୍କୁ ବିମାନ କୁ ବିଜେ କରିଥାନ୍ତି।

ଏହାପରେ ବିମାନ ବଡ଼ୁ ସେବକ ମାନେ ବିମାନକୁ ସ୍କନ୍ଧରେ  ସିଂହଦ୍ୱାର ଦ୍ୱାର ଦେଇ ମାର୍କଣ୍ଡ , ଅଙ୍ଗିରା , କଣ୍ଡୁ ଓ ଭୃଗୁ ଆଦି ୪ ଆଶ୍ରମକୁ ବିଜେ କରାଇଥାନ୍ତି । ୪ ଆଶ୍ରମ ରେ ଶୀତଳ ଭୋଗ ପୂଜାପଣ୍ଡା ସେବକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ବିଜେ ସମୟରେ ସହର ର ବିଭିନ୍ନ ମଠ , ଜାଗା , ଆଖେଡ଼ା ଓ ବ୍ୟକ୍ତି ବିଶେଷ ଙ୍କ ତରଫରୁ ପ୍ରାୟ ୪୨ ସ୍ଥାନରେ ପନ୍ତି ଭୋଗ ହୋଇଥାଏ। ତତ୍ପରେ ନୃସିଂହ ଙ୍କୁ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥାନ୍ତି। 

ବାଡ଼ି ନୃସିଂହ ବିଜେ ନୀତିରେ ଏକ ମହତ ଉଦ୍ଧେଶ୍ୟ ରହିଛି । ଯେତେବେଳେ ଏହି ମାନବ ସମାଜକୁ ମହାମରୀ ଗ୍ରାସ କରିଛି ସେତେବେଳେ ସ୍ୱୟଂ ମହାପ୍ରଭୁ ଏହାର ନିରାକରଣ କରିଥାନ୍ତି । ଇତିହାସ କହେ କି ୧୯୦୩-୧୯୦୫ ମସିହା ରେ ଦେଶରେ ମହାମାରୀ ପଡିଥିଲା  ହଜାର ହାଜର ଲୋକ ପ୍ରାଣ ହରାଇଥିଲେ । ଏହାକୁ ଆୟତ୍ତ ନିମନ୍ତେ ସେବର ଦେଉଳ କମାଣ୍ଡର କିଛି ପଣ୍ଡିତଙ୍କୁ ଡକାଇ ଏହି ମହାମାରୀର ନିରାକରଣ ନିମନ୍ତେ ମହାପ୍ରଭୁଙ୍କ ଶରଣ ପଶିଥିଲେ। ଏହି ସମୟରେ ବାଡ଼ି ନୃସିଂହ ବିଜେ ପରମ୍ପରା ଆରମ୍ଭ ହୋଇଥିଲା। ମହାପ୍ରଭୁ ବାଡ଼ି ନୃସିଂହ ରୂପେ ନଗର ବିଜେ କରିବା ପରେ ଏହି ମହାମାରୀ ଆୟତ୍ତ ହୋଇଥିଲା। ସେବେଠୁ ଏହି ନୀତି ପାଳନ ହୋଇ ଆସୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.