ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ସ୍ୱାମୀଙ୍କ ହତ୍ୟା ମାମଲାରେ ହାଇକୋର୍ଟରେ ନିଜେ ନିଜର କେସ୍ ଲଢ଼ିଲେ, କିନ୍ତୁ ଶେଷରେ...

Published By : Swapna Ray | August 2, 2025 4:01 PM

ମଧ୍ୟପ୍ରଦେଶ, ୨।୮: ଏ ମହିଳା ଜଣକ କେମେଷ୍ଟ୍ରି ପ୍ରଫେସର । ସ୍ୱାମୀଙ୍କ ହତ୍ୟା ମାମଲାରେ ହାଇକୋର୍ଟରେ ନିଜେ ନିଜର କେସ୍ ଲଢ଼ିଥିଲେ । ନାଁ ମମତା ପାଠକ । ଜଣେ ଏଭଳି ମହିଳା ଯିଏ ନିଜର ବୈଜ୍ଞାନିକ ଜ୍ଞାନରେ କୋର୍ଟରେ ସମସ୍ତଙ୍କୁ ଚକିତ କରିଦେଇଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ତାଙ୍କ କାହାଣୀ । କିନ୍ତୁ, ସେଦିନ ରାତିରେ କ’ଣ ଘଟିଥିଲା ? କେମିତି ହୋଇଥିଲା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ? କେଉଁ ଦଣ୍ଡ ମିଳିଥିଲା ମମତାଙ୍କୁ ? ଦଣ୍ଡ ଶୁଣାଣି ବେଳେ କ’ଣ କହିଥିଲେ କୋର୍ଟ ? ଏବେ ମମତା କେଉଁଠି ? ଆସନ୍ତୁ ଜାଣିବା ଏ ପୂରା ଘଟଣା ଉପରେ । 

ମଧ୍ୟପ୍ରଦେଶର ଛତରପୁରର ପରିଚିତ କେମେଷ୍ଟ୍ରି ପ୍ରଫେସର ଥିଲେ ମମତା ପାଠକ । ତାଙ୍କ ସ୍ୱାମୀ ଡଃ ନୀରଜ ପାଠକ ଜଣେ ଅବସରପ୍ରାପ୍ତ ଡାକ୍ତର ଥିଲେ । ଉଭୟଙ୍କ ବୈବାହିକ ଜୀବନରେ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା । ୨୦୨୧ରେ ହଠାତ୍ ଘରେ ଡ. ନୀରଜଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ପ୍ରଥମେ ବିଦ୍ୟୁତ୍ ଆଘାତ ଯୋଗୁଁ ଡାକ୍ତର ପାଠକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଥିଲା । କିନ୍ତୁ, ପୋଷ୍ଟ ମର୍ଟମ ଓ ଫରେନସିକ୍ ଯାଞ୍ଚରେ ସାମନାକୁ ଆସିଥିଲା ଚକିତ କଲା ଭଳି ତଥ୍ୟ । ଯେଉଁଥିରେ ଜଣାପଡ଼ିଥିଲା ଯେ, ଏହା କୌଣସି ଦୁର୍ଘଟଣା ନୁହଁ ବରଂ ହତ୍ୟା ଥିଲା । ଯାହା ପରେ ମମତାଙ୍କ ଉପରେ ସନ୍ଦେହ ଉପୁଜିଥିଲା । ୨୦୨୨ରେ ନିମ୍ନ ଅଦାଲତ ତାଙ୍କୁ ଏହି ହତ୍ୟାର ଅଭିଯୁକ୍ତ ଭାବେ ବିବେଚନା କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ଦଣ୍ଡ ଶୁଣାଣି ପରେ ମମତାଙ୍କୁ ମାନସିକ ଭାବେ ଅକ୍ଷମ ଥିବା ନିଜ ପିଲାକୁ ଲାଳନପାଳନ କରିବାକୁ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ଏହି ସମୟରେ ସେ ନିଷ୍ପତ୍ତି ନେଇଥିଲେ ଯେ, ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ନିଜ ଅପିଲ୍ ନିଜେ ଲଢ଼ିବେ । ଓକିଲଙ୍କ ସହାୟତା ବିନା କୋର୍ଟରେ ଛିଡ଼ା ହେବାକୁ ନିଷ୍ପତ୍ତି ନେଇଥିବା ମମତା ନିଜ ବୈଜ୍ଞାନିକ ଜ୍ଞାନକୌଶଳରେ ଏଭଳି ଚକମା ଦେଇଥିଲେ, ଯାହା ପରେ ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କୋର୍ଟରେ କହିଥିଲେ ଯେ, ଥର୍ମାଲ ବର୍ନ୍ସ ଅର୍ଥାତ୍ ପୋଡ଼ା ଆଘାତ ଓ ଇଲେକ୍ଟ୍ରୋନିକ୍ସ ବର୍ନ୍ସ ଅର୍ଥାତ୍, ବିଜୁଳି ଦ୍ୱାରା ଆଘାତ ଦେଖିବାରେ ଏକା ଭଳି ହୋଇପାରେ । ସଠିକ୍ କେମିକାଲ ଆନାଲିସିସ୍‌ ବିନା ଉଭୟ ମଧ୍ୟରେ ପାର୍ଥକ୍ୟ କହିବା କଷ୍ଟକର । 

