ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ପରମାଣୁ ଶକ୍ତି କ୍ଷେତ୍ରରେ ଘରୋଇ କମ୍ପାନୀକୁ ମିଳିବ ଏଣ୍ଟ୍ରି, ନୂତନ ଆଇନ ଆଣିପାରନ୍ତି ସରକାର

Published By : Harapriya Biswal | August 4, 2025 6:34 PM

ନୂଆଦିଲ୍ଲୀ,୪।୮: ଭାରତ ସରକାର ପରମାଣୁ ଶକ୍ତି କ୍ଷେତ୍ରରେ ଘରୋଇ କମ୍ପାନୀଗୁଡ଼ିକୁ ସାମିଲ କରିବା ପାଇଁ ବିଚାର କରୁଛନ୍ତି। ବର୍ତ୍ତମାନ  ପର୍ଯ୍ୟନ୍ତ  କେବଳ ସରକାରୀ କମ୍ପାନୀଗୁଡ଼ିକ ପରମାଣୁ ଶକ୍ତି କ୍ଷେତ୍ରରେ କାମ କରୁଥିଲେ। ଏବେ ଘରୋଇ କମ୍ପାନୀଗୁଡ଼ିକୁ ସୁଯୋଗ ଦେବା ପାଇଁ, ସରକାର ଆଇନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ସହିତ ଏକ ନୂତନ ଆଇନ ଆଣି ପାରନ୍ତି। 

ସୂତ୍ର ଅନୁସାରେ, ସରକାର କିଛି ଆଇନରେ ପରିବର୍ତ୍ତନ ଆଣିବାକୁ ବିଚାର କରୁଛନ୍ତି ଯାହା ଦ୍ଵାରା ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ପରମାଣୁ ଶକ୍ତି କ୍ଷେତ୍ରରେ ସୁଯୋଗ ମିଳିପାରିବ। ଭାରତ ସରକାର ଏପରି କମ୍ପାନୀଗୁଡ଼ିକୁ ସୁଯୋଗ ଦେବାକୁ ଚାହୁଁଛନ୍ତି ଯେଉଁମାନେ ପୂର୍ବରୁ ଅଛନ୍ତି ଏବଂ ବଡ଼ ପ୍ରୋଜେକ୍ଟରେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏହି କମ୍ପାନୀଗୁଡ଼ିକର ଆର୍ଥିକ ଅବସ୍ଥା ଭଲ ଅଛି କି ନାହିଁ ସରକାର ତାହା ମଧ୍ୟ ଧ୍ୟାନରେ ରଖିବେ।

ଘରୋଇ କ୍ଷେତ୍ର ସହ ସକ୍ରିୟ ଭାଗିଦାରୀ ପାଇଁ ବଜେଟ୍‌ରେ ପରମାଣୁ ଶକ୍ତି ଅଧିନିୟମ ଓ ପରମାରୁ କ୍ଷତି ପାଇଁ ନାଗରିକ ଦାୟିତ୍ବ ଅଧିନିୟମରେ ସଂଶୋଧନର ପ୍ରସ୍ତାବ ଦିଆଯାଇଥିଲା। ଯେକୌଣସି ପରମାଣୁ ଦୁର୍ଘଟଣା ପରେ ହେଉଥିବା କ୍ଷତିରୁ ସୁରକ୍ଷା ପାଇଁ ଏହି  ଉତ୍ତର ଦାୟିତ୍ବ ଆଇନ ତିଆରି କରାଯାଇଛି। ପୂର୍ବରୁ କମ୍ପାନୀଗୁଡ଼ିକ ଭୟ କରୁଥିଲେ ଯେ ପରମାଣୁ ଦୁର୍ଘଟଣା ହେଲେ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦେବାକୁ ପଡିବ ସେଥିପାଇଁ ସେମାନେ ନିବେଶ କରୁନଥିଲେ। ସୂଚନା ଅନୁଯାୟୀ, ସରକାର ଆଟମିକ୍ ଏନର୍ଜି ଆଇନ ଏବଂ ନାଗରିକ ଦାୟିତ୍ବ ପରମାଣୁ କ୍ଷତି ଆଇନରେ ପରିବର୍ତ୍ତନ ଆଣିପାରେ। ଏହି କମ୍ପାନୀଗୁଡ଼ିକର ମୂଲ୍ୟାଙ୍କନ ସରକାର କିମ୍ବା ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ସଂସ୍ଥା ଦ୍ୱାରା କରାଯିବ। ଯାହାକି ଆର୍ଥିକ, ବୈଷୟିକ କ୍ଷମତା, ଅଭିଜ୍ଞତା ଏବଂ ଅତୀତର ରେକର୍ଡ ସମେତ ଅନେକ ମାନଦଣ୍ଡକୁ ଧ୍ୟାନ ଦେବ। ସରକାରଙ୍କ ଦ୍ୱାରା ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.