ପ୍ରମୂଖ ଖବର
  • ଚତୁର୍ଥ ଦିନ ଖେଳ ଶେଷ, ଇଂଲଣ୍ଡର ସ୍କୋର ୩୩୯/୬; ପଞ୍ଚମ ଦିନ ଆସିବ ଓଭାଲ୍ ଟେଷ୍ଟର ରେଜଲ୍ଟ
  • ||
  • ବିହାରରୁ ଦିଲ୍ଲୀ SIR ବିବାଦ ତୀବ୍ର: ଜୁଲାଇ ୭ରେ ଇଣ୍ଡି ମେଣ୍ଟର ବୈଠକ
  • ||
  • ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ୍
  • ||
  • ଆନ୍ଧ୍ରପ୍ରଦେଶ ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ, ୯ ମୃତ
  • ||
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ବିହାରରୁ ଦିଲ୍ଲୀ SIR ବିବାଦ ତୀବ୍ର: ଜୁଲାଇ ୭ରେ ଇଣ୍ଡି ମେଣ୍ଟର ବୈଠକ, ୮’ରେ ପ୍ରତିବାଦ ଶୋଭାଯାତ୍ରା

Published By : Tapas Panda | August 3, 2025 10:43 PM

ନୂଆଦିଲ୍ଲୀ: ବିହାରରେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ (SIR) ଉପରେ ବିବାଦ ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଛି । ବିରୋଧୀ ଇଣ୍ଡି ମେଣ୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଯାଉଛି । ସରକାରଙ୍କୁ ଘେରିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରିବ ଇଣ୍ଡି ମେଣ୍ଟ । ଏନେଇ ଇଣ୍ଡି ମେଣ୍ଟର ନେତାମାନେ ଅଗଷ୍ଟ ୭ରେ ଏକ ରାତ୍ରୀଭୋଜନ ବୈଠକ ଆୟୋଜନ କରିବେ । ଯେଉଁଥିରେ SIRକୁ ନେଇ ଏବେର ସ୍ଥିତି  ଏବଂ ଆଗାମୀ ରଣନୀତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । 

ଏହା ସହ ଅଗଷ୍ଟ ୮ରେ ବିରୋଧୀ ଦଳଗୁଡ଼ିକ ମିଳିତ ଭାବରେ ନିର୍ବାଚନ କମିଶନ ମୁଖ୍ୟାଳୟକୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାର କରିବାକୁ ଯୋଜନା କରୁଛନ୍ତି । ସଂସଦର ମୌସୁମୀ ଅଧିବେଶନ ଚାଲିଛି ଏବଂ ବିରୋଧୀ ଦଳଗୁଡ଼ିକ ସଂସଦରେ ଏସଆଇଆର ପ୍ରସଙ୍ଗରେ ଆଲୋଚନା ପାଇଁ ନିରନ୍ତର ଦାବି କରୁଛନ୍ତି । ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, SIR ପ୍ରକ୍ରିୟା ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ମତଦାନ ଅଧିକାର ଛଡ଼ାଇ ନେବାକୁ ଚେଷ୍ଟା କରାଯାଉଛି । 

ବିରୋଧୀ ଦଳଗୁଡ଼ିକ କହିଛନ୍ତି ଯେ, ଏହି ପ୍ରକ୍ରିୟା ମାଧ୍ୟମରେ ସମାଜର ଦୁର୍ବଳ ବର୍ଗ, ସଂଖ୍ୟାଲଘୁ, ପଛୁଆ ଏବଂ ବଞ୍ଚିତ ବର୍ଗଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଛି । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଶୁକ୍ରବାର କହିଛନ୍ତି ଯେ, ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାଗୁଡ଼ିକର କାର୍ଯ୍ୟ ସଂସଦରେ ଆଲୋଚନା କରାଯାଇପାରିବ ନାହିଁ । ସେ ବିରୋଧୀଙ୍କ ଦାବିକୁ ଅସାମ୍ବିଧାନିକ ବୋଲି କହିଛନ୍ତି । 

ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଲୋକସଭା ଏବଂ ରାଜ୍ୟସଭା ବାଚସ୍ପତିମାନଙ୍କୁ ନେବାକୁ ପଡିବ । ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଏବଂ ରାଜ୍ୟସଭା ସାଂସଦ ଡେରେକ ଓ'ବ୍ରାଏନ୍ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ବିଜେପି ସଂସଦରେ SIR ଉପରେ ବିତର୍କ କରିବାକୁ ଭୟ କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.