ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ; ଶୂନ୍ୟ ହୋଇଗଲି କହିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

Published By : Ankita S | August 4, 2025 10:09 AM

ନୂଆଦିଲ୍ଲୀ,୦୪/୦୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ । ୮୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ପୁଅ ହେମନ୍ତ ସୋରେନ୍ । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । କିଡନୀ ଜନିତ ରୋଗରେ ପୀଡିତ ଥିଲେ । ଦେଢ଼ ମାସ ତଳେ ତାଙ୍କୁ ଷ୍ଟ୍ରୋକ୍ ଆସିଥିଲା । ଏକ ମାସ ଧରି ଦିଲ୍ଲୀ ସାର୍ ଗଙ୍ଗା ରାମ୍‌ ହସ୍ପିଟାଲରେ ଲାଇଫ୍‌ ସପୋର୍ଟରେ ଥିଲେ । ଆଜି ସକାଳ ୮ଟା ୫୬ମିନିଟ୍‌ରେ ଶିବୁ ସୋରେନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାପା ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ପୁଅ ହେମନ୍ତ ସୋରେନ୍ । ତାଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଚାଲିଯାଇଛି । ଏକ୍ସରେ ସେ କହିଛନ୍ତି, ''ଆଦରଣୀୟ ଗୁରୁଜୀ ଆଜି ଆମକୁ ଛାଡ଼ି ଚାଲି ଯାଇଛନ୍ତି । ଆଜି ମୁଁ ଶୂନ୍ୟ ହୋଇଗଲି।'' ଶିବୁ ସୋରେନ୍‌ଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୩୮ ବର୍ଷ ଧରି ଶିବୁ ସୋରେନ୍‌ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରମୁଖ ନେତା ରହିଥିଲେ । ଦଳର ସଂସ୍ଥାପକ ସଂରକ୍ଷଣ ରୂପରେ ଜଣାଶୁଣା ଥିଲେ । ୧୯୪୪ ଜାନୁଆରୀ ୧୧ରେ ହଜାରିବାଗରେ  ଶିବୁ ସୋରେନ୍ ଜନ୍ମ ଗ୍ରହଣ କରିଥିଲେ । ଆଦିବାସୀଙ୍କ ଉପରେ ହେଉଥିବା ଶୋଷଣ ବିରୋଧରେ ସଂଗ୍ରାମ କରିଥିଲେ । ୭୦ ଦଶକରେ 'ଘନକଟନୀ ଆନ୍ଦୋଳନ' ଏବଂ ଅନ୍ୟ ଆନ୍ଦୋଳନ ଜରିଆରେ ଆଦିବାସୀ ସମାଜର ସ୍ୱର ହୋଇଥିଲେ । ବିହାରରୁ ଝାଡ଼ଖଣ୍ଡକୁ ଅଲଗା ରାଜ୍ୟ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତିନି ଥର ୨୦୦୫, ୨୦୦୮ ଓ ୨୦୦୯ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଥରେ ବି ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନଥିଲେ ।

ୟୁପିଏର ପ୍ରଥମ କାର୍ଯ୍ୟକାଳରେ କୋଇଲା ମନ୍ତ୍ରୀ ଥିଲେ ଶିବୁ ସୋରେନ୍ । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା । ବାପା ଶୋଭରାମ ସୋରେନ୍‌ଙ୍କ ହତ୍ୟା ପରେ ଶିବୁ ସୋରେନ୍ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୭ରେ ପ୍ରଥମ ଥର ଲୋକସଭା ନିର୍ବାଚନ ଲଢିଥିଲେ । ହେଲେ ପରାସ୍ତ ହୋଇଥିଲେ । ୧୯୮୦ରେ ତାଙ୍କୁ ସଫଳତା ମିଳିଥିଲା । ଏହାପରେ ୧୯୮୬, ୧୯୮୯, ୧୯୯୬ ନିର୍ବାଚନରେ ବି ବିଜୟ ହାସଲ କରିଥିଲେ । ୨୦୦୪ରେ ଡୁମକା ଲୋକସଭା ପାଇଁ ଚୟନ ହୋଇଥିଲେ । ୮ଥର ଲୋକସଭା ସାଂସଦ, ୩ ଥର ରାଜ୍ୟସଭା ସାଂସଦ ନିର୍ବାଚିତ ହୋଇଥିଲେ ।

ଶିବୁ ସୋରେନ୍‌ଙ୍କ ହେଦାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ଶିବୁ ସୋରେନ୍‌ ଜୀ ଜଣେ ତୃଣମୂଳ ସ୍ତରର ନେତା ଥିଲେ ଯିଏ ଲୋକଙ୍କ ପ୍ରତି ଅଟଳ ସମର୍ପଣ ସହ ପଦ ପଦବୀଠୁ ଉର୍ଦ୍ଧ୍ୱରେ  । ସେ ଆଦିବାସୀ ସମ୍ପ୍ରଦାୟ, ଗରିବ ଏବଂ ଦଳିତମାନଙ୍କୁ ସଶକ୍ତ କରିବା ପାଇଁ ବିଶେଷ ଭାବରେ ଆଗ୍ରହୀ ଥିଲେ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ସହିତ ମୋର ସମବେଦନା ।''

ସେହିପରି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ଶୋକ ପ୍ରକାଶ କରି କହିଛନ୍ତି, ''ପୂର୍ବ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ ଦେଶର ବରିଷ୍ଠତମ ନେତାଙ୍କ ମଧ୍ୟରୁ ଜଣେ ଥିଲେ । ସେ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ କାମ କରୁଥିଲେ । ଜନଜାତି ସମାଜର ଅଧିକାର ଏବଂ ସେମାନଙ୍କ ସଶକ୍ତିକରଣ ପାଇଁ ଜୀବନ ତମାମ ସଂଘର୍ଷ କରିଛନ୍ତି । ସେ ସର୍ବଦା ମାଟି ଏବଂ ମଣିଷଙ୍କ ସହ ଜଡ଼ିତ ଥିଲେ । ମୋର ତାଙ୍କ ସହିତ ଦୀର୍ଘ ଦିନର ସମ୍ପର୍କ ରହିଛି । ତାଙ୍କ ବିୟୋଗ ଖବରରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା ।'' 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.