ପ୍ରମୂଖ ଖବର
  • ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ୍
  • ||
  • ଆନ୍ଧ୍ରପ୍ରଦେଶ ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ, ୯ ମୃତ
  • ||
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ସଞ୍ଜୟ କପୁରଙ୍କ ୩୦ ହଜାର କୋଟି ସମ୍ପତ୍ତିର ମାଲିକ କିଏ ? ମୃତ୍ୟୁ, ବିବାଦ ଏବଂ ଆଇନଗତ ଲଢେଇର ପୁରା କାହାଣୀ...

Published By : Ankita S | August 3, 2025 2:44 PM

ମୁମ୍ବାଇ,୦୩/୦୮: ଦିବଙ୍ଗତ ଉଦ୍ୟୋଗପତି ତଥା ବଲିଉଡ଼ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟ କପୁରଙ୍କର ପ୍ରାୟ ୩୦ ହଜାର କୋଟିର ସମ୍ପତ୍ତି ରହିଛି । ଏହି ସମ୍ପତ୍ତିର ମାଲିକ କିଏ ହେବ ?  ୩୦ ହଜାର କୋଟିର ଉତ୍ତରାଧିକାରୀ କିଏ ? ଏହାକୁ ନେଇ ବିବାଦ ଚାଲିଛି । ସଞ୍ଜୟଙ୍କ ଦେହାନ୍ତ ସନ୍ଦେହ ଘେରରେ ଥିବାବେଳେ ସମ୍ପତ୍ତିକୁ ନେଇ ଆଇନ୍‌ଗତ ଲଢେଇ ହୋଇଛି । ସଞ୍ଜୟ କପୁରଙ୍କ ସମ୍ପତ୍ତିକୁ ନେଇ ପରିବାର ଏବଂ କର୍ପୋରେଟ୍ ଯୁଦ୍ଧ ଏବେ ଏକ ନୂଆ ମୋଡ଼ ନେଇଛି । ତାଙ୍କ ମାଆ ରାଣୀ କପୁର ଏବେ ୟୁକେ ତଦନ୍ତକାରୀ ସଂସ୍ଥାଗୁଡ଼ିକଠାରୁ ସଞ୍ଜୟ କପୁରଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି । ପୁଅର ମୃତ୍ୟୁ ପରେ, ତାଙ୍କୁ ଏବଂ ପରିବାରର ଉତ୍ତରାଧିକାରୀକୁ ଦୂରରେ ରଖାଯାଇଥିବା ରାଣୀ କପୁର ଅଭିଯୋଗ କରିଛନ୍ତି ।  ସୋନା BLW (ସୋନା କମ୍‌ଷ୍ଟାର) ର କାର୍ଯ୍ୟ ଏବଂ କମ୍ପାନୀର ବୋର୍ଡର ନିଷ୍ପତ୍ତି ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ।

କ’ଣ ପୂରା ଘଟଣା ? ଜୁନ୍ ୧୨ ତାରିଖରେ ଇଂଲଣ୍ଡରେ ହଠାତ୍ ସଞ୍ଜୟ କପୁରଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ମହୁମାଛି କାମୁଡ଼ିବା ନେଇ ହୋଇଥିବା ରିପୋର୍ଟରେ କୁହାଯାଇଥିଲା । କିନ୍ତୁ ସଞ୍ଜୟଙ୍କ ମାଆ ରାଣୀ କପୁର ସନ୍ଦେହ କରୁଛନ୍ତି । ସେ ଏହାକୁ ରହସ୍ୟମୟ ବୋଲି କହିଛନ୍ତି । ବ୍ରିଟିଶ କର୍ତ୍ତୃପକ୍ଷଙ୍କଠାରୁ  ପୁଅ ମୃତ୍ୟୁର ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ରାଣୀ କପୁର ଦାବି କରିଛନ୍ତି ଯେ, ତାଙ୍କ ପୁଅର ମୃତ୍ୟୁ ପରେ,  ଏତେ ବଡ଼ ଦୁଃଖ ଭିତରେ ଏକ ବନ୍ଦ କୋଠରୀରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା । ବର୍ତ୍ତମାନ ସେହି କାଗଜପତ୍ର ଆଧାରରେ ତାଙ୍କୁ କମ୍ପାନୀ ଏବଂ ସମ୍ପତ୍ତିରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି ।

