ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ

Published By : Manoj | August 4, 2025 11:41 AM

ବୌଦ୍ଧ ୦୪/୦୮: କୋଟିପତି ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରିବହନ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କଠାରୁ ୪୪ଟି ପ୍ଲଟ୍‌ , ୧ କେଜି ସୁନା, ୨ କିଲୋ ରୁପା, ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ସମେତ  ୨୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ଝିଅର ମେଡିକାଲ ପାଠପଢ଼ାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବାବୁ ।  

ଗତ କିଛି ମାସ ହେବ ଏମ୍‌ଭିଆଇ ଶ୍ରୀ ହାସଁଦାଙ୍କ ବିରୋଧରେ ଭିଜିଲାନ୍ସ ବାରିପଦା ଡିଭିଜନ୍‌ରେ ଏକାଧିକ ପିଟିସନ୍‌ ପଡିଥିଲା । ସେ  କୋଟି କୋଟି ଟଙ୍କାର କଳାଧନ ଠୁଳ କରିଥିବା ଏଥିରେ ଉଲ୍ଲେଖ  ରହୁଥିଲା । ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଖୋଳାତାଡ଼ ଆରମ୍ଭ କରିଥିଲେ । ଅଭିଯୋଗରେ ସତ୍ୟତା ଥିବା ସ୍ପଷ୍ଟ ହେବା ପରେ ଚଢ଼ଉ  କରିବା ପାଇଁ ସ୍ପେଶାଲ୍‌ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ମାଗିଥିଲେ । କୋର୍ଟ  ଅନୁମତି ଦେବାପରେ ରବିବାର ସକାଳୁ ଆରମ୍ଭ ହୋଇଥିଲା ଚଢ଼ଉ । ଭିଜିଲାନ୍ସ  ଟିମ୍‌ ବାରିପଦା ପ୍ରଫୁଲ୍ଲନଗରସ୍ଥିତ ଆବାସିକ ବାସଭବନ, ବାଗଡ଼ିହସ୍ଥିତ ସମ୍ପର୍କୀୟଙ୍କ ଘର,  ଖୁଣ୍ଟାସ୍ଥିତ ପୈତୃକ ଘର, ବୌଦ୍ଧ ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ  ପ୍ରକୋଷ୍ଠ ଓ ଭଡ଼ା ଘର, ଭୁବନେଶ୍ୱରରେ ରହୁଥିବା ଝିଅଙ୍କ ଫ୍ଲାଟ ସମେତ ୬  ଜାଗାରେ ଚଢ଼ଉ କରିଛି । ତାଙ୍କଠାରୁ ୪୪ଟି ପ୍ଲଟ୍‌ , ୧ କେଜି ସୁନା ସମେତ  ୨୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । 

ଶ୍ରୀ ହାଁସଦାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ବାରିପଦା  ପ୍ରଫୁଲ୍ଲନଗରରେ ଦୁଇ ମହଲା କୋଠା ଯାହା ୩୩୦୦ ବର୍ଗଫୁଟ୍‌ରେ ଠିଆ ହୋଇଛି । ବାରିପଦା ଟାଉନ୍‌ରେ ୪୩ଟି ଓ ବାଲେଶ୍ୱରରେ ୧ଟି  ପ୍ଲଟ ରହିଛି । ଏଥିସହ ୧ କେଜି ସୁନା ଅଳଙ୍କାର (୨ଟି ସୁନା ବସ୍କୁଟ),  ଦୁଇ କେଜିରୁ ଅଧିକ ରୁପା, ୧ କୋଟି ୩୪ ଲକ୍ଷ ଟଙ୍କାର ବ୍ୟାଙ୍କ୍‌,  ପୋଷ୍ଟାଲ, ବୀମା ରାଶି ଜମା ରହିଛି । ଏଥିସହ ଗୋଟିଏ କାର୍‌, ୩ଟି  ବାଇକ୍‌ ଏବଂ ୧୬ ଲକ୍ଷ ଟଙ୍କାର ମୂଲ୍ୟବାନ ଗୃହ ଉପକରଣ ଠାବ  ହୋଇଛି । ସେ ଝିଅକୁ ମେଡିକାଲ୍‌ ପାଠ ପଢ଼ାଇବାକୁ ୪୦ ଲକ୍ଷ ଟଙ୍କା  ଖର୍ଚ୍ଚ କରିଥିବା ହିସାବ ମିଳିଛି । ଶ୍ରୀ ହାଁସଦାଙ୍କ ପାଖରୁ ଏକ ଡାଏରି  ମିଳିଛି । ଯେଉଁଥିରେ ବେନାମୀ କଳାଧନର ଚିଠା ଥିବା ଜଣାପଡିଛି ।  ଚଢ଼ଉରେ ୪ ଡିଏସ୍‌ପି, ୭ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ  କର୍ମଚାରୀମାନେ ସାମିଲ ଥିଲେ ।  

ଶ୍ରୀ ହାଁସଦା ୧୯୯୧ରେ ଆଇପିଓ ଭାବେ ଚାକିରି ଜୀବନ ଆରମ୍ଭ  କରିଥିଲେ । ସେ ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାରେ ଦୀର୍ଘବର୍ଷ ଚାକିରି କରିଥିଲେ । ୨୦୦୩ରେ ତାଙ୍କୁ କନିଷ୍ଠ ଏମ୍‌ଭିଆଇ ଭାବେ  ପଦୋନ୍ନତି ମିଳିଥିଲା । ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼ ଟାପରିଆ ଚେକ୍‌ଗେଟ ଏବଂ ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରି ଚେକ୍‌ଗେଟ୍‌, ମୟୂରଭଞ୍ଜ  ଏବଂ ବରଗଡ଼ରେ ନିୟୋଜିତ ଥିଲେ । ୨୦୨୦ରେ ତାଙ୍କୁ ଏମ୍‌ଭିଆଇ ଭାବେ ପଦୋନ୍ନତି ମିଳିଥିଲା । ସେବେଠାରୁ ସେ ବୌଦ୍ଧରେ  କାର୍ଯ୍ୟରତ ଥିଲେ । ତାଙ୍କର ମାସିକ ଦରମା ୧ ଲକ୍ଷ ୮ ହଜାର ଥିଲା ।  

ସୂଚନାଯୋଗ୍ୟ, ୨୦୨୪ ଫେବୃଆରୀରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ  ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କୁ ଭିଜିଲାନ୍ସ  ଗିରଫ କରିଥିଲା । ଏହାର ଦେଢ଼ବର୍ଷ ପରେ ଜଣେ ଏମ୍‌ଭିଆଇ  ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.