ପ୍ରମୂଖ ଖବର
  • ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ୍
  • ||
  • ଆନ୍ଧ୍ରପ୍ରଦେଶ ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ, ୯ ମୃତ
  • ||
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

୩୦ବର୍ଷ କ୍ୟାରିୟରରେ ପ୍ରଥମ ନ୍ୟାସନାଲ ଆଓ୍ବାର୍ଡ଼, ଗଣପତିଙ୍କ ଆଶୀର୍ବାଦ ନେବାକୁ ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଲେ ରାଣୀ ମୁଖାର୍ଜୀ

Published By : Anindita Ratha | August 3, 2025 2:14 PM

ମୁମ୍ବାଇ,୦୩/୦୮: ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଖୁସି ଏବେ କହିଲେ ନସରେ । ଅଭିନେତ୍ରୀ ତାଙ୍କ ୩୦ ବର୍ଷର ଫିଲ୍ମ କ୍ୟାରିଅରରେ ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ଜିତିଛନ୍ତି। 'ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ' ଫିଲ୍ମ ପାଇଁ  ରାଣୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଛି। ଆଉ ଏହାରି ମଧ୍ୟରେ ଅଭିନେତ୍ରୀ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ଯାଇ ବିନାୟକଙ୍କ ଆଶୀର୍ବାଦ ନେଇଛନ୍ତି । ଯେଉଁଠାରୁ ତାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ପ୍ରକାଶ ପାଇଛି ।

ରାଣୀ ମୁଖାର୍ଜୀଙ୍କ ଏହି ଫଟୋଗୁଡ଼ିକ ସିଦ୍ଧି ବିନାୟକ ମନ୍ଦିରର ଅଫିସିଆଲ୍ ଇନଷ୍ଟାଗ୍ରାମ୍ ପେଜରେ ସେୟାର କରାଯାଇଛି। ଯେଉଁଥିରେ ଅଭିନେତ୍ରୀ ପାରମ୍ପରିକ ଲୁକ୍ ରେ ନଜର ଆସିଛନ୍ତି। ସେ ନୀଳ ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ତାଙ୍କ କାନ୍ଧରେ ଶାଲ୍ ଏବଂ କପାଳରେ ତିଳକ ଲାଗିଛି। ଫଟୋଗୁଡ଼ିକରେ ରାଣୀ ଗଣପତି ବାପ୍ପାଙ୍କ ସମ୍ମୁଖରେ ହାତ ଯୋଡି ଠିଆ ହୋଇଥିବା ଦେଖାଯାଉଛି। ଏହି ପୋଷ୍ଟରେ, ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କୁ ପୁରସ୍କାର ପାଇବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । 

ରାଣୀ ମୁଖାର୍ଜୀଙ୍କ ଫିଲ୍ମ 'ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ' ୨୦୨୩ ମସିହାରେ ମୁକ୍ତିଲାଭ କରିଥିଲା। ସେ ଏହି ଫିଲ୍ମରେ ଦେବିକା ଚାଟାର୍ଜୀ ଭୂମିକାରେ ଅଭିନୟ କରିଥିଲେ। ରାଣୀଙ୍କ ଫିଲ୍ମଟି ଏକ ସତ୍ୟ କାହାଣୀ ଉପରେ ଆଧାରିତ। ଆପଣ ଏହି ଫିଲ୍ମଟି ଘରେ ବସି ନେଟଫ୍ଲିକ୍ସରେ ଦେଖିପାରିବେ। ତେବେ ରାନୀ ମୁଖାର୍ଜୀଙ୍କ ଅଭିନୟ କ୍ୟାରିଅର୍ ଫିଲ୍ମ 'ରାଜା କି ଆଏଗି ବାରାତ୍' ରୁ ଆରମ୍ଭ ହୋଇଥିଲା ।ଏହା ପରେ, ସେ ଆଉ ପଛକୁ ଚାହିଁ ନଥିଲେ ।ଅଭିନେତ୍ରୀ ତାଙ୍କ କ୍ୟାରିୟରରେ 'କୁଛ୍ କୁଛ୍ ହୋ ହୈ,'ହମ୍ ତୁମ୍','ବଣ୍ଟି ଅର ବବଲି','କଭି ଅଲବିଦା ନା କହନା','ତଲାଶ୍' ଏବଂ 'ହିଚ୍କି' ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ଏବେ ଖୁବଶୀଘ୍ର ଅଭିନେତ୍ରୀଙ୍କୁ 'ମରଦାନୀ ୩' ରେ ଦେଖିବାକୁ ମିଳିବ । ପ୍ରକାଶ ଥାଉକି, ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପାଇଁ ମଧ୍ୟ ୭୧ତମ ଜାତୀୟ ପୁରସ୍କାର  ବହୁତ ସ୍ୱତନ୍ତ୍ର ରହିଛି । ଅଭିନେତାଙ୍କୁ ତାଙ୍କ କ୍ୟାରିଅରର ପ୍ରଥମ ଜାତୀୟ ପୁରସ୍କାର  ମିଳିଛି। ଯାହା ସେ 'ଜୱାନ' ଫିଲ୍ମ ପାଇଁ ଜିତିଛନ୍ତି । । ଶାହାରୁଖଙ୍କୁ ସର୍ବୋତ୍ତମ ଅଭିନେତା ପୁରସ୍କାର ମିଳିଛି।










Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.