ସୁନ୍ଦରଗଡ଼,୩/୮ : ଟ୍ରେଲରକୁ ଧକ୍କା ଦେଲା ବାଇକ୍ । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ଜଗତଗଡ଼ ଗାଁ ନିକଟରେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ମୃତକ ଜଣକ ଟାଉନଥାନା ଅନ୍ତର୍ଗତ ରାଣିବଗିଚାର ପଙ୍କଜ ଚିତା ହୋଇଥିବାବେଳେ ଗୁରୁତର ସୁଜଲ ନାଗ ବୋଲି ଜାଣିବାକୁ ମିଳିଛି । ଉଭୟେ ବାଇକରେ ସକାଳେ ବାର୍ଷିକ ଭୋଜି ଖାଇବା ପାଇଁ ତଲସରା ଗ୍ରାମକୁ ଯାଇଥିଲେ । ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ସନ୍ଧ୍ୟା ୬ଟାରେ ଜଗତଗଡ ଗ୍ରାମ ପାଖରେ ଟ୍ରଲର ପଛପଟେ ବାଇକ୍ ବାଡ଼େଇ ହୋଇଥିଲା। ପୋଲିସ ଖବରପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।