ପ୍ରମୂଖ ଖବର
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ, ମିନି ବସ୍‌କୁ ଧକ୍କା ଦେଲା ହାଇୱା : ୧୬ ଯାତ୍ରୀ ଆହତ

Published By : Rasmita Pradhan | August 4, 2025 8:08 AM

ବିନିକା, ୦୪/୦୮ : ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ। ମିନି ବସ୍‌କୁ ଧକ୍କା ଦେଲା ହାଇୱା। ରବିବାର ବିଳମ୍ଵିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ସାଗରପାଲି ଗାଁରୁ କିଛି ଯାତ୍ରୀ ଏକ ମିନି ବସ୍ ଯୋଗେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ବାହାରିଥିଲେ। ରବିବାର ବିଳମ୍ଵିତ ରାତିରେ ସୁବର୍ଣ୍ଣପୁର ସହର ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ମିନି ବସ୍‌ରେ ଥିବା ୧୬ ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.