ପ୍ରମୂଖ ଖବର
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ଆସନ୍ତା ୧୪ରେ ଏଫଏମ କଲେଜରୁ ଭୋଗରାଇ ପଦଯାତ୍ରା କରିବ କଂଗ୍ରେସ : ଭକ୍ତ

Published By : Suraj Kumar | August 4, 2025 5:10 PM

ଭୁବନେଶ୍ୱର, ୪।୮  : ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ। ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ପୂର୍ଵରୁ ୧୪ ତାରିଖରେ ଫକୀର ମୋହନ କଲେଜରୁ ଭୋଗରାଇ ପର୍ଯ୍ୟନ୍ତ ପଦଯାତ୍ରା କରିବ କଂଗ୍ରେସ । ପଦଯାତ୍ରା ପହଂଚିବା ପରେ ସନ୍ଧ୍ୟାରେ ଭୋଗରାଇରେ   ସାଧାରଣ ସଭା  ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।  

ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି,  ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଡିଜି ଅଫିସ ଘେରାଉ କରାଯିବ।  ଏହା ସହିତ ପୀଡିତା ନିଆଁ ଲଗେଇଥିବା ସ୍ଥାନରୁ ନିମାପଡା ପର୍ଯନ୍ତ ପଦଯାତ୍ରା ହେବ। ପରେ ନିମାପଡାରେ ସାଧାରଣ ସଭା କରାଯିବ। ପୀଡିତା ଯେତେବେଳେ ହପ୍ସିଟାଲ ଆସିଥିଲେ ନିଜେ ହୁଇଲ ଚେୟାରରେ ବସିକି ଆସିଥିଲେ, ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା। ଏବେ ପ୍ରଶ୍ନ ଆସୁଛି  ତାଙ୍କୁ କାହିଁକି ଦିଲ୍ଲୀ ଏମ୍ସକୁ ସିଫ୍ଟ କରାଗଲା । ପୀଡ଼ିତାଙ୍କ ବୟାନ  ମଧ୍ୟ ୩ ଥରରୁ ଅଧିକ ସମୟ ରେକର୍ଡ ହୋଇଛି। ସେତେବେଳେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି। 

ସେହିପରି  ଏଫଏମ କଲେଜ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ  ଦୁଇ ଜଣଙ୍କୁ ଗିରଫ ହେବା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି, ଦୁଇ ଜଣ ନୁହେଁ ଆଉ ଯେଉଁମାନେ ଅଭିଯୁକ୍ତ ଅଛନ୍ତି ତାଙ୍କୁ ମଧ୍ୟ ଗିରଫ କରାଯାଉ। କିଏ ପେଟ୍ରୋଲ ଆଣିଥିଲା, ତାହା ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାହା ନିର୍ଦେଶରେ  ଏଫଆଇଆର ଗ୍ରହଣ କରାଗଲା ନାହିଁ, ତାହାର ମଧ୍ୟ ତଦନ୍ତ ହେଉ। ସେହି ଅଭିଯୁକ୍ତ ମଧ୍ୟ ଧରାହେବା ଦରକାର। ଏଫଆଇଆର ହୋଇଥିଲେ ଝିଅ ଜୀବନ ଯାଇନଥାନ୍ତ ବୋଲି ପିସିସି ସଭାପତି ଭକ୍ତ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.