ପ୍ରମୂଖ ଖବର
  • ପୁଣି ଶ୍ରୀମନ୍ଦିର ଭିତରୁ ଯୁବକଙ୍କ ଠାରୁ ହିଡେନ କ୍ୟାମେରା ଜବତ
  • ||
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଭାରତରେ ଦ୍ୱିତୀୟ ଶୋ’ରୁମ୍‌ ଖୋଲିବ ଟେସଲା; ମୁମ୍ୱାଇ ପରେ ଦେଶର ଏହି ସ୍ଥାନରେ ହେବ ଓପନିଂ

Published By : Bijay Swain | August 4, 2025 9:41 PM

ନୂଆଦିଲ୍ଲୀ: ଆମେରିକୀୟ ଇଲେକ୍ଟ୍ରିକ୍‌ ଗାଡ଼ି ନିର୍ମାତା ଟେସଲା ମୁମ୍ବାଇରେ ପ୍ରଥମ ଶୋରୁମ ଖୋଲିବା ପରେ ଏବେ ଭାରତରେ ନିଜର ଦ୍ୱିତୀୟ ଶୋରୁମ ଦିଲ୍ଲୀର ଏରୋସିଟିରେ ଆସନ୍ତା ଅଗଷ୍ଟ ୧୧ ତାରିଖରେ ଉଦ୍‌ଘାଟନ କରିବାକୁ ଯାଉଛି। ଏହି ନୂଆ ଶୋରୁମ ଏରୋସିଟିର ପ୍ରେଷ୍ଟିଜିୟସ୍‌ ୱାର୍ଲ୍ଡମାର୍କ ୩ କମ୍ପ୍ଲେକ୍ସରେ ଖୋଲିବ। ଯାହା ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର (ଆଇଜିଆଇ) ନିକଟରେ ଏକ ଭଲ ବ୍ୟବସାୟିକ କ୍ଷେତ୍ର ଭାବେ ବେଶ୍ ପରିଚିତ। ଏହି ଶୋରୁମ ୪,୦୦୦ ବର୍ଗଫୁଟ ଜାଗାରେ ନିର୍ମିତ ହେଉଛି ଏବଂ ଏହାର ମାସିକ ଭଡ଼ା ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ଆପଣଙ୍କୁ ଜଣାଇରଖୁ ଯେ, ଟେସଲା ଗତ ଜୁଲାଇ ୧୫ ତାରିଖରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ଥିବା ମେକର ମାକ୍ସିଟି ମଲ୍‌ରେ ନିଜର ପ୍ରଥମ ଭାରତୀୟ ଶୋରୁମ ଉଦ୍‌ଘାଟନ କରିଥିଲା। ଏହି ଉଦ୍‌ଘାଟନୀ ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପସ୍ଥିତ ରହିବା ସହିତ ଟେସଲାକୁ ଭାରତରେ ଗବେଷଣା ଓ ଉନ୍ନୟନ (ଆର୍‌ଅଣ୍ଡଡି) ତଥା ଉତ୍ପାଦନ କ୍ଷେତ୍ର ସ୍ଥାପନ ପାଇଁ ଆହ୍ୱାନ କରିଥିଲେ। ମୁମ୍ବାଇରେ ଟେସଲାର ପ୍ରଥମ ଶୋ’ରୁମ୍‌ ଖୋଲିବା ପରେ କମ୍ପାନୀ ଏହାର ଅଫିସିଆଲ ଭାରତୀୟ ୱେବସାଇଟ୍‌ ମଧ୍ୟ ସକ୍ରିୟ କରିଛି, ଯେଉଁଠାରେ ମୁମ୍ବାଇ, ଦିଲ୍ଲୀ ଏବଂ ଗୁରୁଗ୍ରାମରୁ ଆଗ୍ରହୀ ଗ୍ରାହକମାନେ ନିଜର ଆଗ୍ରହ ମୁତାବକ ଗାଡି ଅଗ୍ରିମ ବୁକ୍ କରିପାରିବେ।

ଏହି ନୂଆ ଶୋରୁମରେ ଟେସଲାର ଜନପ୍ରିୟ ମଡେଲ୍‌ ୱାଇ ଏସ୍‌ୟୁଭି ପ୍ରଦର୍ଶିତ ହେବ। ଏହା ସହିତ ଏହି ମଡେଲ ଦୁଇଟି ଭାରିଆଣ୍ଟ, ଯଥା ରିୟର-ହ୍ୱିଲ ଡ୍ରାଇଭ (ଆରଡବ୍ଲ୍ୟୁଡି) ଏବଂ ଲଙ୍ଗ-ରେଞ୍ଜ ରିୟର-ହ୍ୱିଲ ଡ୍ରାଇଭରେ ଉପଲବ୍ଧ ରହିବ। ଏହି ଗାଡ଼ିଗୁଡ଼ିକ ଟେସଲାର ଚୀନର ସାଙ୍ଘାଇ କାରଖାନାରୁ ଆମଦାନୀ କରାଯାଇଛି। ଆରଡବ୍ଲ୍ୟୁଡି ମଡେଲ୍‌ ୱାଇର ଏକ୍ସ-ଶୋ’ରୁମ ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା ରହିଥିବା ବେଳେ ଅନ-ରୋଡ୍‌ ମୂଲ୍ୟ ୬୧.୦୭ ଲକ୍ଷ ଟଙ୍କା ରହିଛି। ସେହିଭଳି ଲଙ୍ଗ-ରେଞ୍ଜ ଆରଡବ୍ଲ୍ୟୁଡିର ଏକ୍ସ-ଶୋ’ରୁମ ମୂଲ୍ୟ ୬୭.୮୯ ଲକ୍ଷ ଟଙ୍କା ରହିଥିବା ବେଳେ ଅନ-ରୋଡ୍‌ ମୂଲ୍ୟ ୬୯.୧୪ ଲକ୍ଷ ଟଙ୍କା ରହିଛି।

ଟେସଲା ଦିଲ୍ଲୀ-ଏନସିଆରରେ ଚାର୍ଜିଂ ନେଟୱାର୍କ ମଧ୍ୟ ସ୍ଥାପନ କରୁଛି। ଯେଉଁଥିରେ ଏରୋସିଟି, ସାକେତ, ନୋଏଡା ଏବଂ ଗୁରୁଗ୍ରାମରେ ୧୬ଟି ସୁପରଚାର୍ଜର ଏବଂ ୧୫ଟି ଡେଷ୍ଟିନେସନ୍‌ ଚାର୍ଜର ସ୍ଥାପନ କରିବାର ଯୋଜନା ରହିଛି। ଏହି ସୁପରଚାର୍ଜରଗୁଡ଼ିକ ୧୫ ମିନିଟରେ ୨୫୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଯୋଗାଇ ପାରିବ।

ଏହି ପଦକ୍ଷେପ ଭାରତର ବର୍ଦ୍ଧିତ ଇଲେକ୍ଟ୍ରିକ ଗାଡ଼ି ବଜାରରେ ଟେସଲାର ପ୍ରବେଶକୁ ଆହୁରି ମଜବୁତ କରିବ ଏବଂ ଦେଶର ଦୁଇ ପ୍ରମୁଖ ମହାନଗରୀ ମୁମ୍ବାଇ ଓ ଦିଲ୍ଲୀରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବ। ଟେସଲାର ଏହି ଅଗ୍ରଗତି ଭାରତର ଇଲେକ୍ଟ୍ରିକ ଗତିଶୀଳତା ଆଡକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.