ଅଭିଯୋଗକୁ ଭିତ୍ତିହୀନ କହିଲା କମ୍ପାନୀ- ସୋନା କମ୍‌ଷ୍ଚାର ୨୫ ଜୁଲାଇରେ ଏକ ସରକାରୀ ବିବୃତ୍ତି ଜାରି କରି ରାଣୀ କପୁରଙ୍କ ସମସ୍ତ  ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି । କମ୍ପାନୀ କହିଛି ଯେ, ରାଣୀ କପୁର ୨୦୧୯ ପରଠାରୁ କମ୍ପାନୀର ସେୟାରହୋଲ୍ଡର ନାହାନ୍ତି, ନା ନିର୍ଦ୍ଦେଶକ କିମ୍ବା ଅଧିକାରୀ ଅଛନ୍ତି । ସେ କରିଥିବା ଅଭିଯୋଗ ଭିତ୍ତିହୀନ ଏହା ସେୟାରହୋଲ୍ଡରଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇପାରେ । କମ୍ପାନୀ AGMରେ ହୋଇଥିବା ନିଯୁକ୍ତିଗୁଡ଼ିକୁ ଆଇନଗତ ଭାବରେ ସଠିକ୍ । ଏହି ସମସ୍ତ ନିଷ୍ପତ୍ତି ନିୟାମକ ମାନଦଣ୍ଡ ଅନୁଯାୟୀ ହୋଇଛି  । ରାଣୀ କପୁରଙ୍କୁ ମାନହାନି ନୋଟିସ୍ ପଠାଇବା କମ୍ପାନୀ ନିଶ୍ଚିତ କରିଛି ।

ସଞ୍ଜୟଙ୍କ ମାଆଙ୍କ ପାଖରେ କଣ ବିକଳ୍ପ ? ମାମଲାରେ ଆଇନଗତ ଲଢ଼େଇ ଏକପ୍ରକାଶର ନିଶ୍ଚିତ ବୋଲି ଅନୁମାନ କରାଯାଉଛି । ଆଇନ ବିଶେଷଜ୍ଞଙ୍କ ମତରେ, ରାଣୀ କପୁରଙ୍କ ପାଖରେ ଅନେକ ବିକଳ୍ପ ଅଛି । ସେ ସିଭିଲ୍ କୋର୍ଟରେ ଉତ୍ତରାଧିକାର ଅଧିକାରର ପାଇଁ ଆବେଦନ କରିପାରିବେ। କମ୍ପାନୀ ଅଧିନିୟମ ୨୦୧୩ ଅଧ୍ୟାୟ XVI ଅନୁଯାୟୀ ନିର୍ଯାତନା ଏବଂ କୁପରିଚାଳନା ମାମଲା ପାଇଁ ସେ NCLT ପାଖକୁ ଯାଇପାରିବେ। ଯଦି ତାଙ୍କ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ସେ ଠକେଇ, ଚାପ ଏବଂ ଦସ୍ତାବିଜ ହେରଫେର ପାଇଁ ଏକ ଫୌଜଦାରୀ ମାମଲା ବି ଦାୟର କରିପାରିବେ। ଏବେ ପ୍ରଶ୍ନ ହେଉଛି, ସଞ୍ଜୟ କପୁରଙ୍କ ୩୦ ହଜାର କୋଟିର ପ୍ରକୃତ ଉତ୍ତରାଧିକାରୀ କିଏ ହେବ ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.