ଯେତେବେଳେ କୋର୍ଟ ପଚାରିଥିଲେ, କ’ଣ ଆପଣ କେମେଷ୍ଟ୍ରି ପ୍ରଫେସର ? ମମତା ଉତ୍ତରରେ ହଁ କହିଥିଲେ । ତାଙ୍କର ଏହି ଉତ୍ତର ଓ ତର୍କ କୋର୍ଟ ରୁମ୍‌ରେ ସମସ୍ତଙ୍କୁ ଚକିତ କରିଥିଲା । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ ହୋଇଥିଲା । ଲୋକ ତାଙ୍କ ସାହସ ଓ ବିଜ୍ଞାନୀ ମସ୍ତିଷ୍କର ପ୍ରଶଂସା କରିଥିଲେ । ମମତାଙ୍କ ବୟାନ ଓ ସୋସିଆଲ ମିଡିଆର ସମର୍ଥନ ଚର୍ଚ୍ଚାରେ ଥିଲେ ବି ମଧ୍ୟପ୍ରଦେଶ ହାଇକୋର୍ଟ ୯୭ ପୃଷ୍ଠାର ବିସୃତ ନିଷ୍ପତ୍ତିରେ ତାଙ୍କ ଆଜୀବନ କାରାଦଣ୍ଡକୁ ବଜାୟ ରଖିଥିଲେ । ପ୍ରମାଣ ଓ ପରିସ୍ଥିତିକୁ ନଜରରେ ରଖିଲେ ଏହି ହତ୍ୟା ପଛରେ ମମତାଙ୍କ ହାତ ଥିବା ଜଣାପଡ଼ିଥିଲା । ସୁପ୍ରିମକୋର୍ଟଙ୍କ ପୂର୍ବ ଶୁଣାଣିକୁ ଦେଖି ବିଚାରପତିମାନେ ଏହି ଅପରାଧକୁ ଗମ୍ଭୀର ଭାବେ ନେଇଥିଲେ ଓ ମମତାଙ୍କୁ ତୁରନ୍ତ ସରେଣ୍ଡର କରିବାକୁ ଆଦେଶ ଦେଇଥିଲେ । କୋର୍ଟ ଏହା ମଧ୍ୟ ସୁନିଶ୍ଚିତ କରିଥିଲେ ଯେ, ମମତାଙ୍କୁ ନିରପେକ୍ଷ ଶୁଣାଣି ମିଳୁ । ଏଥିପାଇଁ ବରିଷ୍ଠ ଓକିଲ ସୁରେନ୍ଦର ସିଂହଙ୍କୁ ଆମିକସ କ୍ୟୁରୀ ଅର୍ଥାତ୍ କୋର୍ଟର ସହାୟକ ଭାବେ ନିଯୁକ୍ତି କରିଯାଇଥିଲା । କିନ୍ତୁ, ଏଠି ପ୍ରଶ୍ନ ଉଠୁଛି ମମତା କ’ଣ ବାସ୍ତବରେ ଦୋଷୀ ଥିଲେ ନା ଏହା ଏକ ଏଭଳି ରହସ୍ୟ ଯାହାର ସତ ଆଜି ବି ଆଢ଼ୁଆଳରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.