ନୂଆଦିଲ୍ଲୀ,୦୪/୦୮: ଧନଖଡ଼ ଇସ୍ତଫା ଦେଲେ, ବିରୋଧୀଙ୍କୁ ଯୋଗାଇ ଦେଲେ ପ୍ରସଙ୍ଗ । ଆଲୋଚନା ପର୍ଯ୍ୟାଲୋଚନା ଭିତରେ କିଏ ହେବ ନୂଆ ଚେହେରା ? ଶାସକ ତୈୟାର, ବିରୋଧୀ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ । ଉଭୟ ସଦନରେ ବିରୋଧୀଙ୍କ ପଲ୍ଲା ନିମ୍ନଗାମୀ । ତଥାପି ରାଜନୀତିର ସତରଞ୍ଜରେ ଗୋଟି ଚଳାଇବାକୁ ସବୁବେଳେ ନୂଆ ରଣନୀତି ନେଇ ଆସନ୍ତି ବିରୋଧୀ । ଏବେ ପ୍ରଶ୍ନ କିଏ ହେବ ଉଭୟ ଶାସକ ଏବଂ ବିରୋଧୀଙ୍କ ନୂଆ ଉପରାଷ୍ଟ୍ରପତି ଚେହେରା । କେଉଁ ବର୍ଗକୁ ବାଛିବାକୁ ଉଭୟେ ଯୋଜନା କରୁଛନ୍ତି, ତାହା ସମୟ କହିବ । ଆମ ପ୍ରସଙ୍ଗ କିଏ ହେବ ବିରୋଧୀଙ୍କ ପ୍ରାର୍ଥୀ । ଉପ-ରାଷ୍ଟ୍ରପତି ନିର୍ବାଚନ ବିରୋଧୀ ମେଣ୍ଟ ପାଇଁ ଚ୍ୟାଲେଞ୍ଜ ହୋଇପାରେ ।
ନିର୍ବାଚନ ଆୟୋଜ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ବିପକ୍ଷ ଇଣ୍ଡିଆ ମେଣ୍ଟର ଚିନ୍ତା ବଢିଛି । ବିରୋଧୀ ଶିବିରରେ ଉପନିର୍ବାଚନ ପଦ ପାଇଁ କିଏ ଚେହେରା ହେବ ତାକୁ ଚୟନ କରିବା କଠିନ ଚ୍ୟାଲେଞ୍ଜ ହୋଇଛି । କାରଣ ବିରୋଧୀ ଦଳକୁ ଜଣାଅଛି, ସଂସଦର ଉଭୟ ସଦନରେ ସଂଖ୍ୟା ବଳ ଆଧାରରେ ତାଙ୍କ ସ୍ଥିତି ଦୁର୍ବଳ ରହିଛି । ଏହାପରେ ବି ବିପକ୍ଷ ଉପରାଷ୍ଟ୍ରପତି ନିର୍ବାଚନରେ ଏକ ମଜବୁତ୍ ଚେହେରାକୁ ମୈଦାନକୁ ଓହ୍ଲାଇପାରେ । ଦେଶକୁ ରାଜନୈତିକ ସନ୍ଦେଶ ଦେଇପାରେ କି, ସେ କ୍ଷମତାସୀନ ଭାଜପା ଏବଂ ତାର ପ୍ରାର୍ଥୀଙ୍କ ମୁକାବିଲା କରିବାକୁ ଏକଜୁଟତାର ସହ ପ୍ରସ୍ତୁତ ।
ଉଭୟ ରାଜ୍ୟସଭା ଓ ଲୋସସଭା ସଦସ୍ୟ ଉପରାଷ୍ଟ୍ରପରି ନିର୍ବାଚନ କରିଥାନ୍ତି । ଏଠାରେ ବିରୋଧୀ ସଦସ୍ୟଙ୍କ ସଂଖ୍ୟା କମ୍ ରହିଛି । ତେଣୁ ଇଣ୍ଡିଆ ମେଣ୍ଟ ଉପରାଷ୍ଟ୍ରପତି ନିର୍ବାଚନରେ ପଛୁଆ ଏବଂ ସଂଖ୍ୟାଲଘୁ, ଚାଷୀ ବୁଦ୍ଧିଜୀବୀ ଏବଂ ନାଗରିକ ସମାଜ ସହିତ ସନ୍ଦେଶକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରିବ । ତେଣୁ ବିରୋଧୀ ଏକ ଆଦର୍ଶିକ ଚେହେରା ଦେଇପାରେ ଯିଏକି ତାଙ୍କ ରାଜନୈତିକ ବାର୍ତ୍ତା ବିସ୍ତାର କରିପାରିବ ।
ଅଗଷ୍ଟ ୭ରେ ବୈଠକ ଡାକିଛନ୍ତି ରାହୁଲ- ଇଣ୍ଡିଆ ମେଣ୍ଟ ଅଗଷ୍ଟ ୭ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବ । ଯେଉଁଥିରେ ବିହାର ବିଧାନସଭା ନିର୍ବାଚନ ଏବଂ ରାଜ୍ୟରେ ମତଦାନ ସୂଚୀ ସଂଶୋଧନ ମୁଦ୍ଦା ବିଷୟରେ ଆଲୋଚନା କରିବା ସମ୍ଭାବନା ରହିଛି । ବୈଠକରେ ଉପରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରାର୍ଥୀ ଉପରେ ମଧ୍ୟ ଚର୍ଚ୍ଚା ହୋଇପାରେ ।
ରାହୁଲ ହେବେ ପ୍ରୋଜେକ୍ସନ- ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବିକ, ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଦୀ ମତଦାନ ସୂଚୀ ଉପରେ କଂଗ୍ରେସ ପକ୍ଷରୁ ହୋଇଥିବା ରିସର୍ଚ ଉପରେ ପ୍ରୋଜେକ୍ସନ ଦେଇପାରନ୍ତି । ଦୁଇ ଦିନ ତଳେ ଉକ୍ତ ରିସର୍ଜ ବିଷୟରେ କହିଥିଲେ । ବିନା କୌଣସି ସନ୍ଦେଶରେ ଏହା ପ୍ରମାଣିତ ହୋଇଛି କି ଭାଜପା ସାହାଯ୍ୟରେ ମତଦାତା ସୂଚୀରେ ହେରଫରେ କରାଯାଉଛି ।