ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

‘ନିମିଷାଙ୍କୁ ତୁରନ୍ତ ମୃତ୍ୟୁ ଦଣ୍ଡ ଦିଆଯାଉ’, ତଲାଲଙ୍କ ଭାଇଙ୍କ ଦାବି, କହିଲେ- ଆମେ କେବେ ବି କ୍ଷମା ଦେବୁନି...

Published By : Harapriya Biswal | August 4, 2025 5:54 PM

ନୂଆଦିଲ୍ଲୀ,୪।୮: ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ଅଡୁଆ ବଢିଲା।  ୟେମେନ ନାଗରିକ ତାଲାଲ ଅବଦୋ ମେହେଦିଙ୍କ ହତ୍ୟାରେ ତୁରନ୍ତ ଫାଶୀ ଦେବାକୁ ହୋଇଛି ଦାବୀ।  ତାଲାଲଙ୍କ ଭାଇ ଅବଦୁଲ ଫତାହ ମେହେଦି ନିମିଷା ପ୍ରିୟାଙ୍କୁ ତୁରନ୍ତ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି। ସେ କହିଛନ୍ତି, ମୃତ୍ୟୁଦଣ୍ଡ ଦିଆଯିବାର ନୂତନ ତାରିଖ ଧାର୍ଯ୍ୟ କରାଯାଉ। ଏହା ପୂର୍ବରୁ ନିମିଷାଙ୍କୁ ଗତ ୧୬ ଜୁଲାଇରେ ଫାଶୀ ହେବାର ଥିଲା, କିନ୍ତୁ ପରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।  

ମୃତ ତାଲାଲଙ୍କ ଭାଇ ଅବଦୁଲ ଫତାହ ମେହେଦି ରବିବାର ୟେମେନର ଆଟର୍ଣ୍ଣି ଜେନେରାଲ ବିଚାରପତି ଅବଦୁଲ ସଲାମ ଅଲ-ହୁତିଙ୍କୁ ଅବଦୁଲ ଏକ ଚିଠି ପଠାଇଛନ୍ତି, ଯେଉଁଥିରେ ସେ ନିମିଷାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ତୁରନ୍ତ ଏକ ନୂତନ ତାରିଖ ସ୍ଥିର କରିବାକୁ ଆବେଦନ କରିଛନ୍ତି। ଚିଠିରେ, ମୃତକଙ୍କ ପରିବାର କହିଛନ୍ତି ଯେ ସେମାନେ ହତ୍ୟା ପାଇଁ ଅଭିଯୁକ୍ତ ନିମିଷା ପ୍ରିୟାକୁ କ୍ଷମା କରିବେ ନାହିଁ । କୌଣସି ପ୍ରକାରର ଆପୋଷ ପାଇଁ ଆମେ ପ୍ରସ୍ତୁତ ନୁହଁ। ଫାଶୀ ସ୍ଥଗିତ ହେବା ଅଧା ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ନୂତନ ତାରିଖ ଘୋଷଣା କରାଯାଇ ନାହିଁ। ଆମେ ଦୋଷୀକୁ ଦଣ୍ଡ ଦେବା ପାଇଁ ଆମର ଅଧିକାର ଦାବି କରୁଛୁ।’

ମୃତକଙ୍କ ଭାଇ ଅବଦୁଲ ଫତାହ ମେହେଦି ଏହା ପୂର୍ବରୁ ମଧ୍ୟ  ଜୁଲାଇ ୨୫ ରେ ଏକ ଚିଠି ପଠାଇ ଫାଶୀ ପାଇଁ ନୂତନ ତାରିଖ ଦାବି କରିଥିଲେ। ଏହା ବ୍ୟତୀତ, ସେ ଅଭିଯୁକ୍ତ ନିମିଷା ପ୍ରିୟାଙ୍କୁ କ୍ଷମା ଦେବାକୁ ପରାମର୍ଶ ଦେବା ପାଇଁ ଭାରତୀୟ ଗଣମାଧ୍ୟମକୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ କ୍ଷମା ଦିଆଯିବା ନେଇ ଯେଉଁ ଖବର ଦିଆଯଉଛି ତାହା ମିଥ୍ୟା ଏବଂ ଭ୍ରମାତ୍ମକ। ଚିଠିରେ ଅବଦୁଲ ଫତାହ ଲେଖିଥିଲେ ମୋ ଭାଇ ତଲାଲଙ୍କ  ରକ୍ତ ଏକ ସାମଗ୍ରୀ ନୁହେଁ, ଯାହାକୁ ବଜାରରେ ମୁଲଚାଲ କରି ବିକ୍ରି କରାଯିବ। କୌଣସି ପ୍ରକାର କ୍ଷମା ତାଙ୍କୁ ଆମେ ଦେବୁ ନାହିଁ।  

କେରଳର ପଲକ୍କଡ ଜିଲାର ନିମିଷା ପ୍ରିୟାଙ୍କୁ ୟେମେନ ନାଗରିକ ତାଲାଲ ଅବଦୋ ମହଦି ହତ୍ୟା ମାମଲାରେ ୨୦୧୭ରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।   ନିମିଷା ୨୦୧୨ରେ ନର୍ସ ଭାବରେ ୟେମେନ ଯାଇଥିଲେ। ୨୦୧୫ରେ, ସେ ଏବଂ ତଲାଲ ଏକାଠି ସେଠାରେ ଏକ କ୍ଲିନିକ ଆରମ୍ଭ କରିଥିଲେ। ତାଲାଲ ଆୟର ଅର୍ଦ୍ଧେକ ଅର୍ଥ ହଡପ କରିବାକୁ ଚେଷ୍ଟା କରିଥିଲେ।   କ୍ଲିନିକରେ ଅଂଶୀଦାର ଭାବରେ ନିଜ ନାଁ ଅନ୍ତର୍ଭୁକ୍ତ କରି ନିଜକୁ ନିମିଷାଙ୍କ ସ୍ବାମୀ ଭାବରେ ଉପସ୍ଥାପନ କରିଥିଲେ। ଯେତେବେଳେ ନିମିଷା ଏ ବିଷୟରେ ପଚାରିଲେ, ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ତାଲାଲ ତାଙ୍କୁ ମାଡ ମାରିବା ସହ ଯୌନ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ଏପରିକି ନିମିଷାଙ୍କ ପାସପୋର୍ଟ ମଧ୍ୟ ରଖି ଦେଇଥିଲେ ତାଲାଲ ଅବଦୋ। ନିମିଷା ପାସପୋର୍ଟ ପଇବା ପାଇଁ ତଲାଲଙ୍କୁ ନିଶା ଇଞ୍ଜେକସନ୍ ଦେଇଥିଲେ। ହେଲେ ଓଭରଡୋଜ୍ କାରଣରୁ ୟେମେନୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.