ପ୍ରମୂଖ ଖବର
  • ଚତୁର୍ଥ ଦିନ ଖେଳ ଶେଷ, ଇଂଲଣ୍ଡର ସ୍କୋର ୩୩୯/୬; ପଞ୍ଚମ ଦିନ ଆସିବ ଓଭାଲ୍ ଟେଷ୍ଟର ରେଜଲ୍ଟ
  • ||
  • ବିହାରରୁ ଦିଲ୍ଲୀ SIR ବିବାଦ ତୀବ୍ର: ଜୁଲାଇ ୭ରେ ଇଣ୍ଡି ମେଣ୍ଟର ବୈଠକ
  • ||
  • ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ, ୧୪ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍ ପଠାଇଲେ ନିର୍ବାଚନ କମିଶନ୍
  • ||
  • ଆନ୍ଧ୍ରପ୍ରଦେଶ ବାଲିକୁରୁମା ପଥର ଖଣିରେ ବିସ୍ଫୋରଣ, ୯ ମୃତ
  • ||
  • କନ୍ଧମାଳ : ବସ୍‌ ସାମ୍ନାକୁ ଚାଲି ଆସିଲା ଜଙ୍ଗଲୀ ଦନ୍ତା, ଯାତ୍ରୀ ଭୟଭୀତ
  • ||
  • MVI ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିିଜିଲାନ୍ସ ଟେରା, ଲକ୍ଷାଧିକ ଟଙ୍କା ସହ ୩୬ଟି ପ୍ଲଟ୍‌ ଠାବ
  • ||
  • ଉତ୍ତରପ୍ରଦେଶରେ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା ଗାଡ଼ି, ୧୧ ମୃତ, ୨ ଆହତ
  • ||
  • ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ, ସାଉଥ୍ ଆଫ୍ରିକା ଚାମ୍ପିଅନ୍‌, ହାରିଲା ପାକିସ୍ତାନ
  • ||
  • ସୁନ୍ଦରଗଡ଼: ରେଳ ଧାରଣା ଉଡ଼ାଇଲେ ମାଓବାଦୀ, ମାଲବାହୀ ଟ୍ରେନ ଚଳାଚଳ ବନ୍ଦ
  • ||
  • ରାଉରକେଲା; ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ସର୍ଚ୍ଚ ଅପରେସନ ଜାରି
  • ||
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଦୁଇଟି EPIC ନମ୍ବର ମାମଲାରେ ଫସିପାରନ୍ତି ତେଜସ୍ୱୀ ଯାଦବ, ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନ୍‌

Published By : Tapas Panda | August 3, 2025 5:59 PM

ପାଟନା: ଦୁଇଟି EPIC ନମ୍ବର ମାମଲାରେ ଆରଜେଡି ନେତା ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଅଡ଼ୁଆରେ ପଡ଼ିଛନ୍ତି । ନିର୍ବାଚନ କମିଶନ ତାଙ୍କୁ ଏହି ମାମଲାରେ ନୋଟିସ ପଠାଇଛନ୍ତି । ଦୁଇଟି ଭୋଟର ପରିଚୟ ପତ୍ର ମାମଲାରେ ନିର୍ବାଚନ ଆୟୋଗ ତାଙ୍କଠାରୁ ଜବାବ ମାଗିଛନ୍ତି । ତେଜସ୍ୱୀଙ୍କଠାରୁ ଭୋଟର ପରିଚୟ ପତ୍ରର ମୂଳ କପି ମଗାଯାଇଛି। ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀରେ ଯେଉଁ EPIC ନମ୍ବର ଦେଖାଇଥିଲେ ତାହା ନିର୍ବାଚନ କମିଶନର ପ୍ରାଥମିକ ତଦନ୍ତରେ କୌଣସି ସ୍ଥାନରେ ମିଳିନାହିଁ। 

ଭାରତରେ ଜଣେ ବ୍ୟକ୍ତି ଦୁଇଟି ଭୋଟର ପରିଚୟପତ୍ର ରଖିପାରିବେ ନାହିଁ। ଏହା ବେଆଇନ। ଏହା ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୧ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ଏକ ବର୍ଷ ଜେଲ୍ କିମ୍ବା ଜରିମାନା ହୋଇପାରେ । ନିର୍ବାଚନ କମିଶନ ଏହି ଘଟଣାର ତଦନ୍ତ କରୁଛନ୍ତି। ଯଦି ଦୁଇଟି ଭୋଟର ପରିଚୟପତ୍ରର ମାମଲା ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ଏହାକୁ ଏକ ଗମ୍ଭୀର ନିର୍ବାଚନୀ ଅପରାଧ ଭାବରେ ବିବେଚନା କରାଯିବ । ତେଜସ୍ୱୀଙ୍କ ବୈଧ EPIC ନମ୍ବର RAB0456228 । କିନ୍ତୁ ତାଙ୍କ ପାଖରେ ଥିବା RAB2916120ର କୌଣସି ରେକର୍ଡ ମିଳିନାହିଁ । ତେଣୁ ନିର୍ବାଚନ କମିଶନ ଏହି ମାମଲାରେ ତେଜସ୍ୱୀଙ୍କୁ ନୋଟିସ ପଠାଇ ଭୋଟର ପରିଚୟପତ୍ରର ମୂଳ କପି ମାଗିଛନ୍ତି । 

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ମାମଲା ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ତେଜସ୍ୱୀ ଦାବି କରିଥିଲେ ଯେ, ତାଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରେ ନାହିଁ । ସେ ସାମ୍ବାଦିକ ସମ୍ମିଳନୀରେ EPIC ନମ୍ବର RAB2916120 ସେୟାର କରିଥିଲେ । ଏହା ପରେ, ନିର୍ବାଚନ କମିଶନ କହିଥିଲେ ଯେ, ତାଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରେ ଅଛି। କମିଶନ କହିଥିଲେ ଯେ, ତେଜସ୍ୱୀଙ୍କ EPIC ନମ୍ବର RAB0456228 (ପାଟଳିପୁତ୍ର ଅଞ୍ଚଳ, ମତଦାନ କେନ୍ଦ୍ର 204, ସିରିଏଲ୍ ନମ୍ବର୪୧୬ ) ସହିତ ଅଛି । କମିଶନ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ତେଜସ୍ୱୀ ୨୦୧୫ ଏବଂ ୨୦୨୦ ବିଧାନସଭା ନିର୍ବାଚନରେ ଏହି ନମ୍ବର ବ୍ୟବହାର କରିଥିଲେ ।

ତେଜସ୍ୱୀଙ୍କ ଦ୍ୱିତୀୟ EPIC ନମ୍ବର ସରକାରୀ ରେକର୍ଡରେ ନାହିଁ ଏବଂ ଏହା ନକଲି ହୋଇପାରେ ବୋଲି ନିର୍ବାଚନ କମିଶନ କହିଛନ୍ତି । ନିର୍ବାଚନ କମିଶନ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ RAB2916120 ନମ୍ବର ବିଷୟରେ ସ୍ପଷ୍ଟୀକରଣ ମାଗିବା ପାଇଁ ତେଜସ୍ୱୀଙ୍କୁ ନୋଟିସ୍ ଜାରି କରିଛନ୍ତି । ଅନ୍ୟପକ୍ଷରେ, ତେଜସ୍ୱୀ ଏହାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ ଦାବି କରିଛନ୍ତି ଯେ, ତାଙ୍କର EPIC ନମ୍ବର ପରିବର୍ତ୍ତନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.