ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି' ନମ୍ୱର

Published By : Harapriya Sethi | August 4, 2025 11:18 AM

ଭୁବନେଶ୍ୱର, ୦୪/୦୮: ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ଯ୍ୟ କରିପାରିବେ । ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରିଛନ୍ତି ।

ରାତିରେ କାମ କରିବାକୁ ଇଚ୍ଛୁକ ମହିଳା କର୍ମଚାରୀଙ୍କ ସମ୍ମତି ଲିଖିତ ଭାବରେ ନିଆଯିବ । ଉକ୍ତ ସଂସ୍ଥାରେ ରାତିରେ ଅତି କମ୍‌ରେ ୩ଜଣ ମହିଳା କର୍ମଚାରୀ ରହିବେ । ସେଥିପାଇଁ ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ବାସସ୍ଥାନରୁ ନେବା ଆଣିବା କରିବା ପାଇଁ GPS ଟ୍ରାକିଂ ସିଷ୍ଟମ ସହିତ ପରିବହନ ସୁବିଧା ଯୋଗାଇ ଦିଆଯିବ । ସମ୍ପୃକ୍ତ ସଂସ୍ଥା ରାତ୍ରିରେ ନେବା ଆଣିବା ପାଇଁ ରହିଥିବା ପ୍ରତ୍ୟେକ ଡ୍ରାଇଭରଙ୍କ ବାୟୋଡାଟା ପୁଲିସ ଯାଞ୍ଚ କରିବ । ନିଯୁକ୍ତିଦାତା ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଥିବା କାର୍ଯ୍ୟସ୍ଥଳରେ ଶୌଚାଳୟ ଏବଂ ପାନୀୟ ଜଳ ସୁବିଧା ଯୋଗାଇବେ । ଏହା ସହ ସମସ୍ତ ସ୍ଥାନରେ ସିସିଟିଭି ଏବଂ ଲାଇଟ୍‌ ସୁବିଧା ସହ ରାସ୍ତା ବ୍ୟବସ୍ଥା ରହିବ ।

ସମ୍ପୃକ୍ତ ସଂସ୍ଥା ମହିଳାମାନଙ୍କ ପାଇଁ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର (୧୮୧), ଲେବର୍‌ ଏବଂ ESI ବିଭାଗ ହେଲ୍ପଲାଇନ୍ ନମ୍ବର ୧୮୦୦୩୪୫୬୭୦୩ ପରିବହନ ପାଇଁ ବ୍ୟବହୃତ ଯାନବାହନ ଭିତରେ ପ୍ରମୁଖ ଏବଂ ସ୍ପଷ୍ଟ ଭାବରେ ପ୍ରଦର୍ଶିତ କରିବ । ନିଯୁକ୍ତିଦାତା ନିଶ୍ଚିତ କରିବେ ଯେ, ଯେଦି ଜଣେ ମହିଳା କର୍ମଚାରୀଙ୍କ ନିଜର ସିଫ୍ଟ ଦିନରୁ ରାତିକୁ ପରିବର୍ତ୍ତନ କରୁଛନ୍ତି ତେବେ ଦୁଇ ଦିନର ସିଫ୍ଟରେ ଅତି କମ୍‌ରେ ୮ ଘଣ୍ଟାର ବ୍ୟବଧାନ ରହିବା ଆବଶ୍ୟକ । 

କର୍ମକ୍ଷେତ୍ରରେ ମହିଳାମାନଙ୍କ ପାଇଁ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ (୨୦୨୩ ର ୧୪) ପାଳନ କରାଯିବ । ରାତିରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରୁଥିବା ଯେକୌଣସି ନିଯୁକ୍ତିଦାତା, ବିଭାଗର ନିର୍ଦ୍ଦିଷ୍ଟ ପୋର୍ଟାଲରେ ନିର୍ଦ୍ଧାରିତ ପ୍ରୋଫର୍ମାରେ ଏକ ସେଲ୍ଫ ସାର୍ଟିଫିକେଟ୍‌ର ସଫ୍ଟ କପି ଦାଖଲ କରିବେ । ଯାହା ଦର୍ଶାଇବ ଯେ, ସେ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ଏବଂ ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ମର୍ଯ୍ୟାଦା ପ୍ରତି ଯତ୍ନବାନ ଅଛନ୍ତି ।

ଏଥିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, କୌଣସି ଯୁବକଙ୍କୁ ରାତିରେ କର୍ମଚାରୀ ଭାବରେ କାମ କରିବାକୁ ଅନୁମତି ଦିଆଯିବ ନାହିଁ । ଯଦି କୌଣସି ସଂସ୍ଥା ଉପରୋକ୍ତ ସର୍ତ୍ତାବଳୀ ପାଳନ କରିବାରେ ବିଫଳ ହୁଏ, ତେବେ ସେ ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ର ଧାରା ୩୫ ଅନୁଯାୟୀ ଦଣ୍ଡ ପାଇଁ ଦାୟୀ ରହିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.