ପ୍ରମୂଖ ଖବର
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

କମେଣ୍ଟ୍‌ ମାରିବା ପଡିଲା ମହଙ୍ଗା: ରୋଡ୍ ରୋମିଓଙ୍କୁ ଉତ୍ତମ ମଧ୍ୟମ ଦେଲେ ଛାତ୍ରୀ, ଭିଡ଼ିଓ ଭାଇରାଲ

Published By : Manoj | August 4, 2025 9:11 AM

ଭଞ୍ଜନଗର,୦୪/୦୮: ମୋବାଇଲ୍‌ରୁ ମୋବାଇଲକୁ  ଭାଇରାଲ୍‌ ହେଉଛି ଭିଡିଓ । ଆଉ ତାକୁ ନେଇ ଭଞ୍ଜନଗର  ସହରରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରୁଛି । ଏଥିରେ ଦେଖିବାକୁ  ମିଳୁଛି ଯେ ଜଣେ ରୋଡ୍‌ ରୋମିଓଙ୍କୁ ଜଣେ ଟ୍ୟୁସନ୍‌ ଛାତ୍ରୀ ପେଟେଣ୍ଟ ମେଡିସିନ୍‌ ତରିକାରେ ଉତ୍ତମ ମଧ୍ୟମ ଦେଉଛନ୍ତି ।  ସହରର ୟୁବି ହାଇସ୍କୁଲ ନିକଟ ରାସ୍ତାରେ ମହିଳା କଲେଜ ଆଗରେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି ଛାତ୍ରୀ । ଯୁବକ ଜଣକ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ  ଛାତ୍ରୀ ଜଣକ ତାର ସାର୍ଟକୁ ଧରି ମୁହଁରେ ଗୁଡ଼ାଇ ବେଶ୍‌  କିଛି ସମୟ ଉତ୍ତମ ମଧ୍ୟମ ଦେଉଛନ୍ତି । ଚାପୁଡ଼ା ବିଧା ସହ ଗୋଇଠା ମାଡ଼ରେ ଲହୁଲୁହାଣ ହୋଇଥିଲେ ମଧ୍ୟ  ଯୁବକ ଜଣକ ଛାତ୍ରୀଙ୍କ ହାବୁଡ଼ରୁ ଖସି ପାରୁନାହାନ୍ତି । ସେହି ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକ ଏଥିରେ  ହସ୍ତକ୍ଷେପ କରିଥିଲେ ମଧ୍ୟ ଛାତ୍ରୀଙ୍କ ଶକ୍ତ ପଞ୍ଛାରୁ ରୋଡ୍‌  ରୋମିଓଙ୍କୁ ମୁକୁଳାଇ ପାରୁନାହାନ୍ତି । ଶେଷରେ ନିକଟସ୍ଥ  ଏକ ଘରୋଇ ଅନୁଷ୍ଠାନର କିଛି କର୍ମଚାରୀ ଯୁବକଙ୍କୁ ଛାତ୍ରୀଙ୍କ କବଳରୁ ଉଦ୍ଧାର କରିଛନ୍ତି । ଘଟଣାଟି ଦିନେ ଦୁଇ  ଦିନ ତଳର ବୋଲି ଆଲୋଚନା ହେଉଛି । ଏହି ଭିଡିଓ  ଏବେ ଭଞ୍ଜନଗର ସହରରେ ଭାଇରାଲ୍‌ ହେବାରେ ଲାଗିଛି । ମହିଳା କଲେଜ ଆଗରେ ଏକ କମ୍ପ୍ୟୁଟର୍‌ ଏକାଡେମୀ  ଅଛି । ତାହା ସାମନାରେ ଘଟିଥିବା ଏହି ଘଟଣାର ଭିଡିଓ  ଉତ୍ତୋଳନ କରି କେହି ଜଣେ ଭାଇରାଲ୍‌ କରିଛି । 

ମହିଳା  କଲେଜ ରାସ୍ତାରେ ପ୍ରତ୍ୟହ ଶହ ଶହ ଛାତ୍ରୀ କଲେଜକୁ ଯିବା ଆସିବା କରୁଥିବା ବେଳେ ସେହି ରାସ୍ତାରେ ଏକ କମ୍ପ୍ୟୁଟର୍‌ ଏକାଡେମୀକୁ ମଧ୍ୟ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆସୁଛନ୍ତି ।  ତେବେ ଏହି ରାସ୍ତାରେ କଲେଜ ସମୟରେ ଅନେକ ଯୁବକ  ଅଯଥାରେ ଭିଡ଼ ଜମାଇବା ସହ ଛାତ୍ରୀଙ୍କୁ କମେଣ୍ଟ୍‌ ମାରୁଥିବା ଅଭିଯୋଗ ଦୀର୍ଘ ଦିନରୁ ହୋଇ ଆସୁଛି । ସ୍ଥାନୀୟ ପୁଲିସ  ଏହି ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରୁଥିଲେ ମଧ୍ୟ ରୋଡ୍‌ ରୋମିଓଙ୍କୁ କିନ୍ତୁ ସାବାଡ଼ କରିବାରେ ପୁରା ସଫଳ  ହୋଇପାରିନାହିଁ । କିଛି ରୋଡ୍‌ ରୋମିଓଙ୍କ ଉପଦ୍ରବରେ  ଅନେକ ଛାତ୍ରୀ ଅତିଷ୍ଠ ହେଉଛନ୍ତି । ଅନେକ ଲୋକଲଜ୍ଜାରେ କିଛି କହିବାକୁ ସାହାସ କରୁନାହାନ୍ତି । ତଥାପି ଜଣେ ଛାତ୍ରୀ  ନିଜର ସାହାସ ଦେଖାଇ ରୋଡ୍‌ ରୋମିଓଙ୍କୁ ଧରି ସାବାଡ଼  କରିବା ଘଟଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।  ଭଞ୍ଜନଗର ଭଳି ଛୋଟିଆ ସହରରେ ରୋଡ୍‌ ରୋମିଓଙ୍କୁ  ସାବାଡ଼ କରିବା ନିହାତି ଜରୁରି ହୋଇପଡ଼ିଛି । ନଚେତ୍‌  ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ଯେ ନଘଟିବ  ତାହା କିଏ କହିପାରିବ ବୋଲି ବରିଷ୍ଠ ନାଗରିକ ମଞ୍ଚ  ସଭାପତି ସୋମନାଥ ନାୟକ ପ୍ରତିକ୍ରିୟାରେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.